ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ : ଯୋଗଦେବେ ୫୦ ଦେଶର ପ୍ରତିନିଧି

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅତିବୃଷ୍ଟି, ଅନାବୃଷ୍ଟି ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ ଅନୁଷ୍ଠିତ ହେବ। ପ୍ରେରଣା ଗ୍ରୀନ୍‌ ଆର୍ମି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମାରୋହ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ କରାଯିବ। ଦେଶ ବିଦେଶର ପରିବେଶ ବିଜ୍ଞାନୀ, ବୃକ୍ଷପ୍ରେମୀମାନେ ଏଥିରେ ଯୋଗଦେବେ। ପରିବେଶ ସୁରକ୍ଷା ଓ ସାଧାରଣ ଜନତା, ସୁସ୍ଥ ପରିବେଶ ସୁସ୍ଥ ଜୀବନ, ପରିବେଶ ପ୍ରଦୂଷଣ ଓ ବ୍ୟାପକ ବୃକ୍ଷରୋପଣ, ପରିବେଶ ଓ ସାହିତ୍ୟ, ସଂସ୍କୃତି ଓ ପରିବେଶ ଆଦି ଉପରେ ଏହି ଅବସରରେ ବିଶ୍ୱସ୍ତରୀୟ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ। ସମାବେଶରେ ବିଶ୍ୱର ୫୦ ଟି ଦେଶର ପ୍ରତିନିଧିଙ୍କ ସମେତ ଓଡ଼ିଶା ଓ ଭାରତରୁ ବୁଦ୍ଧିଜୀବୀ, ସାରସ୍ବତ ସାଧକ, ଚିତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ପରିବେଶବିତ୍‌, ଶିକ୍ଷାବିତ୍‌, ସାମ୍ବାଦିକ, ଆଇନଜୀବୀ, ଛାତ୍ରୀଛାତ୍ର ଏବଂ ଯୁବପିଢି ଯୋଗ ଦେବେ। ଏ ନେଇ ଏକ ଖବରଦାତା ସମ୍ମିଳନୀରେ ପ୍ରେରଣା ଗ୍ରୀନ୍‌ ଆର୍ମିର ଚିଫ୍‌ କମାଣ୍ଡର୍‌ ଡ. ଦିଲୀପ ଶ୍ରୀଚନ୍ଦନ କହିଛନ୍ତି। ଓଡ଼ିଶାର ପ୍ରତ୍ୟେକ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପରିଷଦ, ମହାନଗର ନିଗମରେ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପାଇଁ ବୃକ୍ଷପ୍ରେମୀମାନଙ୍କୁ ଗ୍ରୀନ୍‌ ଆର୍ମିରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଶ୍ରୀଚନ୍ଦନ କହିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଡ. ଅଜୟ ସ୍ବାଇଁ ଓ ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ସହ ଘରେ ପଶିଥିଲେ ବିବାହିତ ପୁରୁଷ: ରାତି ସାରା ଜଗିଲା ପୋଲିସ

ଛତ୍ରପୁର,୧୯ା୯(ଡି.ଏନ୍‌.ଏ.): ଦ୍ୱିତୀୟ ବିବାହ କରି ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ଯୁବକଙ୍କୁ ଗୁରୁବାର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ପୋଲିସ ଗିରଫ...

ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଲେ ସେବକ: ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତି ବିଳମ୍ବ

ପୁରୀ ଅଫିସ, ୬ା୬: ଶ୍ରୀମନ୍ଦିରରେ ବୁଧବାର ଅବକାଶ ନୀତି ଚାଲିଥିବାବେଳେ ଜଣେ ସେବକ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଥିଲେ। ଫଳରେ ନୀତି ବିଭ୍ରାଟ ହେବାରୁ...

ଦଲାଲଙ୍କ ପାଇଁ ଓକିଲାତି କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଧାନକିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଛନ୍ତି। ତେବେ କେତେଜଣ ଦଲାଲଙ୍କ ସହ ହାତ ମିଳାଇ ଓଡ଼ିଶା ଭାଜପା ସେମାନଙ୍କ ପାଇଁ...

ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ

ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ...

ଟ୍ରକ୍‌ ସହ ପିଟି ହେଲା ବସ୍‌: ଜଣେ ମୃତ, ୫ ଗୁରୁତର

ନବରଙ୍ଗପୁର,୧୫।୩(ବି.ପ୍ର.): ନବରଙ୍ଗପୁରଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବସ...

ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ...

ନାକ୍‌ ମାନ୍ୟତା ପାଇନାହାନ୍ତି ରାଜ୍ୟର ୮୪% ଶିକ୍ଷାନୁଷ୍ଠାନ: ବିପୁଳ ଆର୍ଥିକ ଅନୁଦାନ ହରାଉଛି ରାଜ୍ୟ

ଭୁବନେଶ୍ୱର,୨୧।୬: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି।...

ଜୁଆରେ ହାରି ବନ୍ଧା ପଡ଼ିିଲେ ମହାପ୍ରଭୁ

ପୁରୀ ଅଫିସ, ୨୧।୧୦: ଶ୍ରୀମନ୍ଦିରରେ ବୁଧବାର କୁମାର ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜୁଆଖେଳରେ ହାରି ମହାଲକ୍ଷ୍ମୀଙ୍କ ନିକଟରେ ୭ଦିନ...

Advertisement
Archives

Model This Week