Posted inଖେଳ

ଟେଷ୍ଟରେ ପଦାର୍ପଣ କରିବେ ଭାରତୀୟ ଅମ୍ପାୟର ମେନନ

ମୁମ୍ବାଇ,୨।୯(ପିଟି): ଭାରତୀୟ ଅମ୍ପାୟର ନିତୀନ ମେନନ ଟେଷ୍ଟ ମ୍ୟାଚ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଡେରାଡୁନଠାରେ ନଭେମ୍ବର ୨୭ ତାରିଖଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିବେ। ବିସିସିଆଇ ଅନୁଯାୟୀ, ନିତୀନ ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ନରେନ୍ଦ୍ର ମେନନଙ୍କ ପୁଅ। ସେ ବାପାଙ୍କ ପଥରେ ଚାଲି ରାଜ୍ୟ ପାନେଲ ଅମ୍ପାୟର ହୋଇଥିଲେ। ୨୦୦୬ରେ ସର୍ବଭାରତୀୟ ଅମ୍ପାୟର ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୭-୦୮ ସିଜନରୁ ଘରୋଇ କ୍ରିକେଟ ମ୍ୟାଚ୍‌ ପରିଚାଳନା କରିବା ଆରମ୍ଭ କରିଛନ୍ତି। ୫୭ ପ୍ରଥମ ଶ୍ରେଣୀ ବ୍ୟତୀତ ନିତୀନ ୨୨ ଅନ୍ତର୍ଜାତୀୟ ଦିନିକିଆ, ୯ ଟି୨୦ ଓ ୪୦ ଆଇପିଏଲ ମ୍ୟାଚ୍‌ରେ ଅମ୍ପାୟର ଦାୟିତ୍ୱ ତୁଲାଉଛନ୍ତି। ଆଇସିସି ପ୍ୟାନେଲରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିବା ନିତୀନ ବିସିସିଆଇକୁ ସାହାଯ୍ୟ ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କୁ କ୍ଲୁଜନରଙ୍କ ସହ ତୁଳନା କଲେ ଷ୍ଟିଭ୍‌ ଓ୍ବ

ଲଣ୍ଡନ, ୧୧।୬(ପି.ଟି.)- ପ୍ରାକ୍ତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଭାରତୀୟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୁଳନା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ୧୯୯୯...

ତିନୋଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୧୯।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ...

୧୪ ବର୍ଷୀୟା ବାଳିକାଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ

ଜୟପୁର,୧୬।୨: ରାଜସ୍ଥାନର ବାଲି ପଡିଆରେ ଚୌକା ଓ ଛକା ମାରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁମଲ ମେହେରଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ...

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧...

କୋହଲିଙ୍କଠାରୁ ସ୍ବତନ୍ତ୍ର ଉପହାର ପାଇଲେ ରାହୁଲ

ଆବୁଧାବି, ୪।୧୦: ଚଳିତ ଆଇପିଏଲ୍‌ର ୧୫ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୮ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବିରାଟ କୋହଲିଙ୍କ...

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ...

ରୋହିତ୍‌ଙ୍କ ବିଶ୍ୱରେକର୍ଡ

ଲିଡ୍ସ, ୭।୭ (ପି.ଟି.)- ଶ୍ରେଷ୍ଠ ଫର୍ମରେ ଥିବା ତାରକା ଓପନର୍‌ ରୋହିତ୍‌ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଭାରତ ଚଳିତ ଆଇସିସି ବିଶ୍ୱକପର...

କେଏଲ୍‌ ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୭।୩: ଲଗାତାର ଭାବେ ବ୍ୟାଟିଂରେ ବିଫଳ ହେବାକୁ ନେଇ ସମାଲୋଚିତ ହେଉଛନ୍ତି ଓପନର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜର ୩ ମ୍ୟାଚ୍‌ରେ...

Advertisement
Archives

Model This Week