ଡିକି ଭାଙ୍ଗି ୨୫ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୨୩ା୯- ଫୁଲବାଣୀ ସହରରେ ଲୁଟେରା ମାତିଛନ୍ତି। ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ସୋମବାର ଏକ ବାଇକ୍‌ର ଡିକି ଭାଙ୍ଗି ୨୫ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, ଏଟିଏମ କାର୍ଡ, ଚେକ ବୁକ୍‌ ସମେତ ପେନଡ୍ରାଭଇ ଲୁଟି ନେଇଛନ୍ତି। ଏ ନେଇ ଲୁଟ୍‌ର ଶୀକାର ହୋଇଥିବା କନ୍ଧମାଳ ଜି.ଏନ୍‌.ଏମ୍‌. କଲେଜର ଆଡ୍‌ମିନିଷ୍ଟ୍ରେଟିଭ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ ପୂର୍ବାହ୍ନ ସାଢ଼େ ୧୧ଟାରେ ଫୁଲବାଣୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୨୫ ହଜାର ଟଙ୍କା ଉଠାଇ ଥିଲେ। ଟଙ୍କାକୁ ବ୍ୟାଙ୍କର ପାସବୁକ, ଏଟିଏମ, ଚେକବୁକ୍‌ ଥିବା ଏକ ଛୋଟ ବ୍ୟାଗରେ ପୁରାଇ ଡିକିରେ ରଖିଥିଲେ। ସେଠାରୁ ସେ ପେଟ୍ରୋଲ ପମ୍ପ ଅଭିମୂଖେ ଯାଇଥିଲେ। କିଛି ଦୂରରେ ବାଇକ ରଖି ପଲ୍ୟୁସନ ସାର୍ଟିଫିକେଟ ବିଷୟରେ ପଚାରିବାକୁ ଯାଇଥିଲେ। ଫେରି ଆସି ଦେଖିବାବେଳକୁ ବାଇକର ଡିକି ଖୋଲାଥିବାବେଳେ ଟଙ୍କା ବ୍ୟାଗ ନ ଥିଲା। ପୋଲିସ ଏବେ ଲୁଟେରାମାନଙ୍କୁ ଖୋଜା ଖୋଜି ଆରମ୍ଭ କରିଛି। ସୂଚନା ଯୋଗ୍ୟ ଯେ, ଗତ ୨ଦିନ ପୂର୍ବେ ଫୁଲବାଣୀ କୋର୍ଟ ଛକଠାରେ ଜଣେ ବ୍ୟବସାୟୀଙ୍କ ଗାଡିରୁ ଏକ ବ୍ୟାଗରେ ଥିବା ୮ କିଗ୍ରା ରୁପା ଗହଣା ଏବଂ ୫୦ ହଜାର ଟଙ୍କା ଦୁଇ ଦୁର୍ବୃତ୍ତ ଲୁଟି ନେଇ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପେକ୍ସ ପକ୍ଷରୁ ହେବ ଡାକଟିକଟ ପ୍ରଦର୍ଶିନୀ”ସମାରୋହ: ପ୍ରଦର୍ଶିତ ହେବ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ

ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ମୁଖ୍ୟ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ...

କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘର ନୂତନ ସାଧାରଣ ସମ୍ପାଦକ ହେଲେ ପ୍ରବୀଣ ଖମାରୀ

ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଶୁକ୍ରବାର କଳାହାଣ୍ଡି ଘରୋଇ ବସ୍‌ ମାଳିକ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ...

ଭାଜପାରେ ଯୋଗଦେବାରୁ ସଂଘବଦ୍ଧ ଆକ୍ରମଣ କଲେ ବିଜେଡି କର୍ମୀ , ଗୁରୁତର ମେଡିକାଲରେ ଭର୍ତ୍ତି

ହିଞ୍ଜିଳିକାଟୁ, ୮।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପୋଡିଙ୍ଗି ଗାଁ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସଂଧ୍ୟାରେ ଭାଜପାରେ ଯୋଗ ଦେବାରୁ ତାଙ୍କ ବିଜେଡିର ୫...

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ: କୋରମ୍ ଅଭାବରୁ ଭୋଟିଂ ସ୍ଥଗିତ

ଥୁଆମୂଳ ରାମପୁର,୮।୧୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକର ରାଜନୀତି ଗତ ୩ ମାସ ହେଲା ସରଗରମ ହେବା ସହ ବେଶ ଉଷ୍ମ ହୋଇପଡିଛି। ଏକଦା ବିଜେଡି...

କଟକ ବଳାତ୍କାର ମାମଲା: ଜଣାପଡିଲା ସାଂଘାତିକ ସତ, ହୁକା ବାର୍‌ ମାଲିକ ବି କରିଥିଲେ…

କଟକ,୮।୧୧: କଟକ ବଳାତ୍କାର ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଛାତ୍ରୀଙ୍କୁ ହୁକା ବାର୍‌କୁ ଆଣି କରାଯାଇଥିଲା ବଳାତ୍କାର। ହୁକା ବାରରେ ବୟଫ୍ରେଣ୍ଡ ସହ ଜନ୍ମଦିନ...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ଅଭିଯୁକ୍ତ ୬ ସାଙ୍ଗ କୋର୍ଟଚାଲାଣ

କଟକ,୮।୧୧(କାର୍ତ୍ତିକ ସାହୁ): କଟକ ସହରରେ ଜଣେ ଦଳିତ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଦୁର୍ଗାପୂଜା ସମୟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବାବେଳେ ୩ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri