ଡିଇଓଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୧୨ ଶିକ୍ଷକଙ୍କ ଦରମା ବନ୍ଦ

ରଣପୁର/ନୟାଗଡ଼ ଅଫିସ,୨୧ା୯(ସ୍ବ.ପ୍ର.): ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଶିବଶଙ୍କର ପ୍ରଧାନ ଶୁକ୍ରବାର ରଣପୁର ଓ ନୟାଗଡ଼ ବ୍ଲକର ବିଭିନ୍ନ ସ୍କୁଲ ଅଚାନକ ପରିଦର୍ଶନ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨ ଶିକ୍ଷୟିତ୍ରୀଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। କେତେଜଣ ଶିକ୍ଷୟିତ୍ରୀଶିକ୍ଷକ ପୂର୍ବାହ୍ନ ୧୦ଟା ୫ମିନିଟ ସୁଦ୍ଧା ସ୍କୁଲରେ ପହଞ୍ଚତ୍ ନ ଥିଲେ। ଆଉ କେତେଜଣ ସ୍କୁଲରେ ଉପସ୍ଥିତ ଥିଲେ ମଧ୍ୟ ମୋବାଇଲରେ କଥା ହେଉଥିଲେ। ଆଖୁପଦର ନୂଆ ପ୍ରାଥମିକ ସ୍କୁଲର ଅନିଲ ପାଇକରାୟ, ବିଲଗାଡିଆ ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆନନ୍ଦ ଚରଣ ପ୍ରଧାନ, ବାଉଁଶଗଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରଶ୍ମିରେଖାଙ୍କ ଦରମା ବନ୍ଦ ହୋଇଛି। ଦର୍ପନାରାୟଣପୁର ଜନତା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ଜଣ ଶିକ୍ଷୟତ୍ରୀଶିକ୍ଷକ ଉପସ୍ଥିତ ଥିବାବେଳେ ୬ଜଣ ଅନୁପସ୍ଥିତ ଥିଲେ। ଏକକାଳୀନ ୬ଜଣ ଶିକ୍ଷକ ଛୁଟିରେ ରହିଥିବାରୁ ସେମାନଙ୍କ ଦରମା ବନ୍ଦ ହୋଇଥିବା ଜଣାପଡିଛି। ସେହିଭଳି ନୟାଗଡ଼ ବ୍ଲକ ମୁକ୍ତାପୁର ପ୍ରାଥମିକ ବିଦ୍ୟାଳୟର ୨ ଜଣ ଶିକ୍ଷକ ବିଳମ୍ବରେ ଆସିବାରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରୁଥିବାରୁ ବିଳମ୍ବରେ ଆସୁଥିବା ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା...

ମାଓବାଦୀଙ୍କ ବର୍ବର କାଣ୍ଡ

ମାଲକାନଗିରି,୧୪।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଏରାବର ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଙ୍ଗଲ ଜମି ନଷ୍ଟ ସହ ବେଆଇନ...

ମଦ ବ୍ୟବସାୟୀଙ୍କ ମାଡ଼ରେ ଖବରଦାତା ଲହୁଲୁହାଣ

ତିଗିରିଆ, ୧୨ା୮( ଡି.ଏନ.ଏ.): ତିଗିରିଆ ବ୍ଲକ କରଡ଼ାପଲ୍ଲୀ ଗଁାର ଖବରଦାତା ପନିଆ ଖଁାଙ୍କୁ ସେହି ଗଁାର ୨ ଜଣ ଦେଶୀ ମଦ ବ୍ୟବସାୟୀ ନିସ୍ତୁକ ପିଟି...

ମହାଶିବରାତ୍ରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ପୃଷ୍ଠାରେ ପ୍ରଭୁ ଲିଙ୍ଗରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର...

୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ

ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ...

ସମୁଦ୍ର ମଝିରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ମତ୍ସ୍ୟଜୀବୀ ଉଦ୍ଧାର

ମହାକାଳପଡ଼ା, ୨୬।୧୦ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଇଞ୍ଜିନ୍‌ଚାଳିତ ଡଙ୍ଗା ଶୁକ୍ରବାର ଅପରାହ୍ନରେ ଭାରସାମ୍ୟ ହରାଇ...

ବସ୍‌ରେ ଘରକୁ ଗଲେ ୧୭୯ ଜଣ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ୱାରାଣ୍ଟାଇନ୍‌ରେ ଥିବା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ କଳାହାଣ୍ଡି ଜିଲାର ୧୭୯ ଜଣ ଲୋକଙ୍କୁ...

ରୋଜଗାର ପାଇଁ ଅଜଗରକୁ ନିର୍ଯାତନା

ବ୍ରହ୍ମପୁର ଅଫିସ୍‌,୫ା୬- ବନ୍ୟପ୍ରାଣୀ ଏବଂ ସଂରକ୍ଷିତ ପ୍ରାଣୀମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବହୁ ଆଇନ୍‌ ରହିଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନ ମଧ୍ୟ...

Advertisement
Archives

Model This Week