Posted inଖେଳ

ଡିଭିଲର୍ସଙ୍କୁ କୋହଲିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୩।୭(ପି.ଟି.)- ଅବସର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଉଦ୍ୟମ କରିବା ସମ୍ପର୍କରେ ଦକ୍ଷିଣ ଆଫ୍ରିକୀୟ ପୂର୍ବତନ କ୍ରିକେଟର ଏ.ବି. ଡିଭିଲର୍ସ ସ୍ପଷ୍ଟକରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସମର୍ଥନ ଜଣାଇଛନ୍ତି। ଚଳିତ ବିଶ୍ୱକପ୍‌ ମଝିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଖେଳାଳି ଡିଭିଲର୍ସଙ୍କୁ ଟଙ୍କା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିଥିବା ସମାଲୋଚନା କରାଯାଉଥିଲା। ଡିଭିଲର୍ସ ଜଣେ ସଚ୍ଚୋଟ ଓ ପ୍ରତିବଦ୍ଧ ବ୍ୟକ୍ତି। ତୁମ ସହିତ ଏଭଳି ବ୍ୟବହାର ଦୁର୍ଭାଗ୍ୟଜନକ। ମୁଁ ତୁମକୁ ବିଶ୍ୱାସକରେ। ବ୍ୟକ୍ତିଗତ ଜୀବନରେ ଅନ୍ୟ କେହି ପ୍ରବେଶ କରିବା ଅତ୍ୟନ୍ତ ଦୁଃଖଦାୟକ। ମୁଁ ଆଉ ଅନୁଷ୍କା ସର୍ବଦା ତୁମ ପରିବାର ସହ ଅଛୁ ବୋଲି କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ଡିଭିଲର୍ସଙ୍କ ଲାଗି ଲେଖିଛନ୍ତି। ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପ୍ରଦର୍ଶନ ପରେ ଅବସରପ୍ରାପ୍ତ ବ୍ୟାଟ୍ସମ୍ୟାନ ଏ.ବି. ଡିଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ପ୍ରସ୍ତାବ ଦେଇଥିବା ଏକ ଗଣମାଧମ ରିପୋର୍ଟରେ ପ୍ରକାଶ ପାଇଥିଲା। ବିଶ୍ୱକପ୍‌ର ଏକବର୍ଷ ପୂର୍ବରୁ ସେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଦେଶ ନୁହେଁ, ଟଙ୍କାକୁ ବେଶି ଗୁରୁତ୍ୱ ଦେଉଥିବା ଆଲୋଚନା ହୋଇଥିଲା। ଏଥିଯୋଗୁ ଡିଭିଲର୍ସଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କୋହଲିଙ୍କ ଭଳି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ମଧ୍ୟ ଦକ୍ଷିଣ ଆଫ୍ରିକୀୟ କ୍ରିକେଟରଙ୍କ ସପକ୍ଷରେ ମତ ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦେଶରେ ଟି୨୦ ଖେଳିବେ ଯୁବରାଜ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂ ବିଶ୍ୱବ୍ୟାପୀ ଟି୨୦ ଲିଗ୍‌ରେ ଖେଳିବାକୁ ଆଗ୍ରହୀ। ଏଥିଲାଗି ସେ ଭାରତୀୟ କ୍ରିକେଟ...

ଫ୍ରେଞ୍ଚ୍‌ ଓପନ୍‌: ଡବଲ୍ସ ଟାଇଟଲ ବଜାୟ ରଖିଲେ ବାବୋସ- ମ୍ଲାଡେନୋଭିକ୍‌

ପ୍ୟାରିସ୍‌,୧୨।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଟିମିଆ ବାବୋସ୍‌ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଟାଇଟଲ ବଜାୟ ରଖିଛନ୍ତି। ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି...

ଏଟିକେ ସହିତ ମୋହନବାଗାନର ମିଶ୍ରଣ

କୋଲକାତା, ୧୭ା୧ (ପି.ଟି.)- ମୋହନବାଗାନ ଫୁଟ୍‌ବଲ ଟିମ୍‌ର ଏଟିକେ ଏଫ୍‌ସି ସହିତ ବିଲୟ ଘଟିଛି। ଆସନ୍ତା ସିଜନଠାରୁ ଏହି ଦୁଇ ଦଳ ମିଳିତ ହୋଇ ଏଟିକେ-ମୋହନ...

କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୫।୫: ବଲବୀର ସିଂଙ୍କ ପରଲୋକରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ମହିଳା...

ଚିଠିରେ ‘କ୍ରୁନାଲ ମୋତେ ଧମକ ଦେଇଛନ୍ତି’ ଲେଖି ଇଭେଣ୍ଟରୁ ଓହରିଲେ ହୁଡା

ମୁମ୍ବାଇ,୧୦।୧- ଦେଶର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି। ଅଲରାଉଣ୍ଡର ଦୀପକ ହୁଡା ରବିବାର ବରୋଦା କ୍ରିକେଟ ଆସୋସିଏଶନକୁ ଅଭିଯୋଗ...

ଆଶେସ ସିରିଜ ଲାଗି ଅଷ୍ଟ୍ରେଲିଆ ଦଳର ମେଣ୍ଟର ଓ୍ବ

ସିଡ୍‌ନୀ,୪।୭(ଏଏଫ୍‌ପି)- ଇଂଲଣ୍ଡରେ ୧୮ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଆଶେସ ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଛି। ଏଥିଲାଗି ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଙ୍କୁ ଦଳର ମେଣ୍ଟର...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: କୋହଲି, ଧାଓ୍ବନ ଟପ୍‌-୧୦ ନିକଟତର

ଦୁବାଇ,୨୬।୯(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ତାରକା ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌...

Ten Cric Info
Advertisement


Archives

Model This Week

Why Dharitri