ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ୩ ମନ୍ତ୍ରୀ

ଗୋପାଳପୁର,୨୩ା୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ମୃତକ ଓ ଆହତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏଥିସହ ଜିଲା ପ୍ରଶାସନ ମଧ୍ୟ ଆହତମାନଙ୍କ ଉତ୍ତମ ଚିକିତ୍ସା ସୁବିଧା କରାଇଥିଲେ। ରବିବାର ଅପରାହ୍ନରେ ରାଜ୍ୟ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଡଙ୍କଲପାଡୁ ଗ୍ରାମରେ ପହଞ୍ଚତ୍ଥିଲେ। ସେଠାରେ ୧୦ ଜଣ ମୃତକ ବି.ଏରାମା ରେଡ୍ଡୀ, ବି.ଆଜାମ୍ମା, କେ.ସନ୍ଧ୍ୟା, ସିଏଚ୍‌ କାମରାଜୁ ରେଡ୍ଡୀ, ବି. ମୋହନୀ, ବି.ରାମେୟା, ସିଏଚ୍‌ ତୁଳସୀଆମ୍ମା, ଝିଲି ସାହୁ, ତାରଣେୟା ରେଡ୍ଡୀ ଓ ବି. ଦେବରାଜଙ୍କ ପରିବାର ସଦସ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ସହାୟତା ଚେକ୍‌ ପ୍ରଦାନ କରିଥିଲେ।
ଅନ୍ୟପଟେ ବି.ମହାଲକ୍ଷ୍ମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ତାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ପରିବାରକୁ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ମନ୍ତ୍ରୀଙ୍କ ଗସ୍ତ ବେଳେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ।
ଏହି ଉପଲକ୍ଷେ ଡଙ୍କଲପାଡୁରେ ଆୟୋଜିତ ସଭାରେ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗାଯୋଗ ବେଳେ ଦୁର୍ଘଟଣା ପାଇଁ ଦାୟୀ ରହିଥିବା ବିଭାଗୀୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ଆଲୋଚନା ଚାଲୁ ରହିଛି। ତଦନ୍ତ ରିପୋର୍ଟ ମଧ୍ୟ ଆସିଛି। ଆଗାମୀ ଦିନରେ ଉକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଗୋପାଳପୁର ବିଧାୟକ କହିଥିଲେ, ଆସନ୍ତା ମାସରେ ଶକ୍ତି ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ଓ ଆହତମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ। ମା’ ବାପା ହରାଇଥିବା ୨ ଭଉଣୀ ଦ୍ରୌପଦୀ ଓ ଜ୍ୟୋତ୍ସ୍ନାଙ୍କ ପଢ଼ା ଖର୍ଚ୍ଚ ସହ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଚିକିଟି ବିଧାୟିକା ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସାଉଥ୍‌କୋ ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦନ ଦାଶ, ନିର୍ବାହୀ ଯନ୍ତ୍ରୀ ଦେବେଶ ରଞ୍ଜନ ପଣ୍ଡା, ଚିକିଟି ତହସିଲଦାର ହରପ୍ରସାଦ ଭୂୟାଁ, ଏକ୍ସିଙ୍ଗ ସରପଞ୍ଚ ସିଏଚ୍‌ ସୁଧାକର ରେଡ୍ଡୀ, ସମିତିସଭ୍ୟ ତୁଳସେୟା ରେଡ୍ଡୀ, ସିଏଚ୍‌ ଡିଲେଶ୍ୱର ରେଡ୍ଡୀ, ପୂର୍ବତନ ଚିକିଟି ବ୍ଲକ ଅଧ୍ୟକ୍ଷା ଏମ.ନାଗରାଜୁ ରେଡ୍ଡୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ କରଜ ଶୁଝିବା ଚିନ୍ତା ଘାରିଛି

ପାଟକୁରା,୪ା୧୦(ଡି.ଏନ.ଏ.): ଲଗାଣ ବର୍ଷା ହେବାର ୨୨ ଦିନ ବିତିଯାଇଥିଲେ ସୁଦ୍ଧା ଖାଲ ପାଟ ଜମିରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଛାଡି ନାହିଁ। ପାଣିରେ ଦୀର୍ଘଦିନ...

୨୩ ବର୍ଷ ପରେ ହାଇକୋର୍ଟଙ୍କ ରାୟ: ସରକାରୀ ଖାତାକୁ ଫେରିବ ୫ଶହ ଏକର ଜମି

ପୁରୀ ଅଫିସ,୧୦।୬: ସରକାରଙ୍କ ମାଲିିିିିକାନାକୁ ଫେରିବ ପୁରୀ ସିପସରୁ ବାଲି ଅଞ୍ଚଳରେ ଥିବା ୫ଶହ ଏକରରୁ ଅଧିକ ଜମି। ରାଜ୍ୟ ସରକାରଙ୍କ ସପକ୍ଷରେ ଏହି ରାୟ...

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ବଅଁରପାଳ, ୨୫।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ଥିବା ୫ମ ୟୁନିଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

ଅସ୍ଥାୟୀ ଶିବିରରେ ଥିବା ୧୩୩ ଶ୍ରମିକ ଘରକୁ ଫେରିଲେ

ସୋନପୁର,୨୬।୪(ନି.ପ୍ର.):ଲକ୍‌ଡାଉନ୍‌ କାରଣରୁ ଅନ୍ୟ ଜିଲାର ବହୁ ଶ୍ରମିକ ସୁବର୍ଣ୍ଣପୁର ଜିଲାରେ ଫସି ରହିଥିଲେ। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ଶିବିରରେ ରହିବା ପାଇଁ...

ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା...

ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୦।୩ ରାଜ୍ୟରେ ଆରମ୍ଭ ହୋଇଛି ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍‌ (ଇଆରଏସ୍‌ଏସ୍‌) ବ୍ୟବସ୍ଥା। ଏଥିସହ ଜାରି କରାଯାଇଇଛି ହେଲ୍‌ପ ଲାଇନ୍‌ ନମ୍ବର-୧୧୨। ମୁଖ୍ୟମନ୍ତ୍ରୀ...

ଜେଲ ଗଲେ ସରୋଜ ସେଠୀ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଗୁରୁବାର ଜେଲ ଯାଇଛନ୍ତି। ୩ ଦିନିଆ ରିମାଣ୍ଡ ଶେଷ...

ନାବାଳିକାଙ୍କୁ ଗଣବଳାତ୍କାର: ୩ କୋର୍ଟଚାଲାଣ, ସୁଧାର ଗୃହ ଗଲେ ନାବାଳକ

ଫୁଲବାଣୀ ଅଫିସ, ୨୫ା୧୨- ଖଜୁରିପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ଏହି ଘଟଣାରେ ଅଟକ ଥିବା ୩ ଯୁବକଙ୍କୁ ପୋଲିସ ଗିରଫ...

Advertisement
Archives

Model This Week