ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ: ରାସ୍ତାରୁ ମୃତଦେହ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚଢ଼େୟାପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଚଢ଼େୟାପଲ୍ଲୀର ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକ। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଶୁକ୍ରବାର ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି। କୃଷ୍ଣଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ମଣ ନାୟକଙ୍କ ଅଭିଯୋଗ ପ୍ରକାରେ ଏ ନେଇ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଥିବା ମହାମାୟୀ ନାମକ ଟ୍ରକ(ନଂ.ଓଡି୦୭ଏନ୯୯୭୭)ର ପତ୍ତା ଲଗାଇବା ଓ ମାଲିକ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଚଢ଼େୟାପଲ୍ଲୀ ଗାଁ ଓ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।
ପ୍ରକାଶ ଯେ, ରାମଚନ୍ଦ୍ରଙ୍କ ତାଙ୍କ ଗ୍ରାମର ଜଣେ ବ୍ୟକ୍ତି (ଟ୍ରକ ମାଲିକ)ଙ୍କ ସହ କୌଣସି କଥାକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ରାତି ପ୍ରାୟ ୯ଟାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କର ୨ ଭଣଜାଙ୍କ ସହ ରାମଚନ୍ଦ୍ରଙ୍କ ଘର ଆଗକୁ ଆସି ଗାଳିଗୁଲଜ କରିଥିଲେ। ଏ ନେଇ ରାମଚନ୍ଦ୍ର ଜଗନ୍ନାଥପ୍ରସାଦ ଥାନାକୁ ଫୋନ କରି ଜଣାଇଥିଲେ। ପୋଲିସ ଆସିବାରେ ବିଳମ୍ବ ହେବାରୁ ୩ ଜଣ ସାଥୀଙ୍କ ସହ ସେ ୨ଟି ବାଇକ୍‌ରେ ଥାନାକୁ ଯିବା ପାଇଁ ବାହାରିଥିଲେ। ରାମଚନ୍ଦ୍ର ଓ କୃଷ୍ଣ ଗୋଟିଏ ବାଇକରେ ଆଗେ ଆଗେ ଯାଉଥିବା ବେଳେ ସେମାନଙ୍କ ପଛରେ ଲକ୍ଷ୍ମଣ ଓ ତାଙ୍କର ଗ୍ରାମର ଉଲ୍ଲା ଗୌଡ଼ ଅନ୍ୟ ଏକ ବାଇକ୍‌ରେ ଯାଉଥିଲେ। ରାମଚନ୍ଦ୍ରଙ୍କ ବାଇକ ଚଢ଼େଆପଲ୍ଲୀ ଗ୍ରାମ ପାର ହେଉଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କାଦେଇ ପ୍ରାୟ ୧୦୦ ମିଟର ଦୂର ଘୋଷାଡ଼ି ନେଇଥିଲା। ପଛରେ ଆସୁଥିବା ଲକ୍ଷ୍ମଣ ଓ ଉଲା ଏହା ଦେଖି ନିଜ ଜୀବନ ବଞ୍ଚାଇବା ପାଇଁ ବାଇକକୁ ବୁଲାଇ ଅନ୍ୟ ଏକ ଗ୍ରାମକୁ ପଳାଇ ଯାଇଥିଲେ। ପରେ ସେମାନେ ଗାଁକୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଅନ୍ୟପଟେ ଗାଁରେ ଗଣ୍ଡଗୋଳ ଚାଲିଥିବା ଖବରପାଇ ଥାନାଧିକାରୀ ଯୁବରାଜ ସ୍ବାଇଁ ସଦଳବଳ ଚଢ଼େୟାପଲ୍ଲୀ ଅଭିମୁଖେ ଆସୁଥିବା ବେଳେ କୁଶାପଲ୍ଲୀ ରାସ୍ତାରେ ରାମଚନ୍ଦ୍ର ଓ କୃଷ୍ଣ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସ୍ଥାନୀୟ ଦମକଳ ବାହିନୀ ସହାୟତାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ଜଣାପଡିବା ପରେ ସେମାନଙ୍କ ପରିବାର ଲୋକେ ଡାକ୍ତରଖାନାକୁ ଆସିଥିଲେ। ଖବରପାଇ ଭଞ୍ଜନଗର ଏସ୍‌ଡିପିଓ ମିଶ୍ର ରାତିରେ ଚଢ଼େୟାପଲ୍ଲୀ ଗ୍ରାମକୁ ଯାଇ ପଚରାଉଚୁରା କରିଥିଲେ। ଜଗନ୍ନାଥପ୍ରସାଦ ଡାକ୍ତରଖାନା ପରିସରରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଟ୍ରକ ମଡ଼ାଇ ରାମଚନ୍ଦ୍ର ଓ କୃଷ୍ଣଙ୍କୁ ହତ୍ୟା କରାଯାଇଛି ବୋଲି ଶୁକ୍ରବାର ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ କାହାରିକୁ ଗିରଫ କରିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri