ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ପଡିରହିଛି । ଫଳରେ ବ୍ଲକର ପପଙ୍ଗା ୟାର୍ଡରେ ୪ଜଣ ଚାଷୀଙ୍କ ୨୮୦ ପ୍ୟାକେଟ ଧାନ ପଡିରହିଥିବା ବେଳେ ରୁଷୁଡାରେ ୧୨ଜଣଙ୍କ ୧୧୭୯, ମହୁଲପାଲିରେ ୮ଜଣଙ୍କ ୧୦୫୫, ଖୁଣ୍ଟୁଲିପାଲିରେ ୨ଟି ଟୋକନରେ ଜଣେ ଚାଷୀଙ୍କ ୩୬୮, ଭେଡେନରେ ୩୫ଜଣ ଚାଷୀଙ୍କ ୩୦୬୦, ତେନ୍ତୁଲିଟିକ୍ରାରେ ୩୪ ଜଣ ଚାଷୀଙ୍କ ୩ହଜାର, ସଁହରାଟିକ୍ରା ୟାର୍ଡରେ ୧୩ଜଣ ଚାଷୀଙ୍କ ୧୬୨୦ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡିରହିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଚାଷୀଙ୍କ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ସରକାର ପ୍ରଥମ ଥର ଟୋକନ ବ୍ୟବସ୍ଥା ପ୍ରଚଳନ କରିଥିଲେ। ବିଭାଗୀୟ କମ୍ପ୍ୟୁଟରରୁ ତଥ୍ୟ ଉଭାନ ହୋଇଯିବାରୁ ଅନେକ ଚାଷୀ ଟୋକନ ନ ପାଇ ଧାନ ବିକ୍ରିରୁ ବଞ୍ଚତ୍ତ ହୋଇଥିଲେ। ଯେଉଁ ଚାଷୀ ଧାନ ଅମଳ କରି ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ ସେମାନଙ୍କର ଟୋକନ ଆସି ନ ଥିଲା । ବରଂ ଅନ୍ୟ ଚାଷୀଙ୍କ ଟୋକନ ଆସିବାରୁ ବିକ୍ରିବଟାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଏଥିପାଇଁ ଚାଷୀମାନେ ଆନ୍ଦୋଳନମୁହାଁ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଅନଲାଇନ ଟୋକନ ବ୍ୟବସ୍ଥାର ଦୋଛକିରେ ଚାଷୀ ଆଗାମୀ ଚାଷ ପାଇଁ ଚିନ୍ତା କରିବା ବଦଳରେ ନିଜର ଧାନ ବିକ୍ରି ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଳସ୍ବରୂପ ବରପାଲି ବ୍ଲକର ଚାଷୀମାନେ ଗତ ୨୫ ତାରିଖରେ ସିକିର୍ଡି ଛକରେ ରାସ୍ତାରୋକୋ କରିଥିଲେ। ଜିଲା ଯୋଗାଣ ବିଭାଗ ପକ୍ଷରୁ ଗତ ୩୦ ତାରିଖ ସୁଦ୍ଧା ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ୨ଦିନ ପରେ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁର୍ମୂଷୁ ଅବସ୍ଥାରେ ମଠ ମହନ୍ତଙ୍କୁ ବ୍ୟାଙ୍କକୁ ବୋହି ଆଣିଲେ ଶିଷ୍ୟ

ଭବାନୀପାଟଣା/ଧର୍ମଗଡ଼,୭।୭(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଜଣେ ମୁମୂର୍ଷୁ ବୃଦ୍ଧ ମହନ୍ତଙ୍କୁ ବୋହି ଆଣାଯାଇଛି। ମହନ୍ତଙ୍କୁ ବୋହି ଆଣୁଥିବା ଦୃଶ୍ୟ...

ପୁରୀରେ ଖୋଲିଲା ‘ନିମନ୍ତ୍ରଣ’

ପୁରୀ ଅଫିସ,୨୪।୧୨: ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତୋରାଁ। ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ପରିବେଶରେ ଓଡ଼ିଆ ଖାଦ୍ୟ...

ଆରମ୍ଭ ହେଲା ପୌର ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। କେବଳ ଧାମନଗର...

କୁଷ୍ଠମୁକ୍ତ ଓଡ଼ିଶାରେ କୁଷ୍ଠ ରୋଗୀ ସଂଖ୍ୟା ବଢୁଛି

ଭୁବନେଶ୍ବର,୫ା୯(ଅଭିଜିତ ଦାସ):ରାଜ୍ୟରେ ଏବେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ସରକାର କୁଷ୍ଠ ଚିକିତ୍ସାକୁ ଗୁରୁତ୍ୱ ଦେବା ସହ ଜିଲା ତଥା ରାଜ୍ୟ ସ୍ତରରେ...

ବିଜୟ ନାୟକଙ୍କୁ ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ ଦାୟିତ୍ୱ

ଭୁବନେଶ୍ୱର, ୨।୮(ବ୍ୟୁରୋ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ସଚିବ(ପ୍ରେସ୍‌) ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୟ ନାୟକ ବର୍ତ୍ତମାନ ଓଡ଼ିଆ ବିଶ୍ୱବିଦ୍ୟାଳୟର...

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌

ସମ୍ବଲପୁର,୧୬।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ଶୁକ୍ରବାର ବନ୍ଦ କରିଦିଆଯାଇଛି। ଏବେ  ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା...

ଭିଜିଲାନ୍ସ ହାତରୁ ବଞ୍ଚିବା ପାଇଁ ଲାଟିନ୍‌ ପ୍ୟାନ୍‌ରେ ଟଙ୍କା ଫୋପାଡିଲେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଅମିନ

କଣିହାଁ,୧।୧୦(ଡି.ଏନ.ଏ): ଅନୁଗୋଳ ଜିଲା କଣିହାଁ ଆର୍‌.ଆଇ ଅଫିସରେ କାର୍ଯ୍ୟରତ ଅମିନ ସୌମ୍ୟରଞ୍ଜନ ଦାସ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ବ୍ଲକ ତେଲସିଂହା...

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର...

Advertisement
Archives

Model This Week