ଡଙ୍ଗା ଯାତ୍ରୀଙ୍କୁ ମିଳିଲା ଲାଇଫ୍‌ ଜାକେଟ

ପାତ୍ରପୁର,୧ା୯(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ବାଘଲଟି ଜଳ ଭଣ୍ଡାର ଦେଇ ଡଙ୍ଗାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ଶନିବାର ଲାଇଫ୍‌ ଜାକେଟ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଘଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ଦାସ ବର୍ମା ଲୋକଙ୍କୁ ଜାକେଟ ପ୍ରଦାନ କରିଛନ୍ତି। ବାଘଲଟି ଆରପାରିରେ ଥିବା ବଣିଆବସା, ବେହେରାପୁଟୁ, ଏଲଗଲ ଆଦି ଗ୍ରାମର ଜନସାଧାରଣ ଡ଼ଙ୍ଗା ସାହାଯ୍ୟରେ ଯାତାୟାତ କରିଥାନ୍ତି। ସେମାନଙ୍କ ନିକଟରେ ଥିବା ୨ ଡଙ୍ଗା ପାଇଁ ୧୦ ଲେଖାଏ ମୋଟ ୨୦ ଲାଇଫ୍‌ ଜାକେଟ ପ୍ରଦାନ କରାଯାଇଛି। ଏହାକୁ ନେଇ ଆଦିବାସୀମାନେ ଖୁସି ଥିବା ଜଣାପଡ଼ିଛି ା ଗତ କିଛି ଦିନ ପୂର୍ବେ ଡଙ୍ଗାରେ ଯାଉଥିବା ୪ ଜଣ ବର୍ଷା ଓ ଝଡ଼ ହେବା ଫଳରେ ଅଧାରେ ଅଟକି ଯାଇ ଜୀବନ ସହ ସଂଘର୍ଷ କରିଥିଲେ। ତେଣୁ ଏଭଳି ସ୍ଥଳେ ଏହି ଜାକେଟ ବହୁ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୯ରେ କୋର୍ଟରେ ହାଜର ହେବେ ସୁମିତ୍‌ -ତପସ୍ବିନୀ

ବ୍ରହ୍ମପୁର ଅଫିସ,୩୧।୩: ଡାକ୍ତର ସୁମିତ୍‌ ସାହୁ-ତପସ୍ବିନୀ ଦାସଙ୍କ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ସ୍ତ୍ରୀ-ସ୍ବାମୀଙ୍କୁ ହାଇକୋର୍ଟ...

ଶଟ୍‌ଡାଉନ୍‌ରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କଲେ ତହସିଲଦାର

ଗଞ୍ଜାମ,୨୦।୬(ଡି.ଏନ୍‌.ଏ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜାର ଯାଏ ଉନ୍ନତିକରଣ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ କରୋନା ପାଇଁ...

ପୋଖରୀରେ ଗାଧୋଇବାକୁ ବାରଣ: ଚାରିପଟେ ବ୍ୟାରିକେଟ୍‌, ବନ୍ଦ ହେଉନି ଗାଧୁଆ

ବୁଗୁଡ଼ା,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଏବଂ ଏନ୍‌ଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ପୋଖରୀରେ ଗାଧୋଇବାକୁ ନେଇ ବାରଣ...

ଦିଗପହଣ୍ଡି ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ର ମୂକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ...

ରେଳଧାରଣାରୁ ମୃତଦେହ ଉଦ୍ଧାର, ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୨୮।୧୦: ରେଲଓ୍ବେ ପୋଲିସ ଶୁକ୍ରବାର ଲାଞ୍ଜିପଲ୍ଲୀ ନିକଟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ...

ବିଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା ସନ୍ଦେହ

ଖଲ୍ଲିକୋଟ,୧୪ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ମୁଗ ବିଲରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ।...

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଆସିକା,୧୬ା୧୧(ଡି.ଏନ.ଏ.)-ଆସିକା ଥାନା ଇଲାକାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ତାଙ୍କୁ ଜୀବନରେ ମାରିଦେବା ଲାଗି ଧମକ ଦେବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ...

ଉଠୁନି ଧାନ: ରାସ୍ତା ଅବରୋଧ କରି ବ୍ରହ୍ମପୁରକୁ ପାଣି ଯୋଗାଣ ବନ୍ଦ କଲେ ଚାଷୀ

ଛତ୍ରପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣରେ ଅହେତୁକ ବିଳମ୍ବ ହେତୁ ଟୋକନ୍‌ ରଦ୍ଦ...

Advertisement
Archives

Model This Week