Posted inଖେଳ

ଡେଭିସ କପ୍‌ରେ ଆମେ ଭାରତକୁ ହରାଇପାରିବୁ: ଅଖିଲ ଖାଁ

କରାଚୀ,୫।୮(ପି.ଟି.)- ପାକିସ୍ତାନ ଅପେକ୍ଷା ଭାରତରେ ଟେନିସ କ୍ରୀଡ଼ାର ଅଧିକ ଉନ୍ନତି ହୋଇଥିବା ଭେଟେରାନ ସିଙ୍ଗଲ୍ସ ଖେଳାଳି ଅକିଲ ଖାଁ ସ୍ବୀକାର କହିଛନ୍ତି। କିନ୍ତୁ ଇସଲାମାବାଦ୍‌ଠାରେ ହେବାକୁ ଥିବା ଡେଭିସ କପ୍‌ରେ ଭାରତକୁ ପାକିସ୍ତାନ ହରାଇପାରିବ ବୋଲି ସେ ବିଶ୍ୱାସ ରଖିଛନ୍ତି। ଦୁଇ ପଡ଼ୋଶୀ ଦେଶ ଦୀର୍ଘ ୧୩ ବର୍ଷ ପରେ ପରସ୍ପରକୁ ଡେଭିସ କପ୍‌ରେ ଭେଟିବାକୁ ଯାଉଛନ୍ତି। ଅନ୍ତିମ ଥର ୨୦୦୬ରେ ମୁମ୍ବାଇଠାରେ ଅନୁଷ୍ଠିତ ମୁକାବିଲାକୁ ଭାରତ ୩-୨ରେ ଜିତି ନେଇଥିଲା। ଭାରତୀୟ ଦଳ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତକୁ ହରାଇବା ଆମ ପାଇଁ ସହଜ ହେବ ନାହିଁ। କାରଣ ସେମାନଙ୍କୁ ଭଲ ସୁବିଧା ସୁଯୋଗ ଓ ଆର୍ଥିକ ସହାୟତା ମିଳିଥିବାରୁ ପ୍ରତିଭା ସମ୍ପନ୍ନ ଖେଳାଳିମାନେ ଆଗକୁ ଆସି ପାରୁଛନ୍ତି। ଭାରତ ଟେନିସରେ ବହୁତ ଆଗେଇ ସାରିଛି। କିନ୍ତୁ ଅଭିଜ୍ଞ ଏସାମ ଓ ମୁଁ ଡେଭିସ କପ୍‌ରେ ମିଳିତ ଭାବେ ବହୁ ଦିନ ଧରି ଖେଳିଆସୁଛି। ଡବଲ୍ସ ବର୍ଗରେ ଆମ ବୁଝମଣା ଓ ଘରୋଇ ଭେନ୍ୟୁ ମୁକାବିଲା ଖେଳାଯିବାକୁ ଥିବାରୁ ଆମକୁ ଆଡଭାଣ୍ଟେଜ ମିଳିବ ବୋଲି ଅକିଲ କହିଛନ୍ତି। ନିକଟରେ ଏସାମ ଇସ୍‌ଲାମାବାଦ୍‌ ଫେରିବା ନେଇ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଘୋଷଣା କରିଛି। ୩୯ ବର୍ଷୀୟ ଭେଟେରାନ ପେସାଦାର ସର୍କିଟରେ ୧୭ ଏଟିପି ଡବଲ୍ସ ଟାଇଟଲ ହାସଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୦ ଖେଳାଳି

ବାରିପଦା ଅଫିସ,୨୨ା୧୦- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ...

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ଗୋଟିଏ ଓଭରରେ ୨୨ ରନ୍‌

ମୋହାଲି,୪।୩: ଗୋଟିଏ ଓଭରରେ ୨୨ ରନ୍‌। ଟେଷ୍ଟ ମ୍ୟାଚ୍‌ରେ ଟି୨୦ ଭଳି ଖେଳି ଚର୍ଚ୍ଚାରେ ଭାରତୀୟ ଉଇକେଟ କିପର – ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଶୁକ୍ରବାର...

ସଚିନ, ପଣ୍ଟିଂଙ୍କୁ ପଛରେ ପକାଇଲେ ରୁଟ

ଆଡିଲେଡ୍‌,୧୯।୧୨: ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ସୁନିଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଗୋଟିଏ ବର୍ଷରେ ଟେଷ୍ଟ ଫର୍ମାଟରେ...

କ୍ରିକେଟରଙ୍କ ଜୋତା ଫିତା ବାନ୍ଧି ଚର୍ଚ୍ଚାରେ ଏହି ଖେଳାଳି

କ୍ରମାଗତ ପରାଜୟ ପରେ କିଙ୍ଗସ ଏକାଦଶ ପଞ୍ଜାବର ଦଳ ବିଜୟ ଧାରାକୁ ଫେରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୁଇଟି ସୁପରଭରରେ ପଞ୍ଜାବ ଜିତିବାରେ କ୍ରିସ୍‌ ଗେଲ...

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି।...

ସବୁ ରାଗ ଭୁଲି କୋହଲିଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି

ମୋହାଲି,୪।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ମୋହାଲିରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ହେବ। ଏହା ତାଙ୍କ...

ଓଡ଼ିଶାରେ ପ୍ରଥମଥର ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ (ମହିଳା, ପୁରୁଷ) ପ୍ରତିଯୋଗିତା। ପ୍ରତିଯୋଗିତାର ଏହି ୬୮ତମ ସଂସ୍କରଣ କିଟ୍‌...

Advertisement
Archives

Model This Week