ଟ୍ରଲର ଧକ୍କାରେ ୨ ମୃତ, ୩ ଆହତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଳିଙ୍ଗନଗର,୧୫ା୬(ଡି.ଏନ.ଏ.)-କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ମାନତିରା ସାଇଜର ଲଜିଷ୍ଟିକ ପାର୍କ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଟାଟା ମେଡିକାଲ ଓ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରାବଣା ଗ୍ରାମର କଳାକର ପତି(୩୫) ଓ ପଙ୍କପାଳ ଗ୍ରାମର ଶିଶିର ବେହୁରା(୪୫)। ମୃତକ କଳାକରଙ୍କ ଶଳା ଓ ଶିଶିରଙ୍କ ପୁଅଝିଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣଙ୍କ ସମେତ ତାଙ୍କ ସମ୍ପର୍କିୟ ଓ ୨ ପୁଅଝିଅ ଯାଜପୁରରୁ ୨ଟି ବାଇକ ଯୋଗେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯଖପୁରା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଶାସନ ଛକ ନିକଟରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଏ ନେଇ ଯଖପୁରା ଥାନାରେ କେସ ନଂ. ୪୩/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଖବର ଲେଖା ସୁଦ୍ଧା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ୧୪ ବିଡିଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ୧୪ଜଣ ବିଡିଓଙ୍କୁ ବଦଳି କରି ଅନ୍ୟତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ସୋମବାର...

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର...

‘ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ ଥିବା ଜାଣିପାରିଥିଲି’

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ସେନେଇ ଗତ ୨୮ତାରିଖରେ ଚର୍ଚ୍ଚା ଲାଗି ରହିଥିଲା। ହେଲେ ରାତିରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା।...

ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଇନସିଦ୍ଧ ନୁହେଁ: କଂଗ୍ରେସ

ଭୁବନେଶ୍ୱର, ୨୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଇନସିଦ୍ଧ ନୁହେଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି।...

ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି...

ପୁନଃ ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ: କ୍ରିଟିକାଲ ବିଭାଗରେ ୫୦%, ପାର୍ସିଆଲି କ୍ରିଟିକାଲ ବିଭାଗରେ ୧୦% କର୍ମଚାରୀ କାର୍ଯ୍ୟାଳୟ ଆସିବେ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯)ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି। ପୂର୍ବରୁ ସମସ୍ତ ବିଭାଗକୁ ୩ଟି ବର୍ଗ(କ୍ରିଟିକାଲ, ପାର୍ସିଆଲି...

କାମ ସାରି ଆସୁଛି କହି ନବଜାତ ଶିଶୁପୁତ୍ରକୁ ଛାଡ଼ି ଚାଲିଗଲା ମା’

ଭଦ୍ରକ ଅଫିସ, ୨୨।୩- ଭଦ୍ରକ ଚରମ୍ପା ନିକଟ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ସୋମବାର ବସିଥିବା ଯୁବକଙ୍କୁ ଜଣେ ମହିଳା କାମ ସାରି ଆସିବା ପର୍ଯ୍ୟନ୍ତ ତାଙ୍କ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାସୁଦେବପୁର,୨୮ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସୁଗୋ ଓ ପଦ୍ମପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୋମବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସମୀକ୍ଷା କରିଛନ୍ତି।...

Advertisement
Archives

Model This Week