Posted inଖେଳ

ଡେଭିସ୍‌ କପ୍‌ ମ୍ୟାଚ ନଭେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୩|୮ (ପି.ଟି.)- ପାକିସ୍ତାନ ବିପକ୍ଷ ଭାରତର ଡେଭିସ୍‌ କପ୍‌ ମ୍ୟାଚକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଗୁରୁବାର ଏହା ଘୋଷଣା କରିଛି। ଏହି ମୁକାବିଲା ସେପ୍ଟେମ୍ବର ୧୪-୧୫ରେ ଇସ୍‌ଲାମାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ‘ବିଶେଷ ପରିସ୍ଥିତି’ ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଖେଳର ଭେନ୍ୟୁରେ ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆଇଟିଏଫ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେପ୍ଟେମ୍ବର ୯ରେ ଆଇଟିଏଫ୍‌ ସୁରକ୍ଷା କମିଟି ବୈଠକ ବସିବ। ସେଦିନ ମ୍ୟାଚର ତାରିଖ ନିରୂପଣ କରାଯିବ। କିନ୍ତୁ ଏହି ସମୟ ମଧ୍ୟରେ ଆଇଟିଏଫ୍‌ ଏବଂ ଡେଭିସ୍‌ କପ୍‌ କମିଟି ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ଉପରେ ନିଘା ରଖିଥିବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଭାରତ ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କରେ ଅବନତି ଘଟିଛି। ସୁରକ୍ଷାଗତ କାରଣରୁ ଏହି ମ୍ୟାଚ ପାକିସ୍ତାନ ପରିବର୍ତ୍ତେ ଏକ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ବୋଲି ଏଆଇଟିଏ ପକ୍ଷରୁ ହେଉଥିବା ଦାବିକୁ ଆଇଟିଏଫ୍‌ ଦୁଇଥର ପ୍ରତ୍ୟାଖ୍ୟାନ କରିସାରିଛି। ହେଲେ ଶେଷରେ ଏହି ପ୍ରସଙ୍ଗ ନେଇ ଏଆଇଟିଏର ପ୍ରତିନିଧିଙ୍କ ସହିତ ଟେଲିକନଫରେନ୍ସ ଜରିଆରେ ଆଲୋଚନା କରିବା ଲାଗି ଆଇଟିଏଫ୍‌ ରାଜି ହୋଇଥିଲା। ମାତ୍ର ଏହା ପୂର୍ବରୁ ଆଇଟିଏଫ୍‌ର ଡେଭିସ୍‌ କପ୍‌ କମିଟି ମ୍ୟାଚକୁ ଘୁଞ୍ଚାଇ ଦେବାଲାଗି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୧୪ଠାରୁ ଭାରତ ଜିତି ନାହିଁ ବଡ଼ ଟ୍ରଫି

ମାଞ୍ଚେଷ୍ଟର,୧୧ା୭(ପିଟି)- ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ...

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୧୨: ବିବାହ ବନ୍ଧନରେ ଆଉ ଜଣେ କ୍ରିକେଟର। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ରେ ବୋଲିଂ କରି ବାହାବା ସାଉଁଟିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ...

ବିଜୟଠାରୁ ଆଉ ମାତ୍ର ୩ ଉଇକେଟ୍‌ ଦୂରରେ ଭାରତ

ସେଞ୍ଚୁରିୟନ୍‌,୩୦।୧୨: ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୩ଟି ଉଇକେଟ ଦୂରରେ ରହିଛି। ଯଦି ପାଗ ଭାରତର ସାଥ୍‌ ଦିଏ ତେବେ ଭାରତୀୟ ବୋଲରମାନେ...

ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ୍‌

ମେଲବୋର୍ନ,୧୯।୪(ପି.ଟି.): ଅଷ୍ଟ୍ରେଲିଆନ୍‌ ବାସ୍କେଟବଲ୍‌ ଲିଗ୍‌ରେ ଜଣେ ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଛି। ଅଷ୍ଟ୍ରେଲୀୟ ମହିଳା ବାସ୍କେଟବଲ ଲିଗ୍‌ର ଦ୍ୱିତୀୟ ଟିଅର ଟୁର୍ନାମେଣ୍ଟରେ ଅଂଶଗ୍ରହଣ...

ଲାରାଙ୍କ ପଛକୁ ହୋପ୍‌

କଟକ, ୨୩0।୧୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚରେ ୫୦ ବଲ୍‌ରୁ ୪୨ ରନ ସଂଗ୍ରହ କରିଛନ୍ତି ୱେଷ୍ଟଇଣ୍ଡିଜ ଓପନର...

ବିଲରୁ ମିଳିଲା କବାଡ଼ି ଷ୍ଟାର୍‌ ସୁରେନ୍ଦ୍ରଙ୍କ ଶବ

ପାନିପଥ, ୧୯।୯: ହରିୟାଣାର ଜଣାଶୁଣା କବାଡ଼ି ଖେଳାଳି ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ସୁରେନ୍ଦ୍ରଙ୍କ ମୃତ ଦେହ ଏକ ବିଲରୁ ଉଦ୍ଧାର କରାଯାଇଛି। ସୁରେନ୍ଦ୍ର ପାନିପଥର କୁରାନା...

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୨ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯିବ।...

Advertisement
Archives

Model This Week