ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁ, ଭାଣିଜୀ ସମେତ ୩ ଗୁରୁତର

ପରଜଙ୍ଗ, ୯।୧(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା ହିଂସ୍ର ଆଚରଣ କରୁଛି। ଆମ୍ବପଳାସ ଗ୍ରାମ ଯୋଗୀସାହିରେ ବୁଧବାର ଭୋର୍‌ରେ ହାତୀ ଆକ୍ରମଣରେ ଟୁନା ନାଥ (୨୧) ଏବଂ ତାଙ୍କ ଭାଣିଜୀ ମାମାଲି ନାଥ (୧୨) ଗୁରୁତର ହୋଇଛନ୍ତି। ଅନୁରୂପ ଭାବେ ବରକଟା ଗ୍ରାମରେ ସନ୍ଧ୍ୟାରେ ହାତୀ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଜଖମ କରିଛି।
ଗ୍ରାମର ଗନ୍ଧର୍ବ ନାଥଙ୍କ ପରିବାରର ୭ଜଣ ସଦସ୍ୟ ଖଳାରେ ମେଶିନ ସହାୟତାରେ ଧାନ ଅମଳ କରୁଥିଲେ। ଏହି ସମୟରେ ଉକ୍ତ ହାତୀ ହଠାତ୍‌ ଖଳାକୁ ପଶି ଆସି ଟୁନା ଏବଂ ମାମାଲିଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ଗନ୍ଧର୍ବଙ୍କ ସ୍ତ୍ରୀ ବିଜୁଳି ନାଥ, ଝିଅ ବବିତା, ଜ୍ୱାଇଁ ଯୁଧିଷ୍ଠିର, ଅଶ୍ୱିନୀ ଏବଂ ହରିହର ଜୀବନ ବିକଳରେ ଦୌଡ଼ି ପଳାଉଥିବାବେଳେ ଖସିପଡ଼ି ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଟୁନା ଏବଂ ମାମାଲିଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାରେ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ଶଶିରେଖା ଦିୱାନୀ ପହଞ୍ଚତ୍ ଆହତଙ୍କ ଚିକିତ୍ସା ଲାଗି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଚିକିତ୍ସା ସଂକ୍ରାନ୍ତ ବିଲ୍‌ ପ୍ରଦାନ କଲେ ଅଧିକ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।
ସେହିପରି ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ବରକଟା ଗ୍ରାମରେ ପଶି ଉକ୍ତ ଦନ୍ତା ୩ ପରିବାରର ଘର ଭାଙ୍ଗି ଦେଇଛି। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ହାତୀ ଘଉଡ଼ାଉଥିବାବେଳେ ଦନ୍ତା ବୁଲିପଡ଼ି ଗ୍ରାମର ରତନା ଡେଙ୍ଗ୍ରା (୩୦)ଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ତାଙ୍କ ଅଣ୍ଟା ଏବଂ ବେକରେ ଶକ୍ତ ଆଘାତ ଲାଗିଛି। ଦନ୍ତା କବଳରୁ ରକ୍ଷା ପାଇବାକୁ ଦୌଡ଼ି ପଳାଉଥିବାବେଳେ ହରିଶ କୁଲି ଖସିପଡ଼ି ଆହତ ହୋଇଛନ୍ତି। ଉଭୟଙ୍କୁ ବନ ବିଭାଗ ଗାଡ଼ିରେ ପ୍ରଥମେ ପରଜଙ୍ଗ ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ରେଞ୍ଜର ପହଞ୍ଚତ୍ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ପଲରୁ ବାହାରିଥିବା ଉକ୍ତ ଦନ୍ତାହାତୀ ପରଜଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଉପଦ୍ରବ ସୃଷ୍ଟି କରି ଚାଲିଛି। ଦିନକୁ ଦିନ ହାତୀର ହିଂସ୍ର ଆଚରଣ ବଢ଼ିବାରେ ଲାଗିଛି। ଲୋକ ଦେଖିଲେ ମାରିବାକୁ ଗୋଡ଼ାଉଛି। ଧାନ ଅମଳ ସରିଥିବାରୁ ହାତୀ ଏବେ ଗଁା ମୁହଁା ହେଉଛି। ଏହାକୁ ନେଇ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମହାବିରୋଡ ରେଞ୍ଜରେ ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୁଣ ଥିଲେ ମଣିଷ ସୁନ୍ଦର’

ଢେଙ୍କାନାଳ ଅଫିସ, ୧୫।୧୧: ଯୁବପିଢ଼ିଙ୍କ ଆଦର୍ଶ ସ୍ବାମୀ ବିବେକାନନ୍ଦ ରୂପରେ ଯେମିତି, ଗୁଣରେ ମଧ୍ୟ ସେମିତି ଥିଲେ। ଚେହେରା ଥାଇ ଗୁଣ ନ ଥିଲେ ମଣିଷ...

ପର୍ଯ୍ୟଟକ ଅପେକ୍ଷାରେ ପ୍ରକୃତିପଥ

ଢେଙ୍କାନାଳ ଅଫିସ, ୨୮।୯:  ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟଟନର ଅନନ୍ୟ ସମ୍ଭାବନା। ଅଭୟାରଣ୍ୟ, ଜଳଭଣ୍ଡାର, ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଗ୍ରାମଗୁଡ଼ିକର ବିକାଶ କରାଗଲେ ବିପୁଳ...

କାମାକ୍ଷାନଗର କୃଷି ଜିଲାରେ କର୍ମଚାରୀ ମରୁଡ଼ି : ବିନା ମୁରବିରେ ଚାଲିଛି

କାମାକ୍ଷାନଗର, ୯।୬ – ଶୁଭିଲାଣି ମୌସୁମୀର ପଦଧ୍ୱନି। ଅଖିମୁଠି ଅନୁକୂଳ କରି ବର୍ଷାକୁ ଅନାଇ ରହିଛନ୍ତି ଚାଷୀ। ଏଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ...

ଜିଲାରେ ବଢୁଛି ଜଙ୍ଗଲ

ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ...

ଏକାଠି କଲା ଢେଙ୍କାନାଳ ବରା

ନା ଥିଲା ଦଳୀୟ ଭାବନା, ନା ବାଛବିଚାର। ରାଜନେତାଙ୍କଠାରୁ ଆରମ୍ଭ କରି ପଦସ୍ଥ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀଙ୍କଠାରୁ ବରିଷ୍ଠ ନାଗରିକ। ସ୍ବାଦିଷ୍ଟ ଆଳୁଦମ୍‌ ସହିତ ମୁସୁମୁସିଆ...

ସରିଲା ପ୍ରଥମଦିନର ପରୀକ୍ଷା: କେହି ବି କପି କରି ପଡ଼ିନାହାନ୍ତି ଧରା

ଢେଙ୍କାନାଳ ଅଫିସ,୧୦ା୩: ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୧୬ ହଜାର ୧୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୮୧ଟି କେନ୍ଦ୍ରରେ...

ଅଟକିଲା ଜୀବନଯାତ୍ରା

ଢେଙ୍କାନାଳ ଅଫିସ, ୨୩।୭ ପାସେଞ୍ଜର ହଲ୍ଟରେ ଅଟକି ରହିଥିଲା ଟ୍ରେନ୍‌। ଜାତୀୟ ରାଜପଥ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ...

ଶ୍ରେଷ୍ଠ ୨୦ରେ ଶୁଭଶ୍ରୀ

ଢେଙ୍କାନାଳ ଅଫିସ, ୩୧ା୧୨: ଟାଟା ଷ୍ଟିଲ୍‌ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଶ୍ରେଷ୍ଠ ୨୦ ପ୍ରତିଯୋଗୀ ତଥା ବିଜେତାଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ଜିଲା...

Advertisement
Archives

Model This Week