ଟ୍ରକ୍‌-ଟ୍ରେଲର ମୁହାଁମୁହିଁ ଧକ୍କା; ୮ ଘଣ୍ଟା ରାସ୍ତା ଜାମ୍‌

ପରଜଙ୍ଗ, ୨୩।୯(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଭୋର୍‌ ୩ଟାରେ ଛାତିଥରା ଦୁର୍ଘଟଣା ଘଟିଛି। ଟ୍ରକ୍‌-ଟ୍ରେଲ ମୁହଁାମୁହଁି ଧକ୍କା ହୋଇଛି। ଦୁର୍ଘଟଣା ଏତେ ଜୋର୍‌ରେ ହୋଇଥିଲା ଯେ, ଉଭୟ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ଏଥିରେ ଦୁଇଜଣ ଡ୍ରାଇଭର ଆହତ ହୋଇଛନ୍ତି। ହେଲେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବା ପରେ ଉଭୟେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ଦୁର୍ଘଟଣା ଯୋଗୁ ଦୀର୍ଘ ୮ଘଣ୍ଟା ଧରି ରାସ୍ତା ଜାମ୍‌ ହୋଇଯାଇଥିଲା। ରାଜପଥର ଉଭୟ ପାର୍ଶ୍ୱରେ ହଜାର ହଜାର ଭାରିଯାନ ଅଟକି ରହିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପାଲଲହଡ଼ା ପଟୁ ପିତିରି ଆଡ଼କୁ ଟ୍ରେଲର (ନଂ. ଏନଏଲ ୦୧ ଏଲ ୯୬୩୮) ଆସୁଥିଲା। ଡ୍ରାଇଭର ହଠାତ୍‌ ଗାଡ଼ିକୁ ଡାହାଣ ପାର୍ଶ୍ୱକୁ ଆଣି ଦେଇଥିଲେ। ଫଳରେ ସମ୍ମୁଖ ପାର୍ଶ୍ୱରୁ ଆସୁଥିବା ୧୦ ଚକିଆ ଟ୍ରକ୍‌ (ନଂ. ଓଆର ୦୪ ଏଫ ୬୦୭୬) ସହ ମୁହଁାମୁହିଁ ଧକ୍କା ହୋଇଥିଲା। ରାସ୍ତା ମଝିରେ ଦୁର୍ଘଟଣା ଘଟିଥିବାରୁ ଯାତାୟାତ ଠପ୍‌ ହୋଇଯାଇଥିଲା। ଫଳରେ ପୂର୍ବାହ୍ନ ୧୧ଟା ଯାଏ ରାସ୍ତାର ଦୁଇପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଭାରିଯାନ ଛିଡ଼ା ହୋଇ ରହିଥିଲେ। ୩ଘଣ୍ଟାର କସରତ ପରେ କ୍ରେନ୍‌ ସହାୟତାରେ ଗାଡ଼ି ଦୁଇଟିକୁ ହଟାଯିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ ସାହୁ, ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକ ସଦଳବଳ ପହଞ୍ଚତ୍ ରାସ୍ତା ଅବରୋଧ ହଟାଇବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବୃଦ୍ଧଙ୍କ ମୃତଦେହ ଜଗି ରହିଥିଲା ପୋଷାକୁକୁର

ଟେନ୍‌ସା/ଲହୁଣୀପଡ଼ା, ୩।୪(ଡି.ଏନ୍‌.ଏ.): ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ କାନ୍ଧରେ ବୋହି ସତ୍କାର କରି ମହାନତା ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଏହି ବୃଦ୍ଧଙ୍କ ମୃତଦେହକୁ ପୋଷାକୁକୁର...

ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା...

ରାସ୍ତା ପାର୍ଶ୍ୱରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ: ପାଟି, ନାକରୁ ପ୍ରଚୁର ରକ୍ତସ୍ରାବ

ଗଞ୍ଜାମ,୧୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ସୋମବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା...

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି...

୭.୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜଗତ୍‌ସିଂହପୁର ଅଫିସ, ୮ା୧୨: ଜଗତ୍‌ସିଂହପୁର ସହରରେ ବ୍ରାଉନ ସୁଗାର ରାକେଟ୍‌ ସକ୍ରିୟ ରହିଛି। ଅତୀତରେ ପୃଥକ୍‌ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା ଆଶାଜନକ ସଫଳତା ମିଳିପାରି...

‘କଣ୍ଡି’ କହେ ପାଣିପାଗ କଥା

ଛେଣ୍ଡିପଦା,୯ା୮: ପାଣିପାଗ ସହ ଚାଷ ଓ ଚାଷୀଙ୍କ ଭାଗ୍ୟ ବନ୍ଧା। ଅନୁକୂଳ ପାଗ ସୂଚନା ଚାଷୀଙ୍କୁ କର୍ମଚଞ୍ଚଳ କରିଦିଏ। ପ୍ରତିକୂଳର ସାମାନ୍ୟ ଆଶଙ୍କା ମଧ୍ୟ ଚିନ୍ତାରେ ପକାଇଦିଏ।...

ଜମିବାଡ଼ି ବିବାଦ ନେଇ ଆକ୍ରମଣ, ୬ ଗିରଫ

ନିମାପଡ଼ା,୧୧ା୫(ଡି.ଏନ.ଏ): ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ସୋମବାର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଉଭୟ...

ଚୌଦ୍ୱାର ରୂପଯାତ୍ରା ଉତ୍ସବ ବାତିଲ

ଚୌଦ୍ୱାର,୩୦।୧୦(ଡି.ଏନ୍‌.ଏ.): ଚଳିତବର୍ଷ କରୋନା କଟକଣା ଯୋଗୁ ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ଉତ୍ସବକୁ କମିଶନରେଟ୍‌ ପୋଲିସ ପକ୍ଷରୁ ବାତିଲ କରାଯାଇଛି। ଏ ନେଇ ଚୌଦ୍ୱାର ଥାନାରେ ଆୟୋଜିତ...

Advertisement
Archives

Model This Week