Posted inଖେଳ

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ରାଡିଏଶନ୍‌ ଥେରାପି ପାଇଁ ସେ ନୂଆଦିଲ୍ଲୀ ଯାଇଥିଲେ। ତାଙ୍କୁ ପୁଣି ଜଣ୍ଡିସ୍‌ ହୋଇଥିବା ଜଣାପଡ଼ିବାରୁ ନିଜ ରାଜ୍ୟ ମଣିପୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଫଳାଫଳ ନେଗେଟିଭ୍‌ ଆସିଥିଲା। ମାତ୍ର ସେ ମଣିପୁରକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ପୁଣି ଟେଷ୍ଟ ହେବାରୁ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ୪୧ ବର୍ଷୀୟ ଡିଙ୍ଗ୍‌କୋ ଜଣେ ପୂର୍ବତନ ବ୍ୟାଣ୍ଟମଓ୍ବେଟ୍‌ ବକ୍ସର। ସେ ବ୍ୟାଙ୍କକ୍‌ଠାରେ ଏସିଆନ ଗେମ୍ସର ୧୯୯୮ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହେ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଥିବାବେଳେ ତାଙ୍କ ଦାୟିତ୍ୱରେ ଥିବା ଜଣେ ନର୍ସ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଡିଙ୍ଗ୍‌କୋ ମେଡିକାଲ ଛାଡ଼ିବା ବେଳେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ସେ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା। ସିଂଙ୍କର ପ୍ରକୃତରେ ମାର୍ଚ୍ଚରେ ରାଡିଏଶନ୍‌ ଥେରାପି ହେବାର ଥିଲା। ନ୍ୟାଶନାଲ ଲକ୍‌ଡାଉନ୍‌ କାରଣରୁ ତାଙ୍କୁ ଦିଲ୍ଲୀ ଆଣିବାରେ ବିଳମ୍ବ ଘଟିଥିଲା। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ତରଫରୁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବାରେ ସେ ଏପ୍ରିଲ ଶେଷ ସପ୍ତାହରେ ଦିଲ୍ଲୀ ଯାଇଥିଲେ। ମାତ୍ର ଜଣ୍ଡିସ୍‌ ଯୋଗୁ ତାଙ୍କର ଥେରାପି ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ମଣିପୁରକୁ ଆସିବା ଲାଗି ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ସଡ଼କ ପଥରେ ଦୀର୍ଘ ୨୪୦୦ କିଲୋମିଟର କଷ୍ଟସାଧ୍ୟ ଯାତ୍ରା କରିବାକୁ ପଡ଼ିଥିଲା। ହୁଏତ ଆମ୍ବୁଲାନ୍ସ କିମ୍ବା ଦିଲ୍ଲୀରେ ଥିବାବେଳେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଟର୍ନ ନେଲେ ରାୟୁଡୁ

ହାଇଦ୍ରାବାଦ,୩୦।୮: କ୍ରିକେଟରୁ ଅବସର ଘୋଷଣା କରିବାର ଦୁଇମାସ ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୟୁଟର୍ନ ନେଇଛନ୍ତି। ଅବସର ନିଷ୍ପତ୍ତି ଏକ ଭାବବିହ୍ବଳ ଥିଲା। ଏବେ...

ଏହି ଖେଳାଳିଙ୍କ ସହ ମସ୍ତିକଲେ ବଲିଉଡ୍‌ର ବାଜିରାଓ: ଫଟୋ ଶେୟାର କରି କହିଲେ…

ଗୋଟିଏ ପଟେ ଆଇପିଏଲ୍‌ ୨୦୨୧ କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରିରହିଥିବା ବେଳେ ଅନ୍ୟପଟେ ବଲିଉଡ୍‌ କଳାକାରମାନେ ନିଜର ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ...

ସ୍ମିଥ୍‌ ନୁହେଁ, କୋହଲି ଇଆନଙ୍କ ଫେଭରାଇଟ୍‌

ନୂଆଦିଲ୍ଲୀ,୧।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏ ନେଇ ଚର୍ଚ୍ଚା ଓ ବିତର୍କ...

ଚେନ୍ନାଇ ପିଚ୍‌ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ

ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଚେପକ ଷ୍ଟାଡିୟମରେ...

ସିନ୍ଧୁ, ପ୍ରଣିଥ୍‌ ସେମିଫାଇନାଲରେ

ବାସେଲ,୨୩ା୮(ପି.ଟି.)-ବ୍ୟାଡ୍‌ମିଣ୍ଟନ ଓ୍ବାଲ୍ଡର୍ର୍ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ଭାରତର ପି.ଭି. ସିନ୍ଧୁ ଏବଂ ବି. ସାଇ ପ୍ରଣିଥ ସେମାନଙ୍କ ପଦକ ପକ୍କା କରିଛନ୍ତି। ଶୁକ୍ରବାର ସେ...

‘ଶୁଟର ଦିଦି’ ଚାନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ, ୨୮ା୪ (ପି.ଟି.)-କରୋନା ସଂକ୍ରମିତ ବୟୋଜ୍ୟେଷ୍ଠ ଶୁଟର ଚାନ୍ଦ୍ରୋ ତୋମାରଙ୍କ ସ୍ଥାନୀୟ ଏକ ହସ୍ପିଟାଲରେ ପରଲୋକ ଘଟିଛି। ଉତ୍ତରପ୍ରଦେଶ ରାଜ୍ୟର ବାଗ୍‌ପାତ ବାସିନ୍ଦା ୮୯ ବର୍ଷୀୟା...

ମ୍ୟାଚ୍‌ର ପ୍ରଥମ ବଲ୍‌ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍‌: ଜାଣନ୍ତୁ କାହିଁକି

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...

ସୁମିତ୍‌ଙ୍କୁ ଅଲିମ୍ପିକ କୋଟା

ସୋଫିଆ (ବୁଲଗେରିଆ), ୮ା୫ (ପି.ଟି.)-ଏଠାରେ ଚାଲିଥିବା ବିଶ୍ୱ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୧୨୫ କେଜି ଶ୍ରେଣୀର ଫାଇନାଲରେ ପ୍ରବେଶ କରିବା ଦ୍ୱାରା ସୁମିତ୍‌ ମଲିକ ଭାରତର ଚତୁର୍ଥ...

Advertisement
Archives

Model This Week