ଟ୍ରକ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ପିସିସିଏଫ୍‌

ଢେଙ୍କାନାଳ ଅଫିସ,୩୧।୧: ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ପୋଡ଼ପଡ଼ା ଛକ ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଅତିରିକ୍ତ ପିସିସିଏଫ୍‌ ଶଶି ପଲ ଦୁର୍ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି। ରେଞ୍ଜର, ବନ କର୍ମଚାରୀଙ୍କଠାରୁ ସେ ବିଭିନ୍ନ ବିଷୟରେ ପଚରାଉଚରା କରିଛନ୍ତି। ଏହି ଅବସରରେ ଡିଏଫ୍‌ଓ ବିମଲ ପ୍ରସନ୍ନ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଭୋର ସମୟରେ ଏକ ହାତୀପଲ ଏନ୍‌ଏଚ୍‌ ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ଧକ୍କା ଦେବାରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ସେହିଭଳି ଅନ୍ୟ ଏକ ହାତୀ ଆହତ ହୋଇ ଜଙ୍ଗଲକୁ ଚାଲିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପ୍ରବଳ କୁହୁଡ଼ି ଯୋଗୁ ଏହା ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ସମସ୍ୟାରେ ଅଟକିଛି ଡିଏମ୍‌ଏଫ୍‌ ପ୍ରକଳ୍ପ

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲାରେ ୧୭ଟି ଉନ୍ନୟନ ପ୍ରକଳ୍ପ (ପ୍ରତ୍ୟେକର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସେଥିରୁ ଜିଲା...

୨ବର୍ଷ ହେଲା କନିଷ୍ଠ ଯନ୍ତ୍ରୀଙ୍କ ଅଫିସ୍‌ ବନ୍ଦ

ବରୀ, ୧୦।୭ (ଡି.ଏନ୍‌.ଏ.): ଯାଜପୁର ଜିଲା ଜାରକା ଡିଭିଜନ ବରୀ ଉପଖଣ୍ଡ ଜଳସମ୍ପଦ ବିଭାଗ ଅଧୀନରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। ୨ବର୍ଷ...

୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା

କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା...

କୋମନା ବ୍ଲକରେ ହାଡଭଂଗା ଶୀତ: ରାଏତ୍‌ବେଲା ୬ ଡିଗ୍ରୀକେ ଖସୁଛେ ତାପ୍‌ମାନ

କୋମନା, ୩।୧ (ଡି.ଏନ୍‌.ଏ.)- ଦିନାକେତେ ହେଲା ପଶ୍ଚିମ ଓଡ଼ିଶାରେ ହାଡ଼ଭଂଗା ଶୀତ ହେଉଛେ। ରାଏତ୍‌ବେଲା ବଡ଼ଭାଗି ସହରର ତାପ୍‌ମାନ ୧୦ ଡିଗ୍ରୀ ତଲେ ରହୁଛେ। ଏନ୍‌ତାଥି...

ଆହାର ନ ପାଇ ଫେରୁଛନ୍ତି ଲୋକେ

ଫୁଲବାଣୀ ଅଫିସ, ୨୫ା୨-ସହରର ଗରିବ, ଦିନ ମଜୁରିଆଙ୍କୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆହାର ଯୋଜନା। କନ୍ଧମାଳ...

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ...

ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ରାୟଗଡା ଅଫିସ, ୮।୧୦-ଜେକେ କାଗଜ କାଳ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଛି। ଦଶମୀରେ ମା’ଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୫ଜଣ...

ପୋଖରୀରେ ବିଷ : ମରି ଭାସୁଛନ୍ତି ମାଛ

ଖଣ୍ଡପଡ଼ା,୨୪ା୬ (ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ନିକଟସ୍ଥ ଭରତ ସାମନ୍ତରାୟ ପୋଖରୀରେ କେହି ଦୁର୍ବୃତ୍ତ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ...

Advertisement


Archives

Model This Week

Why Dharitri