Posted inଖେଳ

ଟେଷ୍ଟ କ୍ରିକେଟରୁ ଅମିରଙ୍କ ସନ୍ନ୍ୟାସ

କରାଚୀ,୨୬।୭(ପିଟି)- ପାକିସ୍ତାନର ବାମହାତୀ ପେସର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୀମିତ ଓଭର ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବା ଲାଗି ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟର ପାରମ୍ପରିକ ଫର୍ମାଟରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ। ହେଲେ ମୁଁ ଲମ୍ବା ଫର୍ମାଟରୁ ଦୂରେଇବାକୁ ନିଷ୍ପତ୍ତି ନେଇଛି। ଯଦ୍ଦ୍ବାରା ମୁଁ ଧଳା ବଲ କ୍ରିକେଟକୁ ଅଧିକ ଧ୍ୟାନ ଦେଇପାରିବି ବୋଲି ଅମିର କହିଛନ୍ତି। ପାକିସ୍ତାନକୁ ପ୍ରତିନିଧିତ୍ୱ କରିବା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ପରବର୍ତ୍ତୀ ଇଭେଣ୍ଟ ପାଇଁ ମୁଁ ସମ୍ପୂର୍ଣ୍ଣ ଫିଟ୍‌ ରହିବାକୁ ଚାହେଁ ବୋଲି ଅମିର କହିଛନ୍ତି। ନିକଟରେ ଏକ ସାକ୍ଷତକାରରେ ସେ କହିଥିଲେ, ମୁଁ ଜଣେ ମଣିଷ। ମେସିନ ନୁହେଁ। ୫ ବର୍ଷ ବାସନ୍ଦାଦେଶରୁ ଫେରିବା ପରେ ପାକିସ୍ତାନ କ୍ରିକେଟ ପାଇଁ କ୍ରମାଗତ ଖେଳିଆସୁଛି। ମୋ ନିଷ୍ପତ୍ତି ସମ୍ପର୍କରେ ଗତ ବର୍ଷ ମୁଖ୍ୟକୋଚ୍‌ ମିକି ଆର୍ଥରଙ୍କୁ ଜଣାଇଥିଲି। ମାତ୍ର ବିଶ୍ୱକପ୍‌ ପର୍ଯ୍ୟନ୍ତ ଜାରି ରଖିତ୍ବାକୁ ସେ ଚାହୁଁଥିଲେ। ଅମିର ଏପର୍ଯ୍ୟନ୍ତ ୩୬ ଟେଷ୍ଟରୁ ୧୧୯ ଉଇକେଟ ନେଇଥିବାବେଳେ ୫୯ ଦିନିକିଆ ଓ ୪୯ ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ତାଙ୍କ ପୂର୍ବରୁ ମହମ୍ମଦ ହାଫିଜ ଓ ସୋଏବ ମଲିକ ମଧ୍ୟ ଲମ୍ବା ଫର୍ମାଟରୁ ଦୂରେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ...

ଏଣିକି ଅଧିନାୟକ ନୁହେଁ ଉପ-ଅଧିନାୟକ; ବିରାଟ ଫେରିଲେ ଏଭଳି ଲାଗିବ ବୋଲି କହିଲେ ରାହାଣେ

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍‌। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲଆଉଟ୍‌ ହେବାର ଲଜ୍ଜାଜନକ ଘଟଣା ପରେ...

ଟିମ୍‌ ଇଣ୍ଡିଆରେ ପରିବର୍ତ୍ତନ

କୋଲକାତା,୧୫।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଘୋଷିତ ଦଳରୁ ବାଦ୍‌ ପଡ଼ିଛନ୍ତି ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ମାଂସପେଶୀ...

ଅନ୍ତିମ ଥର ଟି୨୦ ଖେଳିବାକୁ ଯାଉଛନ୍ତି କ୍ୟାପଟେନ କୋହଲି

ନୂଆଦିଲ୍ଲୀ,୮।୧୧: ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ଛୋଟିଆ ଫର୍ମାଟରୁ ଅଧିନାୟକ ଭାବେ ଅବସର ନେବାକୁ ଯାଉଛନ୍ତି। କ୍ୟାପଟେନ ଭାବେ କୋହଲି ସୋମବାର ନାମ୍ବିଆ ବିପକ୍ଷରେ...

୭୫୪ ରନ୍‌, ୪ ଶତକ: ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ମୁମ୍ବାଇ କ୍ରିକେଟ ଟିମ୍‌ର ଅଧିନାୟକ ଏବଂ ଓପନର୍‌ ପୃଥ୍ବୀ ଶ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମୁକାବିଲାରେ କର୍ନାଟକ ବିପକ୍ଷରେ ଉଲ୍ଲେଖନୀୟ...

ଆଇପିଏଲ୍‌ରେ ପ୍ରଥମ ଆମେରିକୀୟ ଅଲି ଖାନ୍‌

ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍‌।...

ରୋହିତ ଶର୍ମାଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି କି, ଏମିତି କରିଥିଲେ ଖର୍ଚ୍ଚ

ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। କିନ୍ତୁ ତାଙ୍କର ପ୍ରଥମ ଦରମା ପାଇ ସେ କ’ଣ କରିଛନ୍ତି ତାହା...

ସଚିନଙ୍କ ବିଶ୍ୱ ଏକାଦଶ ଖେଳାଳି ତାଲିକାରେ ଧୋନୀଙ୍କ ସ୍ଥାନ ନାହିଁ

ଲଣ୍ଡନ, ୧୫।୭: କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ବିଶ୍ୱ ଏକାଦଶ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ସ୍ଥାନ...

Advertisement
Archives

Model This Week