ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ। ଏନେଇ ଆଲିଆ ଭଟ୍ଟ ଏହାର ଘୋଷଣା ସମ୍ପର୍କିତ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଘରେ ରଣବୀର କପୁର, ଆଲିଆ ଏବଂ ଅୟାନଙ୍କ ଉପସ୍ଥିତରେ ଏହି ଭିଡ଼ିଓର ଶୁଟିଂ କରାଯାଇଛି। ଆଲିଆ ହାତରେ ଏକ କାର୍ଡ ଧରିଛନ୍ତି। ଏଥିରେ ୪ ଡିସେମ୍ବର ୨୦୨୦ ଲେଖାଯାଇଛି। ଫିଲ୍ମଟି ହିନ୍ଦୀ ସହିତ ତାମିଲ୍‌, ତେଲୁଗୁ, ମଲୟାଲମ୍‌ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ ହେବ। ଫିଲ୍ମର ନିର୍ମାଣରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ୧୦

ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍‌ନେସ କରି ନ ଥିଲା।...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

ମାସ୍କର ଦାମ୍‌ ୩୫୫ଡଲାର

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ଏବେ ମାୟାନଗରୀର କେତେକ ବଲିଉଡ୍‌ ସେଲିବ୍ରିଟି। ଅଭିନେତା ଅକ୍ଷୟ କୁମାରଙ୍କ...

ପ୍ରେମିକା ଶିବାନୀଙ୍କ ହାତ ଧରିବେ ଫରହାନ୍‌

ବମ୍ବେ: କିଛି ଦିନ ଧରି ଶିବାନୀ ଦାଣ୍ଡେକରଙ୍କୁ ଡେଟ୍‌ କରିବା ପରେ ଏବେ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଫରହାନ୍‌ ଅଖତର। ଚଳିତବର୍ଷ କିଛି...

ସଞ୍ଜୟଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରେ ଚାହିଁ ନ ଥିଲେ ପରସ୍ପର ମୁହଁ

ବଲିଉଡ୍‌ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ...

କରୋନାରେ ଆଖିବୁଜିଲେ ଗୀତିକାର ପଣ୍ଡିତ କିରଣ ମିଶ୍ର

ଭକ୍ତି ସଂଗୀତ ପାଇଁ ପ୍ରସିଦ୍ଧ ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତେବେ କରୋନାରେ...

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...

ବଲିଉଡ୍‌ରେ ଧମାଲ କରିବେ ଖୁସି!

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବଡ...

Advertisement
Archives

Model This Week