ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୬ା୨: ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ, ରେଲଓ୍ବେ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଟ୍ରେନ୍‌ରେ ମାନବ ଚାଲାଣ ର଼୍ୟାକେଟ୍‌ ସକ୍ରିୟ ହୋଇପଡିଛି। ବର୍ତ୍ତମାନ ଏହା ପୋଲିସ ବିଭାଗର ଚିନ୍ତା ବଢାଇଛି। ତେଣୁ ଏହାକୁ ରୋକାଯିବା ପାଇଁ ଷ୍ଟେଶନଗୁଡ଼ିକରେ କଡାକଡି ଯାଞ୍ଚ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ଅଭୟ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ମୋଟ୍‌ ୯ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ବିଭାଗ କାର୍ଯ୍ୟାଳୟ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌), ଜିଆରପି ଏବଂ ରେଳ ବିଭାଗର କର୍ମଚାରୀଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ ଅଧିକାରୀମାନେ ଏକାଠି ତ୍ୱରିତ ଯୋଜନା ପ୍ରସ୍ତୁତ କରିବା ଉଚିତ। ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ମାତ୍ରେ ତାହାର ମୁକାବିଲା ପାଇଁ ସମସ୍ତେ ତତ୍ପର ହେବା ଆବଶ୍ୟକ। ଦୁର୍ବୃତ୍ତମାନେ ନିଶାଦ୍ରବ୍ୟ ଚାଲାଣ ପାଇଁ ଟ୍ରେନ୍‌କୁ ବ୍ୟବହାର କରୁଛନ୍ତି। ନିଶା କାରବାରକୁ ରୋକାଯିବା ଓ ଷ୍ଟେଶନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା, ଅସାମାଜିକ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ଓ ଷ୍ଟେଶନଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଗତ କିଛିବର୍ଷ ଭିତରେ ମାଓବାଦୀମାନେ ଟ୍ରେନ୍‌ ଉପରେ ଆକ୍ରମଣ କରିଛନ୍ତି। ଟ୍ରେନ୍‌ ଲାଇନ୍‌କୁ କ୍ଷତିକରି ଦୁର୍ଘଟଣା ଘଟାଉଛନ୍ତି। ଏଣୁ ମାଓବାଦୀଙ୍କ ଆସନ୍ନ ଆକ୍ରମଣ ଏବଂ ଗତିବିଧିକୁ ମୁକାବିଲା କରାଯିବା ଉପରେ ଆଲୋଚନା କରାଯାଇଥିଲା। ଷ୍ଟେଶନ, ଟ୍ରେନ୍‌ରେ ଭିକ୍ଷାବୃତ୍ତି କରୁଥିବା ଶିଶୁ ଓ ଭିନ୍ନକ୍ଷମଙ୍କୁ ରୋକାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ଏଡିଜିପି (ରେଲୱେ) ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇଜି ରାଜା ରାମ୍‌, ଦକ୍ଷିଣପୂର୍ବ ରେଲୱେର ଆର୍‌ପିଏଫ୍‌ ଆଇଜି ଡି.ବି. କିଶୋର, ସ୍ବତନ୍ତ୍ର ଗୋଇନ୍ଦା ଶାଖା(ଏସ୍‌ଆଇବି)ର ଯୁଗ୍ମ ନିର୍ଦ୍ଦେଶକ ରାଜେଶ ସୁବର୍ଣ୍ଣ, ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ କୁମାର ସିଂ, ବିଳାସପୁର ଉପପ୍ରଧାନ ମୁଖ୍ୟ ସୁରକ୍ଷା ଆୟୁକ୍ତ କୁମାର ନିଶ୍ଚନ୍ତ, ପୂର୍ବତଟ ରେଲୱେର ଉପ ମୁଖ୍ୟଯନ୍ତ୍ରୀ ବି.ବି. ମୋହନ, କଟକ ରେଲୱେ ଏସ୍‌ପି ଅଶୋକ କୁମାର ବିଶ୍ୱାଳ ଏବଂ ରାଉରକେଲା ରେଲୱେ ଏସ୍‌ପି ତ୍ରିନାଥ ପଟେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଉନି କ୍ଷତିଗ୍ରସ୍ତଙ୍କ ଦୁଃଖ

ମନୋଜ ନନ୍ଦ ତାଳଚେର,୨୮ା୭ – କୋଇଲା ଖଣି ଓ ଶିଳ୍ପ ପାଇଁ ଘରଦ୍ୱାର ହରାଇବାକୁ ପଡ଼ିଲା। ଏକର ଏକର ଜମି ଉପରୁ ଅଧିକାର ଛାଡ଼ିବାକୁ ହେଲା।...

ପୋଲସରାରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

ପୋଲସରା,୧୮।୪: ଗଞ୍ଜାମ ଜିଲା ପୋଲସରା ବିଧାନସଭା ମଣ୍ଡଳୀର ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୧୬ ନଂ ଆଦର୍ଶ ବୁଥରେ ଭୋଟରମାନଙ୍କ ମଧ୍ୟରେ...

ବଳାତ୍କାରୀଙ୍କୁ ୫ବର୍ଷ ଜେଲ୍‌

ବ୍ରହ୍ମପୁର ଅଫିସ ୨୧ା୧: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଏକ ନାବାଳିକା ବଳାତ୍କାର ମାମଲାର ଦୀର୍ଘ ୮ବର୍ଷ ପରେ ରାୟ ପ୍ରକାଶ...

ଆବାସ ଯୋଜନା ବାଟବନା:ଭଂଗା ଘରେ ବିତୁଛେ ମା’ପୁଓର ଅସାହା ଜୀବନ୍‌

ଗାଇସିଲେଟ, ୧୧ା୬(ଡି.ଏନ୍‌.ଏ): ବରଗଡ଼ ଜିଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପଁଚେତ୍‌ ବଇଦପାଲି ଗଁାର ବିଧବା ମହିଲା ସତ୍ୟଭାମା ସାହୁ। ଆଏଜ୍‌କେ ୫ ବଛର ତଲେ ଆପ୍‌ନେ...

ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ।...

ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି...

ଖସିଲା କରୋନା ଗ୍ରାଫ୍‌: ଆଜି ୧୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୪୫୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୯ା୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ୍‌ ବୁଧବାର ଦାରିଙ୍ଗବାଡିରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସଂ...

Advertisement
Archives

Model This Week