ଠାକୁରଙ୍କ ସ୍ଥିତିବାନ୍‌ ସମ୍ପତ୍ତି ଜବରଦଖଲ

ପୁରୁଣା ଭୁବନେଶ୍ୱର,୧୩।୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସୂଚାରୁ ରୂପେ ସମ୍ପାଦନ କରିବାକୁ ପ୍ରତି ବର୍ଷଭଳି ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମାତ୍ର ଯାତ୍ରା ପୂର୍ବରୁ ବଢେଇବାଙ୍କ ଛକଠାରୁ ମାଉସୀ ମା’ ମନ୍ଦିର ତଥା ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱ ନୟନଯୋଡି ଜବରଦଖଲରେ ରହିଛି। ଏଗୁଡ଼ିକ ଠାକୁରଙ୍କ ସ୍ଥିତିବାନ୍‌ ସମ୍ପତ୍ତି। ମିଳିତ ଉଚ୍ଛେଦ ଟିମ୍‌ କିମ୍ବା ପ୍ରଶାସନ ପକ୍ଷରୁ ସେସବୁ ଜବରଦଖଲ ମୁକ୍ତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ମୁଖ୍ୟତଃ ଗୌତମନଗର ମୌଜା, ୟୁନିଟ୍‌-୨୮ ଅନ୍ତର୍ଗତ ଏହି ରାସ୍ତାର ଉଭୟପାର୍ଶ୍ୱ ଜମିଗୁଡ଼ିକୁ ବହୁ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି କବାଡ଼ିଆ, ଗ୍ୟାରେଜ, ହୋଟେଲ ଆଦି କରିଛନ୍ତି। କେତେକ ସ୍ଥାନରେ ଜାଗାକୁ ଭଡ଼ା ଲଗାଇବା ସହ ଜମିକୁ ବେଆଇନ ଭାବେ ବିକ୍ରିବଟା ସହ ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହେଉଛି। ଏହି କାରଣରୁ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ କେହି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି।

ନିଜ ଜମିରେ ଯାତ୍ରା ପାଇଁ ଠାକୁରଙ୍କୁ ଅନୁମତି ଲୋଡ଼ା

ଏକାମ୍ର କ୍ଷେତ୍ରର ଅଧିପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ଯାତ୍ରା ନେଇ ମହାପ୍ରଭୁଙ୍କୁ ଅନ୍ୟ କାହାର ଜମି ଉପରେ ବିଜେ କରିବାର ଆବଶ୍ୟକତା ନାହିଁ। ଓଡ଼ିଶା ସରକାରଙ୍କୁ ଏହି ଜମିର ଖଜଣା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦିଆଯାଉଛି। ହେଲେ ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ଗୌତମନଗର ମୌଜାର ଖାତା ନଂ. ୪୧୧ରେ ମୋଟ ୧୭୦ ଗୋଟି ପ୍ଲଟର ୨୦ ଏକର ୬୬୩ ଡିସିମିଲ ଜମିରୁ ୮ଗୋଟି ଦେବସ୍ଥଳ, ୧୦ଗୋଟି ସଡକ ଛାଡ଼ି ଦେଲେ ୧୨୧ଗୋଟି ଘରବାରି କିସମ ଜମି ଓ ଅନ୍ୟାନ୍ୟ ପତିତ, ୨ଟି ଜଳାଶୟ କିସମ ଜମି ସବୁ ଜବରଦଖଲରେ। ଏହିଭଳି ଗୌତମନଗର ମୌଜାର ଅନେକ ଖାତାରେ ବହୁ ଜମି ରହିଛି। ଯାତ୍ରା ପାଳନ ହେଉଥିବା ମୁଖ୍ୟ ରାସ୍ତା ପ୍ଲଟ ନଂ. ୬୦୦, ନୟନଯୋଡି ପ୍ଲଟ ନଂ. ୬୦୧ ଓ ୫୯୯ ଏ ସବୁର ମାଲିକାନା ଠାକୁରଙ୍କ ନାମରେ। ଖଜଣା ମଧ୍ୟ ଠାକୁର ଦେଉଛନ୍ତି। ମାତ୍ର ଏଠାରେ ପ୍ଲଟ ନଂ. ୫୭୦, ୫୭୧ ଏପରି ଶତାଧିକ ଏକର ଜମି ଉପରେ ବେଆଇନ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି। ଏକାମ୍ର କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ୬୨ ଏକର ଜମିରେ ମେଗା ପ୍ରୋଜେକ୍ଟ କରିବାକୁ କହିଥିଲେ। ଏ ନେଇ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି ହୋଇଥିଲା। ଦୁଇମାସ ମଧ୍ୟରେ ରଥଦାଣ୍ଡର ଗୋସାଗୋରେଶ୍ୱର ଛକ ନିକଟରେ କେତେଗୋଟି ଗ୍ୟାରେଜ, କବାଡ଼ିଆ ଏବଂ ଦୋକାନ ତରବରିଆ ଭାବେ ନିର୍ମାଣ କରି ଆସ୍ଥାନ ଜମାଇ ସାରିଲେଣି। ସାଧାରଣ ଲୋକେ ଘର ନିର୍ମାଣ ବିନା ଅନୁମତିରେ କଲେ ବିଏମସି କଟକଣା କରିବା ସହ ନୋଟିସ ଦେଇଥାଏ। ମାତ୍ର ଶ୍ରୀଲିଙ୍ଗରାଜଙ୍କ ଜମିରେ କାହିଁ କେତେ ବେଆଇନ ନିର୍ମାଣ ହୋଇଛି। ଏ ନେଇ ବିଏମସି ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଓଲଟା ଯାତ୍ରା ପାଇଁ ମହାପ୍ରଭୁଙ୍କୁ ଅନୁମତି ଲୋଡ଼ା ପଡୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମଧ୍ୟ ଏସବୁ ନେଇ ଅଭିଯୋଗ ଆସିଲେ ତାଙ୍କର ଚିଠି ଲେଖିବା ଅବା ନୋଟିସ ଦେବାଛଡା ଅନ୍ୟ ଉପାୟ ନାହିଁ। ଏଣୁ ଚଳିତବର୍ଷ ଅଶୋକାଷ୍ଟମୀ ଯାତ୍ରା ପୂର୍ବରୁ ବରିଷ୍ଠ ଅଧିକାରୀ ଓ ସଚିବ ସ୍ତରୀୟ ଅଧିକାରୀ ଶ୍ରୀଲିଙ୍ଗରାଜଙ୍କ ଯାତ୍ରା ସ୍ଥଳ ସମେତ ଜମିଗୁଡ଼ିକୁ ଜବରଦଖଲମୁକ୍ତ ନେଇ ସ୍ଥାୟୀ ପ୍ରତିକାର କରିବାକୁ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମହଲରେ ଦାବି ହୋଇଛି। ନଚେତ ଏକାମ୍ର ବିକାଶ ଏକରକମ ଅଧୁରା ରହିଯିବ। ଜବରଦଖଲ କାରଣରୁ ରଥଦାଣ୍ଡ ସଙ୍କୁଚିତ ହୋଇଯାଇଛି। ଫଳରେ ରୁକୁଣା ରଥ ଦାଣ୍ଡରେ ଗଡ଼ିବାରେ ପ୍ରତିବନ୍ଧକ ସାଜିବ ଏହା ନିଃସନ୍ଦେହ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରେ କାର୍ଯ୍ୟାଳୟରେ ଅମିନ ଏବଂ ଆରଆଇ ପଦବୀ ଖାଲି ପଡିଛି। ତେଣୁ ଜବରଦଖଲ ସ୍ଥାନ ଚିହ୍ନଟ ପାଇଁ ସମସ୍ୟା ଉପୁଜୁଛି। ଖୁବ୍‌ଶୀଘ୍ର ଏହି ପଦବୀ ପୂରଣ ହେଲେ ରଥଦାଣ୍ଡରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରଦାର କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri