ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମାନସ ରଞ୍ଜନ ଦାଶ(୪୦)। ଆହତ ହୋଇଥିବା ଟି.ଲକ୍ଷ୍ମୀନାରାୟଣ, ତାଙ୍କ ସ୍ତ୍ରୀ କେ.ଗଙ୍ଗୋତ୍ରି, ଝିଅ ଟି.ସାହଜା(୧୨), ଟି.ସାଇଶ୍ରୀ(୯) ଏବଂ ପୁଅ ଟି.ସ୍ମରଣ(୬)ଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ମାନସ କୋରାପୁଟ ଜିଲା କାକିରିଗୁମା ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଆହତ କେ.ଗଙ୍ଗୋତ୍ରି ମଧ୍ୟ ସେହି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ସମସ୍ତେ ଦାମନଯୋଡ଼ିରୁ ଏକ କାର (ନମ୍ବର ଓଡି.୧୦.ଡି-୫୭୫୯) ଯୋଗେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ ନିମନ୍ତେ ଆସିଥିଲେ । କାରଟି ରାୟଗଡା ସହର ଉପକଣ୍ଠସ୍ଥ ସିରିଗୁଡା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାକଡରେ ଥିବା ଏକ ଟ୍ରକ୍‌ (ନମ୍ବର ଓଡି.୧୮.ବି-୫୦୯୮)କୁ ଧକ୍କା ଦେଇଥିଲା । ଫଳରେ ଶିକ୍ଷକ ମାନସରଞ୍ଜନଙ୍କ ଘଟଣାସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଆହତଙ୍କ ମଧ୍ୟରେ ଟି.ସ୍ମରଣ ଓ କେ.ଗଙ୍ଗୋତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ...

ମାଲକାନଗିରିରେ କଂଗ୍ରେସର ମାଲା ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ତୃତୀୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଆଗେଇଛନ୍ତି କଂଗ୍ରେସର ମାଲା ମାଢ଼ି। ୩ୟ...

ରାୟଗଡ଼ାରେ ଗୋଟିଏ ଗ୍ରାମରୁ ଚିହ୍ନଟ ହେଲେ ୭୪ ପଜିଟିଭ

ରାୟଗଡା ଅଫିସ, ୩।୭: ରାଜ୍ୟରେ ଶୁକ୍ରବାର ଗୋଟିଏ ଦିନରେ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ରାୟଗଡ଼ା ଜିଲାରୁ ୭୬ଜଣ ରହିଛନ୍ତି । ତେବେ...

କାଶିପୁରରେ ଝାଡ଼ାବାନ୍ତି ନେଲା ପୁଣି ଜଣଙ୍କ ଜୀବନ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ରାୟଗଡ଼ା ଅଫିସ/ ଟିକିରି,୨୩।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକରେ ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ଏଥିରେ ଆଉ ଜଣଙ୍କର ଜୀବନ ଯାଇଛି। ମୃତକ ହେଉଛନ୍ତି ଡୁଡୁକାବାହାଲ...

କାହାକୁ ମିଳିବ ରାୟଗଡ଼ା ନିର୍ବାଚନମଣ୍ଡଳୀ ଦାୟିତ୍ୱ

ରାୟଗଡ଼ା,୯ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ରାଜନୀତିରେ ସମୀକରଣ ବଦଳୁଛି। ଆସନ୍ତା ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ମଧ୍ୟରେ ଜୋରଦାର ଲଢ଼େଇ...

ହାତୀପଲକୁ ନେଇ ଦୁଇ ଜିଲାର ବନ ବିଭାଗ ମୁହାଁମୁହିଁ

ଗୁଣପୁର,୩ା୨(ଡି.ଏନ.ଏ.): ଦେଢ଼ବର୍ଷ ଧରି ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଚାଲିଛି। ଏଥିରେ ବ୍ୟାପକ ଫସଲ ହାନୀ ହେବା ସହ ୩ ଜଣଙ୍କ ଜୀବନ...

ବିଜେଡି ନେତା ଯଯାତି ହତ୍ୟା ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୩୦ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ବିଜେଡି ନେତା ଯଯାତି କେଶରୀ ସାହୁଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସାକ୍ଷ୍ୟ ଓ ପ୍ରମାଣ...

ରୁଚିକୁ ଗୁରୁତ୍ୱ ଦେଲେ ଲୋକେ ଖବରକାଗଜ ପଢ଼ିବେ: ତଥାଗତ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨ା୨: ରାୟଗଡ଼ା ପ୍ରେସ୍‌ ୟୁନିୟନର ୭ମ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ତେଜସ୍ବୀ ଇଣ୍ଟରନ୍ୟାଶନାଲ ହୋଟେଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ...

Advertisement
Archives

Model This Week