ଡବ୍ଲୁଏଚ୍‌ଓର ଚେତାବନୀ ପୁଣିଥରେ ଫେରିପାରେ କରୋନା

ଜେନେଭା,୨୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସୋମବାର କରୋନା ମହାମାରୀକୁ ନେଇ ଆଉ ଏକ ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି ଯେଉଁ ଦେଶରେ କରୋନା ସଂକ୍ରମଣ କମ୍‌ ହୋଇଛି ସେଠାରେ ପୁଣିଥରେ କରୋନା ଫେରିପାରେ। କାରଣ ବିଶ୍ୱର ଅନେକ ବିଶେଷଜ୍ଞ କହୁଛନ୍ତି କି ବିଶ୍ୱପାଇଁ ‘ସେକେଣ୍ଡ ଓ୍ବେବ’ର ବିପଦ ରହିଛି। ଯଦି ବିଶ୍ୱରେ ‘ସେକେଣ୍ଡ ଓ୍ବେବ’ ନ ହୁଏ ତଥାପି ଆମେରିକା ଭଳି କିଛି ଦେଶକୁ ‘ସେକେଣ୍ଡ ଓ୍ବେବ’ର ସାମ୍ନା କରିବାକୁ ପଡିପାରେ। ଏବେ କିଛିଦିନ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଥିବା ବେଳେ ଏସିଆ-ଆଫ୍ରିକାରେ ଅଧିକ ସଂକ୍ରମଣ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ଏବେ ‘ସେକେଣ୍ଡ ଓ୍ବେବ’ନ ଥିଲେ ମଧ୍ୟ ଏହା କେବେବି ଆସିପାରେ ବୋଲି କହିଛନ୍ତି ଡବ୍ଲୁଏଚ୍‌ଓ ହେଲ୍‌ଥ ଏମରଜେନ୍ସି ପ୍ରୋଗ୍ରାମର ନିର୍ଦ୍ଦେଶକ ଡାକ୍ତର ମାଇକ ରେୟାନ। ଯେଉଁ ଦେଶମାନେ ଦାବି କରୁଛନ୍ତି କି ସେମାନଙ୍କର କରେନା ସଂକ୍ରମଣ କମ୍‌ ହୋଇ ଆସିଲାଣି ସେଠାରେ କେବେବି କରୋନା ଫେରିପାରେ ବୋଲି ଅନୁମାନ କରାଯାଉଛି। ତେବେ ବର୍ଷା ଓ ଶୀତ ଆସିଲେ କରୋନା ପୁଣିଥରେ ଉଗ୍ର ହୋଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ଡବ୍ଲୁଏଚ୍‌ଓର ଇନଫେକ୍ସନ ଡିଜିଜ ଏପିଡେମୋଲୋଜିଷ୍ଟ ମାରିୟା ଭାନ କେରଖୋବେ। ତେଣୁ ବିଶ୍ୱର ସମସ୍ତ ଦେଶ ଏହାକୁ ନେଇ ସଜାଗ ରହିବା ଜରୁରୀ ବୋଲି ସେ କହିଛନ୍ତି। ଏମିତିକି ସମସ୍ତେ ରାପିଡ ଟେଷ୍ଟ କିଟ୍‌ ମଧ୍ୟ ଗଚ୍ଛିତ ରଖିବା ଦରକାର ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ: କିନ୍ତୁ ପାଳନ କରିବାକୁ ପଡ଼ିବ ଏହିସବୁ ନିୟମ

ପଣଜି,୨।୭: ଦେଶର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗୋଆ ହେଉଛି ଅନ୍ୟତମ। ଏଠାକୁ ଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ସୂଅ ଛଟିଥାଏ। କିନ୍ତୁ କରୋନା...

ଆମେରିକା-ଦକ୍ଷିଣ କୋରିଆକୁ କିମ୍‌ଙ୍କ ଖୋଲା ଚ୍ୟାଲେଞ୍ଜ୍‌, ପୁଣି ଜାପାନ ଉପର ଦେଇ ୨ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ…

ପ୍ୟୋଙ୍ଗୟାଙ୍ଗ,୯।୧୦ : ଉତ୍ତର କୋରିଆ ଦୁଇ ସପ୍ତାହ ମଧ୍ୟରେ ସପ୍ତମ ଥର ପାଇଁ ଜାପାନ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ଉତ୍ତର କୋରିଆର ଏହି...

ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ...

ନଓ୍ବାଜଙ୍କ ପରେ ତାଙ୍କ ଝିଅ ବି ହସ୍ପିଟାଲରେ ଭର୍ତ୍ତି

ଲାହୋର,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ତାଙ୍କ ଝିଅ ମରିୟମ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୱାଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋମବାର...

୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦...

ଭାରତ ସର୍ବାଧିକ ସହାୟତା ଦେଇଛି: ଓ୍ବିକ୍ରମ୍‌ସିଂହେ

କଲମ୍ବୋ,୧୧।୪ : ଆର୍ଥିକ ଚ୍ୟାଲେଞ୍ଜକୁ ପରିଚାଳନା କରିବାରେ ଅପାରଗ ରାଜପାକ୍‌ସେ ସରକାର ଶ୍ରୀଲଙ୍କାକୁ ଗମ୍ଭୀର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ମଧ୍ୟକୁ ନେଇଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ...

ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି...

ତୃତୀୟ ଲହର ଆଶଙ୍କା ନେଇ ଆତଙ୍କ: ରାଜସ୍ଥାନରେ ୬୦୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ଜୟପୁର,୨୪।୫: କରୋନାର ତୃତୀୟ ଲହର ଆଶଙ୍କା ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନର ଦୌସା ଏବଂ ଡୁଙ୍ଗରପୁର ଦୁଇ ଜିଲାରେ ୬୦୦ରୁ ଅଧିକ ଶିଶୁ...

Advertisement
Archives

Model This Week