Posted inଖେଳ

ଡୋପିଂ ମାମଲା: ‘ଓପନ’ ହିଅରିଂ ଦାବି କଲେ ସନ୍‌

ବେଜିଂ, ୨୧ା୭ (ଏଏଫ୍‌ପି)-ସୁଇମିଂ ସୁପରଷ୍ଟାର ସନ୍‌ ୟାଙ୍ଗ୍‌ ତାଙ୍କ ଡୋପିଂ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ନିବେଦନ କରିଛନ୍ତି। ସନ୍‌ ଏକମାତ୍ର ସନ୍ତରଣକାରୀ ଭାବେ ୨୦୦, ୪୦୦ ଏବଂ ୧,୫୦୦ ମିଟର ଅଲିମ୍ପିକ ସ୍ବର୍ଣ୍ଣ ଜିତିଛନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ବିଶ୍ୱ ସନ୍ତରଣ ପରିଚାଳନା ପରିଷଦ (ଫିନା) ଦ୍ୱାରା ଲିକ୍‌ ହୋଇଥିବା ଏକ ରିପୋର୍ଟ ଅନୁସାରେ ସନ୍‌ ଗତ ସେପ୍ଟେମ୍ବରରେ ଏକ ହାମରରେ ପ୍ରହାର କରି ନିଜ ବ୍ଲଡ ସାମ୍ପଲକୁ ନଷ୍ଟ କରିଦେଇଥିଲେ। ଏହା ସତ୍ତ୍ୱେ ଫିନା ସନ୍‌ଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଅନୁମତି ଦେଇଥିଲା। କିନ୍ତୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଏହି ନିଷ୍ପତ୍ତି ବିରୋଧରେ ସୁଇଜରଲାଣ୍ଡର ଲାଉସାନେସ୍ଥିତ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ରେ ଅପିଲ କରିଥିଲା। ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବରରେ ହେବ। ସନ୍‌ଙ୍କ ଆଇନ ପରାମର୍ଶଦାତାମାନେ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ଦାବି କରିଛନ୍ତି। ଏହାଦ୍ୱାରା ସନ୍‌ଙ୍କୁ ପ୍ରକୃତ ନ୍ୟାୟ ମିଳିବ ବୋଲି ସେମାନେ କହିଛନ୍ତି। ଫିଫା ରିପୋର୍ଟରେ ସ୍ଥାନ ପାଇଥିବା ଏହି ବିସ୍ଫୋରକ ବିଷୟ ଅଷ୍ଟ୍ରେଲିଆର ସଣ୍ଡେ ଟେଲିଗ୍ରାଫ୍‌ରେ ପ୍ରକାଶ ପାଇଥିଲା। ସନ୍‌ଙ୍କ ଓକିଲମାନେ ଅଭିଯୋଗ କରିଛନ୍ତି ଖବରକାଗଜଟିରେ ଅସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ସନ୍ତରଣକାରୀଙ୍କୁ ବଦନାମ କରିବା ଲାଗି ଏହା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ଡିଆର୍‌ଏସ୍‌ରେ ଖେଳାଗଲା

ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାରମ୍ଭିକ ୨ ଓଭରରେ...

ଆଥଲେଟ୍‌ଙ୍କ ଟ୍ରେନିଂ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲିବ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌ ଅନୁସାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମକୁ ଆଥଲେଟ୍‌ଙ୍କ ଟ୍ରେନିଂ ପାଇଁ ଉନ୍ମୁକ୍ତ ରଖା ଯିବାକୁ ନିଷ୍ପତ୍ତି ହୋଇଛି।...

ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଲେ ଡ୍ରାଭିଡ୍‌

କାନପୁର,୨୯।୧୧: ଭାରତୀୟ ଦଳର ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌ ଏବେ ବି ବଦଳି ନ ଥିବା ପ୍ରମାଣ କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା...

ଆଇ-ଲିଗ୍‌ କ୍ୱାଲିଫାୟର୍ସ : ଏଆଇଏଫ୍‌ଏଫ୍‌ର କୋଭିଡ୍‌ ଗାଇଡ୍‌ ଲାଇନ୍‌

କୋଲକାତା, ୧୮ା୯ (ପି.ଟି.)-ବିଳମ୍ବରେ ହେଲେ ମଧ୍ୟ ଶେଷରେ ଆସନ୍ତା ମାସରେ ଏଠାରେ ଆଇ-ଲିଗ୍‌ କ୍ୱାଲିଫାୟର୍ସ ସହ ଫୁଟବଲ୍‌ ସିଜନ ଆରମ୍ଭ ହେବ। ଇଭେଣ୍ଟ ବେଳେ କୋଭିଡ୍‌-୧୯...

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ...

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତି ଦଳରୁ ବାଦ୍‌ ପଡ଼ିଥିବା ୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ...

ୟୁରୋପିଆନ୍‌ ଓପନ୍‌ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି

ପ୍ୟାରିସ୍‌, ୨୨।୧୦(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍‌ ଓପନ୍‌ ଟାଇଟଲ୍‌ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍‌ରେ...

ଆରମ୍ଭ ହେଲା ଆଇପିଏଲ୍‌, ପ୍ରଥମେ ବ୍ୟାଟିଂ କରିବ ସିଏସ୍‌କେ

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟର ଲିଗ୍‌ ମ୍ୟାଚ୍‌ ରବିବାରଠାରୁ ଦୁବାଇରେ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି...

Advertisement
Archives

Model This Week