Posted inଜାତୀୟ

ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ନିସ୍ତୁକ ଛେଚିଲେ ଯୁବତୀ

ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍‌ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟ୍‌ରେ ଯୁବତୀଙ୍କ ସହ ଜଣେ ଚାଳକ ବାଇକ୍‌ରେ ଯାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇଥିଲା। ସେହି ସମୟରେ ପଛରେ ବସିଥିବା ଯୁବତୀ  ହଠାତ୍‌ ଗାଡ଼ିରୁ ଓହ୍ଲାଇ ପୋଲିସଙ୍କୁ ଠେଲାପେଲା କରି ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ରାସ୍ତାରେ ବହୁ ଲୋକ ଜମା ହୋଇଯାଇଥିଲେ ମଧ୍ୟ ତାଙ୍କୁ ଅଟକାଇବାକୁ କେହି ସାହସ କରି ନ ଥିଲେ। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ବାଇକ ଚାଳକ ଆନନ୍ଦ ପାଣ୍ଡେ ଓ ଯୁବତୀଙ୍କ ନାଁରେ ଟ୍ରାଫିକ ପୋଲିସ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରିଛି। ତେବେ ଯୁବତୀ ଓ ଚାଳକ ନିଶାଗ୍ରସ୍ତ ଥିଲେ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯ ।୯: ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ଟୁଇଟର ସୂଚନା ଅନୁଯାୟୀ ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ସେ...

ସୀମାରେ ଯୁଦ୍ଧ ପରିସ୍ଥିତି, ହେଲେ ସେନାଙ୍କ ମନୋବଳ ଭାଙ୍ଗୁଛନ୍ତି ମୋଦି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ ।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଦୁଇ ବର୍ଷ ତଳେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ । ଏହି ଅବସରରେ...

ପାର୍ଲାମେଣ୍ଟରେ ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ, କେବଳ ଗ୍ରୁପ୍‌ କ୍ୟାପଟେନ୍‌ ଜୀବିତ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ...

ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲିରୁ ଓହରି ନାହାନ୍ତି ଚାଷୀ

ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ରଦ୍ଦ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଆଗାମୀ ଶୀତ ଅଧିବେଶନ ବେଳେ ପାର୍ଲାମେଣ୍ଟକୁ...

ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକଭବନରେ...

ହିଜାବ ଆନ୍ଦୋଳନକାରୀଙ୍କ ପାଇଁ ପୁଣି ଥରେ ପରୀକ୍ଷା କରାଯିବ ନାହିଁ

ବେଙ୍ଗାଲୁରୁ,୨୧।୩: ହିଜାବ ଆନ୍ଦୋଳନ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଙ୍କ ପାଇଁ ସୋମବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ପ୍ରାଥମିକ ବିଶ୍ୱବିଦ୍ୟାଳୟ ଶିକ୍ଷା...

ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୮।୧୦: ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ...

Advertisement
Archives

Model This Week