ଟୋକନକୁ ଚାହିଁ ବସିଛି ଚାଷୀ

ଖଇରା, ୪।୩ – ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ଏବେ ଧାନ କିଣା ବନ୍ଦ ରହିଛି। ଫଳରେ ଧାନ ବିକି ନ ପାରି ଚାଷୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଟୋକନ ଅପେକ୍ଷାରେ ଚାଷୀ ଦିନ ବିତାଇ ଚାଲିଛି। ଏ ଦିଗରେ ଦୃଷ୍ଟି ଦିଆ ନ ଗଲେ ଆନ୍ଦୋଳନ ଶେଷ ପନ୍ଥା ବୋଲି ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।
ଖଇରା ବ୍ଲକରେ ୭ ହଜାର ୧୫୮ଜଣ ଚାଷୀ ଆନୁମାନିକ ୩ଲକ୍ଷ ୫୦ହଜାର କୁଇଣ୍ଟାଲ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଥିଲେ। ଡିସେମ୍ବର ୧୫ତାରିଖରୁ ବ୍ଲକରେ ଧାନ କିଣା ଆରମ୍ଭ ହୋଇଥିଲା। ଏବେ ଅଢେଇ ମାସ ଅତିକ୍ରମ କରିବା ପରେ ୫ହଜାର ୨୨ଜଣ ଚାଷୀ ମାତ୍ର ୨ଲକ୍ଷ ୧୧ହଜାର ୮୬୮କୁଇଣ୍ଟାଲ ଧାନ ବିକିବାକୁ ସକ୍ଷମ ହୋଇଛନ୍ତି। ଏବେ ସୁଦ୍ଧା ୬୦ଭାଗ ଧାନ କିଣାଯାଇ ପାରିଥିବା ବେଳେ ଚାଷୀଙ୍କ ପାଖରେ ଆହୁରି ୪୦ଭାଗ ଧାନ ମହଜୁଦ ଅଛି। ଚଳିତବର୍ଷ ଅନ୍‌ଲାଇନରେ ଯୋଗାଣ ବିଭାଗ ରାଜ୍ୟ ସ୍ତରରୁ ଟୋକନ ଇସ୍ୟୁ କରୁଥିବା ବେଳେ ଚାଷୀମାନେ କମ୍‌ ସୁବିଧା ଏବଂ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ମଝିରେ ମଝିରେ ବର୍ଷା ହେବା ଯୋଗୁ ଧାନକିଣା ବନ୍ଦ ରହିବା ତଥା ମିଲରମାନେ ବିଭିନ୍ନ ଆଳ ଦେଖାଇ ଅନୁପସ୍ଥିତ ରହିବା ଯୋଗୁ ନିର୍ଦ୍ଧାରିତ ତାରିଖରେ ଧାନକିଣା ବନ୍ଦ ରହିଛି। ସେହିଭଳି ନିର୍ଦ୍ଧାରିତ ଦିନଗୁଡିକରେ ଯେଉଁ ଚାଷୀଙ୍କୁ ଟୋକନ ଇସ୍ୟୁ କରାଯାଇଥିଲା ସେମାନେ ଏ ପର୍ଯ୍ୟନ୍ତ ଧାନ ବିକିପାରି ନାହାନ୍ତି। ପୁଣି ଥରେ ଯୋଗାଣ ବିଭାଗ ତରଫରୁ ସେମାନଙ୍କୁ କେବେ ସୁଯୋଗ ମିଳିବ ସେନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ୧୪ଟି ସେବା ସମବାୟ ସମିତି ମଧ୍ୟରୁ କିଛି ସମିତିରେ ମିଲ ମାଲିକମାନେ ୧୧ପ୍ରତିଶତ ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି କରୁଥିବାରୁ ଚାଷୀମାନଙ୍କୁ ମିଳୁଥିବା ଅର୍ଥ ବାହାର ବ୍ୟବସାୟୀଙ୍କଠାରୁ ମିଳୁଥିବା ଅର୍ଥଠାରୁ ମଧ୍ୟ କମ୍‌ ପଡୁଛି। ଏ ବିଷୟରେ ଚାଷୀମାନେ ଜିଲାପାଳ, ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କଠାରେ ବହୁବାର ଅଭିଯୋଗ କରିବା ସତ୍ତ୍ୱେ କିଛି ଫଳ ମିଳୁନି। ମିଲ୍‌ମାଲିକଙ୍କୁ ନାଲି ଆଖି ଦେଖାଇବା ପରିବର୍ତ୍ତେ ଏବେ ମିର୍ଜାପୁର ଭଳି କିଛି ସେବା ସମବାୟ ସମିତିକୁ ଟାର୍ଗେଟ ଦେବା ବନ୍ଦ କରି ଦିଆଯାଇଛି। ତୁରନ୍ତ ଟାର୍ଗେଟ ବଢାଇବାକୁ ବର୍ତ୍ତନା ସମିତି ଅଧୀନ ଚାଷୀ ସୁନନ୍ଦା କୁମାରୀ ଦାସ ଏବଂ ଉମାକାନ୍ତ ପଣ୍ଡା ଦାବି କରିଛନ୍ତି। ସେହିଭଳି ଶ୍ୟାମସୁନ୍ଦରପୁର ଗ୍ରାମର ଚାଷୀ ରତ୍ନାକର ମହାନ୍ତି ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି। ୪ମାସ ଧରି ଟୋକନକୁ ଅପେକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟୋକନ ଆସୁନାହିଁ। ବରଂ ଟୋକନ ନ ଥିବା କେତେକ ଚାଷୀ ସିଧାସଳଖ ମିଲରେ ଧାନ ପକାଇ ଅର୍ଥ ନେଉଥିବା କଥା କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ରବି ନାରାୟଣ ପୃଷ୍ଟିଙ୍କୁ ଯୋଗାଯୋଗ କରିବାରେ ଟାର୍ଗେଟ କିଛି ସମିତିକୁ ଦିଆଯାଇଛି। ଖୁବ୍‌ଶୀଘ୍ର ସବୁ ସମବାୟ ସମିତିକୁ ଅଧିକ ଟାର୍ଗେଟ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

(ରିପୋର୍ଟ: ଉତ୍କଳବନ୍ଧୁ ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri