ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ

ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ଭଉଣୀ ଭାଇଙ୍କୁ ଧରି ମହାପ୍ରଭୁ ଫେରିବା ବେଳେ ଥାନା ଛକରେ ପୋଡ଼ପିଠା ଓ ଛେନାପୋଡ଼ ଭୋଗ ଖାଇଛନ୍ତି। ସେହିପରି କୋର୍ଟ ନିକଟରେ ରଥାରୂଢ଼ ଦିଅଁଙ୍କ ନିକଟରେ ଶୁଖିଲା ଭୋଗ ଲାଗି କରାଯାଇଥିଲା। ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତ ତିନି ରଥ ଟାଣି ଶୀଘ୍ର ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚାଇ ଦେଇଥିଲେ। ଶାନ୍ତି ଶୃଙ୍ଖଳାରେ ରଥ ଚକଡ଼ା ଛୁଇଁବା ପରେ ପରିଚାଳନା କମିଟି ପକ୍ଷରୁ ଶନିବାର ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବାହୁଡ଼ା ଯାତ୍ରା ପାଇଁ ତିନି ରଥ ପ୍ରସ୍ତୁତ ଥିବା ବେଳେ ଭୋର ସାଢ଼େ ୩ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ଦ୍ୱାର ଫିଟା ସହ ମଙ୍ଗଳ ଆଳତି କରାଯାଇଥିଲା। ୪ଟାରେ ସେନାପଟା ଲାଗି, ଅବକାଶ ନୀତି ଓ ରୋଶ ହୋମ ହୋଇଥିଲା। ପ୍ରାତଃ ୫ଟା ୩୦ରେ ଶ୍ରୀଜୀଉମାନଙ୍କ ବେଶ ଲାଗି କରାଯିବା ସହ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଓ ଖେଚୁଡ଼ି ଧୂପ କରାଯାଇଥିଲା। ସକାଳ ସାଢ଼େ ୭ଟାରେ ବଡ଼ଦାଣ୍ଡରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ହୋଇଥିଲା। ପୂର୍ବାହ୍ନ ୮ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳାର୍ପଣ ନୀତି ପରେ ୯ଟାରେ ଗୋଟି ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ମଦନମୋହନ ରଥ ବିଜେ କରିବା ପରେ ମଧ୍ୟାହ୍ନ ୧୨ଟାରେ ତିନି ରଥରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଶୈଳଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସଭାପତି ତଥା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଏବଂ ଉପସଭାପତି ତଥା ଏସ୍‌ପି ମିତ୍ରଭାନୁ ମହାପାତ୍ର ଛେରା ପହଁରା କରିଥିଲେ। ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ସ୍ବରରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ଅପରାହ୍ନରେ ପାଗ ଅନୁକୂଳ ଥିବାରୁ ପ୍ରଶାସନ ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ଅପରାହ୍ନ ୫ଟା ୫୦ରେ ତିନି ରଥ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଥିଲା। ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଓ ଉପଜିଲାପାଳ ବାସୁଦେବ ଶତପଥୀ ରଥ ଦଉଡି ଟାଣୁଥିବା ଦେଖାଯାଇଥିଲା। ଏହାପରେ ଭକ୍ତମାନେ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଶନିବାର ଶ୍ରୀଜୀଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଅନୁଗୋଳ ସହରର ହେମସୁରପଡ଼ା, ହୁଲୁରିସିଂହା, ଅମଲାପଡ଼ା ସହ ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?