ଟ୍ରେଲର ଯିବା ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ: ଉପଭୋକ୍ତା ହଇରାଣ

ଝୁମ୍ପୁରା, ୧୧।୮ (ଡି.ଏନ.ଏ.)-ବର୍ଷା ନାହିଁ ପବନ ନାହିଁ। ଗତ ଶୁକ୍ରବାର ରାତି ୧୦ଟା ବେଳେ, ହଠାତ୍‌ ଝୁମ୍ପୁରା ଅଞ୍ଚଳର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଗଲା। ପାଗ ଶୁଖିଲା ଥିବାରୁ ବ୍ୟବସାୟ ପ୍ରତିଷ୍ଠାନର କାର୍ଯ୍ୟାଳୟ, ଡାକ୍ତରଖାନା ସହିତ ସାଧାରଣ ବିଦ୍ୟୁତ ଉପଭୋକ୍ତା ମଧ୍ୟ ସତର୍କ ନ ଥିଲେ। ହଠାତ୍‌ ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ କଣ ହୋଇଛି ଜାଣିବା ପାଇଁ ଲୋକମାନେ ବିଦ୍ୟୁତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ଲାଗି ପଡିଲେ। ବୁଝିବା ବେଳକୁ ସଦର ବ୍ଲକର ବନ୍ଦ ହୋଇଯାଇଥିବା ଏକ ପ୍ଲାଣ୍ଟର ପୁରୁଣା ଯନ୍ତ୍ରାଶଂ ବୋଝେଇ ୩ଟି ୩୨ ଚକ ବିଶିଷ୍ଟ ଟ୍ରେଲରକୁ ଝୁମ୍ପୁରା ବଜାର ଅଞ୍ଚଳ ରାସ୍ତା ଦେଇ ପାର କରିବା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ଆଶ୍ଚର୍ଯ୍ୟର କଥା ଟ୍ରେଲର ଗୁଡିକୁ ପାର କରିବା ପାଇଁ ଝୁମ୍ପୁରା ଥାନାର କେତେକ କର୍ମଚାରୀ ଲାଗି ପଡିଥିବାବେଳେ, ନୂତନ ଭାବେ ଝୁମ୍ପୁରା ଥାନାରେ ଯୋଗ ଦେଇଥିବା ଆଇଆଇସିଙ୍କୁ ମଧ୍ୟ କୌଣସି ଖବର ନାହିଁ। ବିନା ସୂଚନାରେ ଏପରି କରାଯାଉଥିବା ନେଇ ଝୁମ୍ପୁରା ନେସ୍କୋ ଜେଇ ଏଲ.ବାରିକ, ଝୁମ୍ପୁରା ଥାନା ଏଏସଆଇ କେ ପେଶାୟତଙ୍କ ସହିତ ଲୋକଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏସମ୍ପର୍କରେ ଯୋଡାସ୍ଥିତ ନେସ୍କୋର ନିର୍ବାହୀ ଯନ୍ତ୍ରୀ ଏକେ ମହାନ୍ତ ଏବଂ ଝୁମ୍ପୁରା ଥାନା ଆଇଆଇସି ବିରଞ୍ଚି ବାଗ୍‌ଙ୍କୁ ପଚାରିବାରୁ ଏ ବିଷୟରେ ସେମାନେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ପ୍ରକୃତିର ଗନ୍ତାଘର ଭୀମକୁଣ୍ଡ ଜଳପ୍ରପାତ

ପାଟଣା, ୧୭।୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଆତ୍ମହରା କରିଦିଏ ପ୍ରକୃତିପ୍ରେମୀ ଆଉ ସୌନ୍ଦର୍ଯ୍ୟପିପାସୁ ପର୍ଯ୍ୟଟକଙ୍କୁ। ଏହାର ମନୋରମ...

ପ୍ରବାସୀ ଶ୍ରମିକଙ୍କୁ ଦିଆଗଲା ଚାଉଳ

ଚମ୍ପୁଆ,୨ା୬(ଡି.ଏନ.ଏ.)- କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି ଶ୍ରମିକ। ଶ୍ରମ ହରାଇବା ସହିତ ବହୁ କଷ୍ଟରେ ନିଜ ପୈତୃକ ଘରକୁ ଫେରୁଛନ୍ତି। କେତେକ ଶହ ଶହ କି.ମି...

ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଥାନାରେ ଏତଲା

ଯୋଡ଼,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଥିବା...

ଦୁଇ ବାଇକ୍‌ ମୁହାଁମୁହିଁ : ଜଣଙ୍କ ଜୀବନଗଲା

ଯୋଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନଂ. ଜାତୀୟ ରାଜପଥ ଟାଟାସ୍ପଞ୍ଜ ମେଟେରିଆଲ ଗେଟ୍‌ ସମ୍ମୁଖରେ ବୁଧବାର ଅପରାହ୍ନରେ ଦୁଇଟି...

ନିରାଡମ୍ବର ଭାବେ ପାଳିତ ହେଲା ୭୨ ତମ ସାଧାରଣତନ୍ତ୍ର ଦିବସ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କୋଭିଡ ଗାଇଡ ଲାଇନ ମଧ୍ୟରେ ମଙ୍ଗଳବାର ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ...

ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ : ଯାତାୟାତ ବାଧାପ୍ରାପ୍ତ

ବଡ଼ବିଲ,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମକୁ ଯାଇଥିବା ରାସ୍ତାରେ ଏକ କମ୍ପାନୀର ପରିବହନ କାର୍ଯ୍ୟ ଯୋଗୁ ଶୁକ୍ରବାର ରାତିରୁ ଶନିବାର ଅପରାହ୍ନ...

‘ଆଗଭଳି ବେପାର ହେଉନି’ – କରୋନା ପାଇଁ ସବୁ ଠପ୍‌

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-କରୋନା କଟକଣାରେ ବହୁ ଲୋକଙ୍କ ଜୀବନଜୀବିକା ଠପ୍‌ ହୋଇଯାଇଛି। ବିଶେଷ କରି ଦିନମଜୁରିଆ ଓ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଜଳଖିଆ ଦୋକାନ,...

ଅପହୃତା ନାବାଳିକାଙ୍କ ବିବାହ ବନ୍ଦ ହେଲା: ଅପହୃତାଙ୍କୁ ନେଇ ଅପହରଣକାରୀ ଫେରାର

ହାଟଡ଼ିହୀ, ୧।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗୁହାଳଗଢ଼ିଆ ଅଞ୍ଚଳରେ ଜଣେ ୧୫ ବର୍ଷିଆ ନାବାଳିକା ଜୁଲାଇ ୨୦ ତାରିଖ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ...

Advertisement


Archives

Model This Week