ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ: ଚିଠା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ

ଓ୍ବାଶିଂଟନ, ୭ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିଥିବାବେଳେ ଏନେଇ ଚିଠା ପ୍ରସ୍ତୁତ କରିବା ଲାଗି ତାଙ୍କ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନଙ୍କୁ ହାଉସ୍‌ ଅଫ୍‌ କମନ୍ସର ବାଚସ୍ପତି ନାନ୍‌ସି ପେଲୋସି ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଓ ବଡ଼ ଅପରାଧ କରିବା ଭଳି ଅଭିଯୋଗ ଥିବାରୁ ତାଙ୍କୁ ଗାଦିଚ୍ୟୁତ କରିବାକୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ବ୍ୟକ୍ତିଗତ ସ୍ବାର୍ଥ ସାଧନ ଲାଗି ରାଷ୍ଟ୍ରପତି ନିଜ କ୍ଷମତାର ଅପବ୍ୟବହାର କରିବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ପେଲୋସି ପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌ ଓ ତାଙ୍କ ପୁଅ ହଣ୍ଟର ବିଡେନ୍‌ଙ୍କ ବିରୋଧରେ ତଦନ୍ତ କରିବା ଲାଗି ଟ୍ରମ୍ପ ଚାପ ପ୍ରୟୋଗ କରିବା ଭଳି ଅପରାଧ ନେଇ ଅଭିଯୋଗ ହୋଇଛି। ଏନେଇ ଚିଠା ପ୍ରସ୍ତୁତ କରାଯିବା ସହ ଖ୍ରୀଷ୍ଟମାସ ପୂର୍ବରୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ମହାଭିଯୋଗ ନେଇ ଭୋଟଗ୍ରହଣ କରାଯିବାକୁ ଯୋଜନା ରହିଥିବା ପେଲୋସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍‌ଝୋତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ

ଲାହୋର, ୮।୮: ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବୁଧବାର ଭାରତ ସହିତ କୂଟନୈତିକ ତଥା ବ୍ୟବସାୟିକ ସମ୍ପର୍କ ଛିନ୍ନ...

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆବେ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତାଙ୍କର ପେଟ ସମସ୍ୟା...

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଜାରି କରାଯିବ ୫ ପାଉଣ୍ଡର କଏନ

ଲଣ୍ଡନ,୫ ।୧: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଏଥର ୫ ପାଉଣ୍ଡର ଏକ ନୂଆ କଏନ ଜାରି କରାଯିବ ବୋଲି ଜଣାପଡିଛି...

ମୋ ଭଳି ମୋ ଝିଅପୁଅ ବି ଭାରତ ବିଷୟରେ ବହୁତ ଚିନ୍ତା କରନ୍ତି: ଟ୍ରମ୍ପ

ଓ୍ବାଶିଂଟନ,୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରର ଭାରତ ପ୍ରେମ ସମ୍ପର୍କରେ କହିଛନ୍ତି। ଟ୍ରମ୍ପଙ୍କ ମତରେ ତାଙ୍କ ଭଳି ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ,...

ନଷ୍ଟ ହେବ ଲକ୍ଷେ ଗ୍ରୀନ୍‌ କାର୍ଡ

ଓ୍ବାଶିଂଟନ, ୭।୮: ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ଲକ୍ଷେ ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ନଷ୍ଟ ହେବାକୁ ଯାଉଛି, ଯାହା ସେଠାରେ ଥିବା ଭାରତୀୟ ପେସାଦାରମାନଙ୍କୁ...

ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ...

ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା...

ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ମୋଗାଦିସୁ,୧୯।୧୨: ସୋମାଲିଆରେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ ରୋବେଲଙ୍କ ରାଲି ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରୋବେଲ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।...

Advertisement
Archives

Model This Week