Posted inଖେଳ

ଡି’ଭିଲର୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତା

ଜୋହାନ୍ସବର୍ଗ, ୧୪ା୪ (ପି.ଟି.)- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କ କ୍ରିକେଟକୁ ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ଯୋଗୁ ବିଶ୍ୱରେ ବହୁ କ୍ରୀଡ଼ା ଇଭେଣ୍ଟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ଓ ଅନ୍ୟ କେତେକ ବାତିଲ କରାଯାଇଛି। ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ସ୍ଥଗିତ ହେବା ସମ୍ଭାବନା ଦେଖା ଦେଇଛି। ଆଇସିସି ଟି୨୦ ବିଶ୍ୱକପ୍‌ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ସେତେବେଳେ କରୋନା ଭାଇରସ୍‌ ଜନିତ ପରିସ୍ଥିତି କ’ଣ ଥିବା କହିହେବ ନାହିଁ। ଡି’ଭିଲର୍ସ କହିଛନ୍ତି,ବର୍ତ୍ତମାନ ସ୍ଥିତିରେ ମୁଁ ଦକ୍ଷିଣ ଆଫ୍ରିକା ପାଇଁ ଖେଳିବା ଲାଗି ପ୍ରସ୍ତୁତ ଅଛି। ଟୁର୍ନାମେଣ୍ଟ ଯଦି ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଏ ତେବେ ସେତେବେଳେ ଅନେକ କିଛି ପରିବର୍ତ୍ତନ ଘଟି ସାରିଥିବ। ୬ ମାସ ପରେ ମୁଁ କେତେଦୂର ଫିଟ୍‌ ଥିବି ତାହା କହିହେବ ନାହିଁ। ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଦଳର ଅଭିଯାନରେ ମୁଁ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କୋଚ୍‌ ମାର୍କ ବାଉଚର ଚାହାନ୍ତି। ତେବେ ମୁଁ ଏବେଠାରୁ ତାଙ୍କୁ ପ୍ରତିଶ୍ରୁତି ଦେଇ ବୃଥା ଆଶା ସୃଷ୍ଟି କରିବାକୁ ଚାହେଁନା। ଡି’ଭିଲର୍ସ କହିଛନ୍ତି, ମୁଁ ୮୦ ପ୍ରତିଶତ ଫିଟ୍‌ ଥିଲେ ମଧ୍ୟ ଖେଳିବାକୁ ପସନ୍ଦ କରେନି। ଶତପ୍ରତିଶତ ସୁସ୍ଥ ଥିଲେ ଉପଲବ୍ଧ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଟିପି ଫାଇନାଲ୍ସ: ମେଡ୍‌ଭେଡେଭ ଚାମ୍ପିୟନ

ଲଣ୍ଡନ, ୨୪।୧୧: ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ ନିଜ କ୍ୟାରିୟରର ସବୁଠାରୁ ବଡ଼ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ବର୍ଷଶେଷ ଏଟିପି ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ...

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହରାଇଲା ଭାରତ

ନୂଆଦିଲ୍ଲୀ, ୨୯ା୪ (ପି.ଟି.)- ଆୟୋଜକ ଫି’ ଦାଖଲ କରିପାରି ନ ଥିବାରୁ ଭାରତ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ଅଧିକାର ହରାଇଛି। ଇଭେଣ୍ଟର...

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ...

ଜୁଭେଣ୍ଟସ୍‌ରେ ପ୍ରଥମ ଆମେରିକୀୟ ଖେଳାଳି

ତୁରିନ୍‌, ୩୧ା୮ (ଏପି)-ଜୁଭେଣ୍ଟସ ଫୁଟ୍‌ବଲ ଦଳରେ ଯୋଗଦାନ କରିବାରେ ପ୍ରଥମ ଆମେରିକୀୟ ଖେଳାଳି ହେଉଛନ୍ତି ମିଡ୍‌ଫିଲ୍ଡର ଓ୍ବେଷ୍ଟର୍ନ ମ୍ୟାକେନି। ଗୁରୁବାର ତୁରିନ୍‌ରେ ପହଞ୍ଚତ୍ବା ପରେ ୯ଥର...

ବଳାତ୍କାର ଅଭିଯୋଗ ପରେ ବକ୍ସିଂ କୋଚ୍‌ ଗିରଫ

ନୂଆଦିଲ୍ଲୀ,୧୮।୩- ମହିଳା ଟ୍ରେନିଙ୍କୁ ବଳାତ୍କାର ଅଭିଯୋଗ ଆସିବା ପରେ ହରିୟାଣା ବକ୍ସିଂ କୋଚ୍‌ଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ...

ଲୋମାଚେଙ୍କୋଙ୍କୁ ଡବ୍ଲ୍ୟୁବିସି ଟାଇଟଲ

ଲଣ୍ଡନ, ୧ା୮ (ଏଏଫ୍‌ପି)- ବିଶ୍ୱର ଶ୍ରେଷ୍ଠ ‘ପାଉଣ୍ଡ ଫର୍‌ ପାଉଣ୍ଡ’ ଫାଇଟର ରୂପେ ପରିଚିତ ଭାସିଲ ଲୋମାଚେଙ୍କୋ ଏଠାରେ ଏକ ରୋମାଞ୍ଚକ ମୁକାବିଲାରେ ବ୍ରିଟିଶ ଚ୍ୟାଲେଞ୍ଜର...

କର ବା ମର ମ୍ୟାଚ୍‌: ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ୨୮ତମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ...

ପ୍ରଥମ ଟେଷ୍ଟ: ବାଂଲାଦେଶ ୨୪୨/୫

ଚଟୋଗ୍ରାମ,୪।୨: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଆଭରେଜ ପ୍ରଦର୍ଶନ କରିଛି। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା...

Advertisement
Archives

Model This Week