ଡିଜେ ସହ ଗାଡ଼ି ଜବତ କଲା ପୋଲିସ

ପୁରୁଷୋତ୍ତମପୁର,୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ବିନା ଅନୁମତିରେ ବେଆଇନ ଭାବେ ବହୁଳ ମାତ୍ରାରେ ଡିଜେ ବ୍ୟବହାର ହେଉଥିଲା। ଶନିବାର ଏନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଜୁଥିବା ଡିଜେ ଉପରେ ଚଢାଉ କରାଯାଇଛି। ରବିବାର ପୁରୁଷୋତ୍ତମପୁର ସହର ମଧ୍ୟ ଗଡସାହିରେ ନିର୍ବନ୍ଧ ଲାଗି ଏକ ଶୋଭାଯାତ୍ରା ବାହାରିଥିଲା। ଏଠାରେ ବିନା ଅନୁମତିରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିଲା। ପୋଲିସ ଚଢାଉ କରି ଡିଜେ ସହ ସମ୍ପୃକ୍ତ ଗାଡି (ନଂ.ଓଡି ୦୭ ଏଏ-୨୮୨୪) କୁ ଜବତ କରି ଥାନାକୁ ଆଣିବା ସହ ଗାଡି ଚାଳକଙ୍କୁ ଅଟକ ରଖିଛି। ପୋଲିସ ଚଢାଉ କରିବାବେଳେ ଉପସ୍ଥିତ ଲୋକେ ପ୍ରତିରୋଧ କରିଥିଲେ। ଫଳରେ ପୋଲିସ ଓ ଡିଜେ ବଜାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏସ୍‌ଆଇ ସୁନିଲ କୁମାର ପ୍ରଧାନ କହିଛନ୍ତି ଯେ, ବେଆଇନ ଭାବେ ଡିଜେ ବଜାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ ଯେ, ଅଞ୍ଚଳରେ ବିଭିନ୍ନ ଶୋଭାଯାତ୍ରାରେ ଡିଜେ ବ୍ୟବହାର ଯୋଗୁ ବୟସ୍କ, ରୋଗୀ ଓ ଶିଶୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତତ୍କାଳୀନ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ଥିଲା। ଉଭୟ ଅଧିକାରୀ ଏହାକୁ ଗୁରୁତର ସହ ନେଇ ଡିଜେ ଉପରେ ରୋକ ଲଗାଇଥିଲେ। ମାତ୍ର ତତ୍କାଳୀନ ତହସିଲଦାର ଓ ଥାନା ଅଧିକାରୀ ବଦଳି ହୋଇଯିବା ପରେ ଏହି କଟକଣାକୁ ଆଉ କେହି ନ ମାନି ବହୁଳ ମାତ୍ରାରେ ଉଚ୍ଚ ଶବ୍ଦରେ ବେଆଇନ ଭାବେ ଡିଜେ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଚୋରି ଘଟଣା : ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର ଓ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୧।୭: ସଦର ଥାନା ପୋଲିସ ଫେରାର ଥିବା ଏକ ପେସାଦାର ଚୋର ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର...

ମାଲିକ ନ ଥିବା ଗାଈ ଉଠାଇଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୧୪।୯-ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ଆଉ ଏକ ପଦକ୍ଷେପ ହାତକୁ ନେଇଛି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) । ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା...

ବଜ୍ରପାତରେ ନାବାଳକଙ୍କ ଜୀବନଗଲା

ହିଞ୍ଜିଳିକାଟୁ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁରୁଷୋତ୍ତମପୁର ଥାନା ସାହାପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟିି ଜଣେ ନାବାଳକଙ୍କ ଜୀବନ ଯାଇଛି। ମୃତ ନାବାଳକ...

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର

ପାଟପୁର,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ଅଟୋ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପଳାସପୁର କାଳୀମନ୍ଦିର ନିକଟରେ ଏକ ଇଟା...

ଜମିପଟ୍ଟା ସଂଶୋଧନକୁ ନେଇ କଥା କଟାକଟି: ଏଟିଓଙ୍କୁ ମନ୍ଦିର କର୍ତ୍ତୁପକ୍ଷଙ୍କ ଦୁର୍ବ୍ୟବହାର

ଗଞ୍ଜାମ,୨୭।୧୧(ଡି.ଏନ୍‌.ଏ.): ଏକ ଜମିପଟ୍ଟା ସଂଶୋଧନ କରିବାକୁ ନେଇ ତ୍ରିବେଣୀ ମଠ ଛକ ମନ୍ଦିର କର୍ତ୍ତୁପକ୍ଷ ଓ ଏଟିଓଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା l ଏହି...

ଆନ୍ଧ୍ର ଶିକ୍ଷକଙ୍କୁ ନେଇ ପାତ୍ରପୁରବାସୀ ଆତଙ୍କିତ

ପାତ୍ରପୁର,୩ା୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର ବ୍ୟକ୍ତି ଶିକ୍ଷକତା କରୁଛନ୍ତି। ଲକ୍‌ଡାଉନ ଯୋଗୁ ଛୁଟି ଘୋଷଣା ପରେ ସେମାନେ ଘରକୁ...

ଛତ୍ରପୁରବାସୀଙ୍କୁ ଡରାଉଛି କରୋନା: ୱାର୍ଡ ବାସିନ୍ଦା, ଦୋକାନୀଙ୍କ ସ୍ବାବ ସଂଗ୍ରହ

ହଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କୁ କରୋନା ଡରାଇବାରେ ଲାଗିଛି । ଏଠାରେ ଦୈନିକ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଗୁରୁବାର ଛତ୍ରପୁର ଏନ୍‌ଏସିର ୩...

ଜାତୀୟ ସ୍କେଟିଂ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ଜିଣିଲେ ବ୍ରହ୍ମପୁର ଖେଳାଳି

ବ୍ରହ୍ମପୁର ଅଫିସ,୧୩ା୧୦-ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ ମିଟର ଟାଇମ...

Advertisement
Archives

Model This Week