Posted inଖେଳ

ଟ୍ରାକ୍‌କୁ ଫେରିବ ଫର୍ମୁଲା ଓ୍ବାନ୍‌ ରେସ୍‌

ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍‌ ରେସ୍‌ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ ୮ଟି ରେସ୍‌ ଅନୁଷ୍ଠିତ ହେବ। ଜୁଲାଇ ୫ରେ ରେଡ୍‌ବୁଲ୍‌ ରିଙ୍ଗ୍‌ରେ ଅଷ୍ଟ୍ରିଆ ଗ୍ରାଁ ପ୍ରି ସହ ୨୦୨୦ ପାଇଁ ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା କ୍ୟାଲେଣ୍ଡର ଆରମ୍ଭ ହେବ। ଠିକ୍‌ ସପ୍ତାହକ ପରେ ଅର୍ଥାତ ଜୁଲାଇ ୧୨ରେ ଦ୍ୱିତୀୟ ରେସ୍‌ ସମାନ ଟ୍ରାକ୍‌ରେ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଅଟୋମୋବାଇଲ୍‌ (ଏଫ୍‌ଆଇଏ) ପକ୍ଷରୁ ମଙ୍ଗଳବାର ଏକ ବିବୃତିିରେ ଏହି ସୂଚନା ଦିଆଯାଇଛି। ପରବର୍ତ୍ତୀ ରେସ୍‌ ବ୍ରିଟିଶ ଗ୍ରାଁପ୍ରି ସିଲଭରଷ୍ଟୋନ୍‌ଠାରେ କ୍ରମାଗତ ଅଗଷ୍ଟ ୨ ଓ ୯ରେ ହେବ। ବ୍ରିଟିଶ ସରକାର ଏଲିଟ୍‌ ସ୍ପୋଟର୍‌ସ ପାଇଁ ବିଦେଶାଗତଙ୍କ ଲାଗି କ୍ୱାରାଣ୍ଟାଇନ୍‌ରୁ ମୁକ୍ତ ରଖାଯାଇଛିି। ନୂଆ କ୍ୟାଲେଣ୍ଡର ଅନୁସାରେ ୟୁରୋପ ପର୍ଯ୍ୟାୟରେ ପରବର୍ତ୍ତୀ ରେସ୍‌ଗୁଡ଼ିକ ଯଥାକ୍ରମେ ସ୍ପେନ (ଅଗଷ୍ଟ ୧୬), ବେଲଜିୟମ (ଅଗଷ୍ଟ ୩୦) ଏବଂ ଇଟାଲୀ (ସେପ୍ଟେମ୍ବର ୯)ରେ ଅନୁଷ୍ଠିତ ହେବ। ଫର୍ମୁଲା ଓ୍ବାନ ରେସ୍‌ର ପୁନଃ ଆୟୋଜନ ପାଇଁ ଗତ ଦୁଇମାସ ହେବ ଏଫ୍‌ଆଇଏ, ସମସ୍ତ ପାର୍ଟନର, କର୍ତ୍ତୃପକ୍ଷ ଏବଂ ୧୦ଟି ଟିମ୍‌ ମଧ୍ୟରେ ଏକ ସଂଶୋଧିତ କ୍ୟାଲେଣ୍ଡର ପ୍ରସ୍ତୁତି ନେଇ ଆଲୋଚନା ଜାରି ରହିଥିଲା। କୋଭିଡ୍‌-୧୯କୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସିଜନର ପରବର୍ତ୍ତୀ ରେସ୍‌ଗୁଡ଼ିକ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ବର୍ତ୍ତମାନ ହେବାକୁ ଥିବା ରେସ୍‌ଗୁଡ଼ିକରେ ଦର୍ଶକ ଉପସ୍ଥିତ ରହିବେ ନାହିଁ। ବର୍ଷର ଶେଷ ପର୍ଯ୍ୟାୟରେ କରୋନା ପରିସ୍ଥିତିରେ ଯଦି ଉନ୍ନତି ପରିଲକ୍ଷିତ ହୁଏ ତେବେ ଦର୍ଶକଙ୍କ କଥା ବିଚାର କରାଯାଇ ପାରେ। ମହାମାରୀ ଯୋଗୁ ଏହି ସିଜନରେ ୪ଟି ରେସ୍‌ ବାତିଲ ହୋଇସାରିଛି। ସେଗୁଡ଼ିକ ହେଲା ସିଜନ ଆରମ୍ଭ ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି, ମୋନାକୋ ଗ୍ରାଁ ପ୍ରି, ଫ୍ରେଞ୍ଚ୍‌ ଗ୍ରାଁ ପ୍ରି ଏବଂ ନେଦରଲାଣ୍ଡ୍ସ ଗ୍ରାଁ ପ୍ରି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁସ୍ତାକ ଅଲୀ ଟ୍ରଫି: ସୌରାଷ୍ଟ୍ରର ନେତୃତ୍ୱ ନେବେ ଉନାଡକଟ୍‌

ରାଜକୋଟ, ୨୬ା୧୨ (ପି.ଟି.)- ଆସନ୍ତା ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜାତୀୟ ଟି୨୦ ଚାମ୍ପିୟନଶିପ୍‌ ସହ ୨୦୨୦-୨୧ ଘରୋଇ ସିଜନ ଆରମ୍ଭ ହେବ। ଏଥିପାଇଁ...

ନ୍ୟୁଜିଲାଣ୍ଡଠାରୁ ହାରିଗଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୦।୨:ଆଇସିସି ମହିଳା ବିଶ୍ୱକପ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ନ୍ୟୁଜିଲାଣ୍ଡ ହାତରୁ ଭାରତ ୬୨ ରନର ପରାଜୟର ସମ୍ମୁଖୀନ ହୋଇଛି। ଅଧିନାୟିକା ମିତାଲି ରାଜ ଟସ...

ପଏଣ୍ଟ ବାଣ୍ଟିଲେ ଗୋଆ ଓ ଇଷ୍ଟବେଙ୍ଗଲ

ମାର୍ଗାଓ, ୩୦ା୧: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମ୍‌ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ଏସ୍‌ସି ଇଷ୍ଟବେଙ୍ଗଲ ମଧ୍ୟରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚ...

ସିଡନୀ ଗ୍ରାଉଣ୍ଡରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ବଳ କଷାକଷି…

ମେଲବୋର୍ନ,୯।୧୧ : ବୁଧବାର ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସିଡନୀ ଗ୍ରାଉଣ୍ଡରେ ଭାଗ୍ୟର ସାହାଯ୍ୟରେ ଶେଷ-୪ ରେ...

ଦ୍ୱିତୀୟ ଥର ନିର୍ବନ୍ଧ କଲେ ଏହି କ୍ରିକେଟର: ପ୍ରଥମ ସ୍ତ୍ରୀଙ୍କଠାରୁ ଅଛନ୍ତି ୫ ସନ୍ତାନ

ଆଫଗାନିସ୍ତାନ କ୍ରିକେଟ ଦଳର ତିନୋଟି ଫର୍ମାଟର ଅଧିନାୟକ ଅସଗର ଆଫଗାନ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। କାବୁଲର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌...

ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ...

ଦିଲ୍ଲୀ ଦଳରେ ଅମିତ୍‌ ମିଶ୍ରାଙ୍କ ସ୍ଥାନ ନେଲେ ଏହି ଖେଳାଳି

ଦୁବାଇ, ୧୯।୧୦: ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଲେଗ୍‌-ସ୍ପିନର ଅମିତ୍‌ ମିଶ୍ରା ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ଅମିତ୍‌ଙ୍କ ବଦଳ...

ରଣଜୀ ଟ୍ରଫି: ଛତିଶଗଡ଼ ୧୩୪ରେ ଅଲଆଉଟ : ରାଜେଶଙ୍କୁ ୬ ଉଇକେଟ ସଫଳତା

କଟକ ଅଫିସ,୧୦ା୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଠାରୁ ଓଡ଼ିଶା-ଛତିଶଗଡ଼ ପ୍ରଥମ ରଣଜୀଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛ।...

Advertisement
Archives

Model This Week