ଟ୍ୟୁମର ନ ଥାଇ କାଟିଦେଲେ ପେଟ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ ସହରରେ ଥିବା ଏକ ନର୍ସିଂହୋମ୍‌ରେ ଜଣେ ମହିଳା ରୋଗୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ୪ ମାସ ତଳର ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ବୁଧବାର ନର୍ସିଂହୋମର ଡାକ୍ତର ସମ୍ପୃକ୍ତା ମହିଳାଙ୍କ ଅପରେଶନ କରିଥିଲେ ବି ପେଟରେ ଟ୍ୟୁମର ନ ଥିବା ଜଣାପଡ଼ିଛି। ଏହାକୁ ନେଇ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳାଙ୍କ ସ୍ବାମୀ ଅଲଟ୍ରାସାଉଣ୍ଡ କରିଥିବା ଏକ ଡାଏଗ୍ଲୋଷ୍ଟିକ୍‌ ସେଣ୍ଟର ଓ ନର୍ସିଂହୋମ ମାଲିକଙ୍କ ବିରୋଧରେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସହର ଉପକଣ୍ଠ ଖଲାରୀ ଅଞ୍ଚଳର ଲିଜା ଗୋଚ୍ଛାୟତ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ୬ ମାସ ହେବ ଏକ ନର୍ସିଂହୋମ୍‌ରେ ସେ ଚିକିତ୍ସିତ ହେଉଥିଲେ। କିନ୍ତୁ ଯନ୍ତ୍ରଣା ନ କମିବାରୁ ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ସହରର ଏକ ଡାଏଗ୍ନୋଷ୍ଟିକ ସେଣ୍ଟରରେ ମାର୍ଚ୍ଚ ୧୬ରେ ଲିଜା ଅଲଟ୍ରାସାଉଣ୍ଡ କରିଥିଲେ। ଉକ୍ତ ରିପୋର୍ଟରେ ଲିଜାଙ୍କ ପେଟରେ ଟ୍ୟୁମର ରହିଥିବା ଦର୍ଶାଯାଇଥିବାରୁ ଅସ୍ତ୍ରୋପ୍ରଚାର କରିବାକୁ ଡାକ୍ତର କହିଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲିଜା ବୁଧବାର ଅନୁଗୋଳ ସହରର ଏକ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ଅପରାହ୍ନ ୨ଟାରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା। ୨୦ ମିନିଟ୍‌ ପରେ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଲିଜାଙ୍କ ପେଟରେ ଟ୍ୟୁମର ନ ଥିବା ସମ୍ପର୍କୀୟଙ୍କୁ କହିଥିଲେ। ଏହାପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଟଙ୍କା ନେବା ଉଦ୍ଦେଶ୍ୟରେ ଏପରି ଅସ୍ତ୍ରୋପଚାର କରାଯାଇଥିବା ମହିଳାଙ୍କ ସ୍ବାମୀ ଜିତୁ କହିବାରୁ ଡାକ୍ତର ଓ କର୍ମଚାରୀମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ସ୍ତ୍ରୀଙ୍କ ଜୀବନପ୍ରତି ବିପଦ ଥିବା ନେଇ ଧମକ ଚମକ ଦେଇଥିବା ସେ ରାତିରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର କହିଛନ୍ତି, ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ଅସ୍ତ୍ରୋପଚାର କରିଛି। ରିପୋର୍ଟ ଦେଇଥିବା ଡାଏଗ୍ନୋଷ୍ଟିକ ସେଣ୍ଟରର ତ୍ରୁଟି ଯୋଗୁ ଏପରି ଘଟଣା ଘଟିଛି। ନର୍ସିଂହୋମ ମାଲିକ କହିଛନ୍ତି, ରୋଗୀଙ୍କ ରିପୋର୍ଟ ଅନୁଯାୟୀ ଅସ୍ତ୍ରୋପଚାର କରାଯାଇଛି। ନୂଆ ଅଲଟ୍ରାସାଉଣ୍ଡର କିଛି ଆବଶ୍ୟକ ନାହିଁ। ରୋଗୀ ଭଲ ହେବା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ମାଗଣାରେ କରାଯିବ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଏ ନେଇ ମାମଲା ରୁଜୁ କରାଯିବ ବୋଲି ଅନୁଗୋଳ ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri