ଟ୍ରାଫିକ ନିୟମ କୋହଳ କରିବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବାଲେଶ୍ୱର ଅଫିସ, ୭।୯-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲାସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ଦେବା ସମୟରେ ବିଜୁ ଜନତା ଦଳର ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ। ଦାବିପତ୍ରରେ ପ୍ରଥମେ ରାସ୍ତା, ନାଳଗୁଡ଼ିକ ମରାମତି ଶୀଘ୍ର ସାରିବା, ଟ୍ରାଫିକ୍‌ ଜରିମାନା ବ୍ୟବସ୍ଥା ଲାଗୁ କରିବା, ବୁଲା କୁକୁର, ବୁଲା ଷଣ୍ଢ ରାସ୍ତା ଉପରକୁ ଆସିବାକୁ ନିବୃତ୍ତ କରାଯିବା, ଜରିମାନା ଆଦାୟ ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ସରଳ କରାଯିବା ପାଇଁ ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ଭୁବନାନନ୍ଦ ଦାସ, ଜିଲା କୃଷକ ସଭାପତି ଅଜୟ ସାମଲ, ଜିଲା ସମ୍ପାଦକ ମନୋଜ କୁମାର ରାଉତଙ୍କ ସହ ଛାତ୍ର ଜିଲା ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ସିମନ ସାମଲ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, କିରଣ ନାଥ, ଚିନ୍ମୟ ମହାନ୍ତିଙ୍କ ସମେତ ଶତାଧିକ ଛାତ୍ରନେତା ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ବେହେରା ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶରେ ଅଧିକ ବ୍ଲୁ ଫ୍ଲାଗ ବିଚ୍‌ କରାଯିବ’

ପୁରୀ ଅଫିସ,୮।୧୦: ସାଗର ତଟ ଅଭିଯାନ ଓ ୭୫ତମ ଆଜାଦି କା ଅମୃତ ମହୋତ୍ସବ ଗୁରୁବାର ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହୋଇଯାଇଛି। ଦେଶର ୧୦ଟି...

ଦାରିଙ୍ଗବାଡ଼ିରେ ଶୀତ ଗାଏବ

ଦାରିଙ୍ଗବାଡି,୨୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା...

ହସ୍ପିଟାଲର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କଲେ ଜୁଏଲ

କୋରାପୁଟ,୨୨ା୧୦(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିର...

ବାଉଁଶ ଦୋଳାରେ ବୁହାହେଲେ ରୋଗୀ

ଭଦ୍ରକ, ୧୨।୭ (ସନାତନ ରାଉତ):  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚଡ଼ଦିଆ ପଞ୍ଚାୟତର ହରିଶପୁର ଗଁା ରାସ୍ତା କାଦୁଅ ପଚପଚ ହୋଇଛି। ଫଳରେ ଗଁାକୁ...

ହନୁମାନ ପଇସା ପାଇଁ ହତ୍ୟା କରିଥିଲେ ୪ ସାଙ୍ଗ

ଦେବଗଡ,୧୧ା୮(ଡି.ଏନ.ଏ):ଗତ ୫ ତାରିଖରେ ଦେବଗଡ ଥାନା ଅଧୀନ ରାଇତାଲ ଗାଁରେ ଥିବା ଏକ ଟ୍ରାନ୍ସଫର୍ମର ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି...

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ। ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ...

ଖେଳୁ ଖେଳୁ ଚାଳିଗଲା ଶିଶୁକନ୍ୟାର ଜୀବନ

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଜଗଦଲପୁର ଥାନା ଧୁମାଭଟା ଗ୍ରାମରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁକନ୍ୟା ହେଲେ ଉକ୍ତ...

ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ...

Advertisement
Archives

Model This Week