ଟ୍ରେନ୍‌ରେ କଟି ଜଣେ ମୃତ

ଢେଙ୍କିକୋଟ, ୧୬ା୯(ଡି.ଏନ୍‌.ଏ.)- ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମ ଚମ୍ପାଡିହି ସାହିର ସୁନାରାମ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତି ସୋମବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିଛନ୍ତି। ସୁନାରାମ ସୋମବାର ସକାଳ ୮ଟାବେଳେ ପ୍ରତିଦିନ ଭଳି ଗ୍ରାମଲୋକମାନଙ୍କ ଗାଈ ନେଇ ଚରାଇବା ପାଇଁ ଘରୁବାହାରି ଯାଇଥିଲେ। ମାତ୍ର ବହୁ ଡେରି ପର୍ଯ୍ୟନ୍ତ ସେ ଖାଇବା ପାଇଁ ଆସି ନ ଥିବାରୁ ଘର ଲୋକ ତାଙ୍କୁ ଖୋଜା ଖୋଜି କରି ଚମ୍ପାଡିହି ନିକଟ ଟ୍ରେନ୍‌ଲାଇନ୍‌ ଉପରେ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ପଣ୍ଡାପଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ଥାନା ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଥାନା ସବ୍‌ଇନ୍ସପେକ୍ଟର ତପନ କୁମାର ଜେନା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ- ୧୭/୧୯) ରୁଜୁ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଛି। ଗରୀବ ନିରୀହ ସୁନାରାମ ମୁଣ୍ଡା ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିବାବେଳେ ପରିବାର ଲୋକେ ତାଙ୍କ ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛନ୍ତି। ଏଣୁ ଗରୀବ ପରିବାରକୁ ସରକାରୀ ସହାୟତା ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାକୁଦ ଡଙ୍ଗାବୁଡ଼ିକୁ ୧୬ ବର୍ଷ: କ୍ରିକେଟ ଖେଳ ଦେଖିଲେ ଗ୍ରାମବାସୀଙ୍କ ଆଖିରୁ ଲୁହଝରେ

ପାରାଦୀପ,୧ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ନୂଆଗଡ଼ ଗ୍ରାମର ଗ୍ରାମବାସୀ ଏବେବି ଯେଉଁଠି କ୍ରିକେଟ ଖେଳ ଦେଖନ୍ତି ତାଙ୍କ ଆଖିରେ ଲୁହ ଆସିଥାଏ। କାରଣ...

ନିଃସହାୟଙ୍କୁ ଖାଦ୍ୟ ବଣ୍ଟନ ରେ ରହୁନି ସାମାଜିକ ଦୂରତ୍ବ

ବିଜେପୁର, ୪।୪(ଡି.ଏନ.ଏ.)ଲକ୍ ଡାଉନ୍ ପାଇଁ ନିଃସହାୟମାନଙ୍କ ଦୁଃଖ ଲାଘବ କରିବାକୁ ସରକାରଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ କେତେକ ସ୍ଥାନରେ ସାମାଜିକ ଦୂରତ୍ବ ରହୁନଥିବା...

ଜଙ୍ଗଲରୁ କାଜୁ ସଂଗ୍ରହ ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ଖୋର୍ଦ୍ଧା ଅଫିସ,୨୯ା୫: ହାତୀ ଆକ୍ରମଣରେ ଶୁକ୍ରବାର ପୁଣି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା...

ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା...

ଅନୁଗୋଳ ବନମଣ୍ଡଳରେ ୧୩୧ କୁମ୍ଭୀର

ଅନୁଗୋଳ ସହର, ୬।୨ – ସାତକୋଶିଆ ବନଖଣ୍ଡ, ମହାନଦୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ଆଠଗଡ଼, କଟକ, ଢେଙ୍କାନାଳ, ଅନୁଗୋଳ ବନଖଣ୍ଡ ଓ ଯାଜପୁର ବନଖଣ୍ଡକୁ ନେଇ...

ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ପ୍ରଶାସନକୁ ହାଇକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପୁରୀ ଅଫିସ, ୨୨ା୧: ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅଧୀନ ନୂଆଗଁ। ଏବଂ କଣାସ ବ୍ଲକ ଅନ୍ତର୍ଗତ ବୀରକେଶରପୁର ଗ୍ରାମର ୬ଟି ଦଳିତ ପରିବାରଙ୍କୁୁ ଆକ୍ରମଣ,...

କଳାହାଣ୍ଡି ଜିଲା କୋର୍ଟ ପରିସରରେ ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟିତ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋର୍ଟ ପରିସରରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟନ ହୋଇଯାଇଛି। ସୁପ୍ରିମ କୋର୍ଟ ଓ...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌...

Coronavirus Update


Archives

Model This Week

Why Dharitri