ଟ୍ରକ୍‌ ଧକ୍କାରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ରାସ୍ତାରୋକୋ

କଟକ ଅଫିସ,୭ା୯: ଟ୍ରକ ଧକ୍କାରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଦୁଇପାର୍ଶ୍ୱ ରାସ୍ତାରେ ଧାରଣା ଦେଇଥିଲେ। ଏଥିଯୋଗୁ କିଛି ଘଣ୍ଟା ଧରି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ମାଲଗୋଦାମ ଥାନା ସମ୍ମୁଖରେ ମଧ୍ୟ ଉତ୍ତ୍ୟକ୍ତ ଛାତ୍ରମାନେ ବିକ୍ଷୋଭ କରିଥିଲେ। ଖବରପାଇ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଓ ବରିଷ୍ଠ ପୋଲିସ ଅଧିକାରୀମାନେ ରାସ୍ତାରୋକୋ ସ୍ଥଳରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଧାରଣା ପ୍ରତ୍ୟାହୃତ ହୋଇ ନ ଥିଲା। ପରେ ଅପରାହ୍ନରେ କୁଳପତିଙ୍କ କାର୍ଯ୍ୟାଳୟରେ ଏକ ଜରୁରୀକାଳୀନ ଯୁଗ୍ମ କମିଟି ବୈଠକ ଡକାଯାଇଥିଲା। ଯେଉଁଥିରେ ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟ, ଅତିରିକ୍ତ ଡିସିପି ଲକ୍ଷ୍ମୀଧର ମହାପାତ୍ର, ଟ୍ରାଫିକ ଏସିପି ଜତୀନ କୁମାର ପଣ୍ଡା, ଜୋନ-୧ ଏସିପି ମାନସ ରଞ୍ଜନ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱବିଦ୍ୟାଳୟ ନିକଟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଅଣାଯିବା ଓ ମୃତଛାତ୍ରୀଙ୍କ ପରିବାର ଲୋକଙ୍କୁ ଦାବି ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଥାଉ କି, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ଏକ ଟ୍ରକ ଧକ୍କାରେ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ସ୍ନାତକ ତୃତୀୟ ବର୍ଷର ଛାତ୍ରୀ ଅନ୍ନପୂର୍ଣ୍ଣା ଚୌଧୁରୀ(୨୦)ଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁଇଦିନ ଧରି ବିଶ୍ୱବିଦ୍ୟାଳୟରେ ଶୋକାକୁଳ ପରିବେଶ ଲାଗି ରହିବା ସହ ଛାତ୍ରୀଛାତ୍ରଙ୍କ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି। କୁଳପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି କରୁଥିବା ଜବରଦଖଲ ଉଚ୍ଛେଦ କରାଯିବ। ସ୍ପିଡ୍‌ବ୍ରେକର, ବ୍ୟାରିକେଡ ଲଗାଯିବା ସହ ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଦ୍ରୁତ ଗତିରେ ଯାତାୟାତକୁ ରୋକାଯିବ। ପୋଲିସର ବାଇକ୍‌ ପାଟ୍ରୋଲିଂ ଗାଡ଼ି ଓ ଏକ ପିସିଆର ଭ୍ୟାନ୍‌ ୨୪ ଘଣ୍ଟା ଏଠାରେ ରହିବ। ମୁଖ୍ୟଫାଟକ ନିକଟରେ ୫ଟି ସିସିଟିଭି କ୍ୟାମେରା ଖଞ୍ଜାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଜିଲା ରେଡ୍‌କ୍ରସ ପାଣ୍ଠିରୁ ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କୁ ୧୦ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଦାବି କରିଥିଲେ। କ୍ଷତିପୂରଣ ବାବଦରେ ଜିଲାପାଳଙ୍କ ନିକଟକୁ ଏକ ଚିଠି ଲେଖିବାକୁ କୁଳପତି ପାତ୍ର ଅତିରିକ୍ତ ଜିଲାପାଳ ଖଣ୍ଡାୟତରାୟଙ୍କୁ ନିବେଦନ କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।
ଦୁର୍ଘଟଣା ଘଟାଇଥିବା ଟ୍ରକ ମଙ୍ଗୁଳିରୁ ଜବତ
ଦୁର୍ଘଟଣା ଘଟାଇଥିବା ଟ୍ରକ (ଡବ୍ଲ୍ୟୁବି୩୩ବି-୯୯୦୬)କୁ ମଙ୍ଗୁଳି ନିକଟରୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଜବତ କରିଛି। ପଶ୍ଚିମବଙ୍ଗରୁ ଏହି ଟ୍ରକ ଆଳୁ ନେଇ ଛତ୍ରବଜାରକୁ ଆସିଥିଲା। ତେବେ ଟ୍ରକ ଡ୍ରାଇଭର ଜଣଙ୍କ ଫେରାର ଅଛନ୍ତି।
ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
ଦୁର୍ଘଟଣା ସମୟରେ ବିଶ୍ୱବିଦ୍ୟାଳୟ ନିକଟରେ ଡ୍ୟୁଟି କରୁଥିବା ହାବିଲଦାର ସୂର୍ଯ୍ୟନାରାୟଣ ସାହୁ ଓ କନଷ୍ଟେବଳ ଜଗବନ୍ଧୁ ୱାଡକାଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ନିଲମ୍ବନ ଆଦେଶ ମିଳିଥିବା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ହୋମଗାର୍ଡ ପ୍ରଫୁଲ ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ଅଭିଯୋଗ: ୭ଦିନ ଭିତରେ ରିପୋର୍ଟ ଦେବାକୁ ସିଡବ୍ଲ୍ୟୁସିର ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୪ା୫- ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ ଏନେଇ ଶିଶୁ ମଙ୍ଗଳ...

ରାତିରେ ଜବତ ହେଲା ଛତିଶଗଡ଼ରରୁ ଆସୁଥିବା ୪ ଧାନ ଗାଡ଼ି

ପଦ୍ମପୁର,୫।୭: ଛତିଶଗଡ଼ରୁ ବରଗଡ଼କୁ ଆସୁଥିବା ୪ଟି ଧାନ ବୋଝେଇ ଟ୍ରକ୍‌କୁ ପଦ୍ମପୁର ପୋଲିସ ସୋମବାର ରାତ୍ରିରେ ଜବତ କରିଛି। ସ୍ଥାନୀୟ ଯୋଗାଣ ନିରୀକ୍ଷକ ସୁନୀତା ନାହକଙ୍କ...

ରାଇବଣିଆରେ ହାତୀପଲଙ୍କ ଉତ୍ପାତ

ଜଳେଶ୍ୱର, ୧।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୭ଦିନ ଧରି...

ଟିକା ନେଉନାହାନ୍ତି ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ଗତ ୧୬ ତାରିଖରୁ କରୋନା ଟିକାକରଣ ଜାରି ରହିଛି। ବର୍ତ୍ତମାନ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି। କେତେକ ଜିଲାରେ ଟିକାକରଣର ହାର...

ହଟିଲା ହୋର୍ଡିଂ, ଭାଙ୍ଗିଲା ୪୦ ଦୋକାନ

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ବିଗତ କିଛି ମାସ ହେବ ଭୁବନେଶ୍ୱରରେ ଜବରଦଖଲ ଉଚ୍ଛେଦ ଜୋର୍‌ଦାର ଚାଲିଛି। ସହରକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ଲକ୍ଷ୍ୟ ରଖି ଭୁବନେଶ୍ୱର...

CORONAVIRUS UPDATE: ରାଜ୍ୟରେ ପୁଣି ୧୩୦ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଲା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ପୁଣି ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି। ତେବେ...

ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ...

ଭୁବନେଶ୍ୱରରୁ ଆଜି ୩୨୧ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩୮

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୮...

Advertisement
Archives

Model This Week