ଟ୍ରମ୍ପ୍‌ଙ୍କ ଆସନ ଟଳମଳ: ଆମେରିକା ସ୍ଥିତି ଅସମ୍ଭାଳ

ଓ୍ବାଶିଂଟନ,୩୦ା୩: କୋଭିଡ୍‌-୧୯ ମାଡ଼ରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ପାଲଟିବାକୁ ଯାଉଛି ଶକ୍ତିଶାଳୀ ଆମେରିକା। ମହାମାରୀ କରୋନା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଥିବାବେଳେ ଏହାକୁ ‘ଚାଇନା ଭୂତାଣୁ’ ବୋଲି କଟାକ୍ଷ କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ଗାଲରେ ହାତ ଦେଇ ବସିଛନ୍ତି। କାରଣ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୩୦୮ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୨,୨୪୬ ଛୁଇଁଛି। ବେଳ ଥାଉ ଥାଉ ଟ୍ରମ୍ପ୍‌ କାହିଁକି ଲକ୍‌ଡାଉନ୍‌ ଘୋଷଣା କଲେ ନାହିଁ ବୋଲି ଏବେ ଆମେରିକାବାସୀ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି। ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ପୁନଃ ନିର୍ବାଚିତ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟ୍ରମ୍ପ୍‌ଙ୍କ ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ତାଙ୍କ ଆସନକୁ ଟଳମଳ କରିଦେଇଛି। ଭୂତାଣୁ ସଂକ୍ରମଣ ରୋକିବାରେ ବିଫଳ ଟ୍ରମ୍ପ୍‌ ଆଗାମୀ ନିର୍ବାଚନରେ ପରାଜିତ ହେବେ ବୋଲି କେତେକ ବିଶ୍ଲେଷକ ଏବେଠୁ ଭବିଷ୍ୟବାଣୀ କଲେଣି।
ଚାଇନାର ଉହାନ ସହରରୁ ବାହାରି ୨୦୦ ଦେଶକୁ ବ୍ୟାପିସାରିଛି କରୋନା ଭାଇରସ୍‌। ଏହି ଘାତକ ଭୂତାଣୁକୁ ଚାଇନା ତିଆରି କରିଥିଲା ବୋଲି ଏକ ରିପୋର୍ଟ ରବିବାର ସାମ୍ନାକୁ ଆସିଛି। ଏହି ଭୂତାଣୁ ବିକଶିତ କରିବା ଲାଗି ଆମେରିକା ବେଜିଂ ସହ ଡିଲ୍‌ କରିଥିଲା ବୋଲି ଚାଇନାର ଜଣେ ବରିଷ୍ଠ ଅଧିକାରୀ ପ୍ରଘଟ କରିଛନ୍ତି। ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। କରୋନା ଭୂତାଣୁ ଅନ୍ୟ ଦେଶଗୁଡ଼ିକୁ ବ୍ୟାପିବା ଆରମ୍ଭ କରିଥିବାବେଳେ ଏହାକୁ ‘ଚାଇନିଜ୍‌ ଭାଇରସ୍‌’ର ଆଖ୍ୟା ଦେଇ ଚାଇନାକୁ କଟାକ୍ଷ କରୁଥିଲେ ଟ୍ରମ୍ପ। ସେ ଅନେକ ସମୟରେ ଏପରି ଉଲ୍ଲେଖ କରି ଟୁଇଟ୍‌ ମଧ୍ୟ କରିଥିଲେ। ଏପରି କି ଭାରତ ସମେତ ଅନ୍ୟ କେତେକ ରାଷ୍ଟ୍ରରେ ଲକ୍‌ଡାଉନ୍‌ ଘୋଷଣା କରାଯିବାବେଳେ ଟ୍ରମ୍ପ୍‌ କହିଥିଲେ, ଆମେରିକା ପ୍ରତି କିଛି ବିପଦ ନାହିଁ। ଆମେରିକୀୟମାନେ ଘରେ ବସି ରହିପାରିବେ ନାହିଁ। ଆମେ ଲକ୍‌ଡାଉନ୍‌ କରିବୁ ନାହିଁ ବୋଲି ଆସ୍ଫାଳନ କରୁଥିଲେ। ହେଲେ ଏବେ ପାଣି ବେକ ଯାଏ ଉଠିଲାଣି। ଫଳରେ ଟ୍ରମ୍ପ୍‌ କରୋନାର ମୁକାବିଲା ପାଇଁ ଚାଇନାର ସହାୟତା ଲୋଡ଼ିଛନ୍ତି। ଆମେରିକାର ଅର୍ଥନୀତିକୁ କରୋନା ଭାଇରସ୍‌ ସାଂଘାତିକ ଭାବେ ପ୍ରଭାବିତ କରିଛି। ସବୁଠୁ ବେଶି ବିପର୍ଯ୍ୟସ୍ତ ହୋଇଛି ବ୍ୟବସାୟ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ର। ତେଣୁ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଟ୍ରମ୍ପ୍‌ ଶୁକ୍ରବାର ୨ ଟ୍ରିଲିୟନ୍‌ ଡଲାରର ଜରୁରୀ ପ୍ୟାକେଜ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri