Posted inଖେଳ

ଟେଷ୍ଟରେ ନମ୍ବର ଓ ନାମ ଚିହ୍ନିତ ଜର୍ସି ହାସ୍ୟାସ୍ପଦ ମନେ ହେଉଛି: ଲୀ

ମେଲବୋର୍ନ,୩।୮(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହା ସ୍ବାଗତଯୋଗ୍ୟ। ତେବେ ଟେଷ୍ଟ ମ୍ୟାଚ୍‌ରେ ନମ୍ବର ଓ ନାମ ଚିହ୍ନିତ ଶାର୍ଟ ନିହାତି ହାସ୍ବସ୍ପଦ ମନେ ହେଉଛି ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲୀ କହିଛନ୍ତି। ଖେଳାଳିମାନେ ଏଭଳି ଶାର୍ଟ ବା ଜର୍ସି ପରିଧାନ କରିବା ଠିକ ମନେ ହେଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲୀୟ ଉଇକେଟକିପର ଆଡମ ଗୀଲକ୍ରିଷ୍ଟ ମଧ୍ୟ ଟେଷ୍ଟରେ ଶାର୍ଟରେ ନାମ ଓ ନମ୍ବର ଲେଖାଯିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଥିଲେ।
ପୂର୍ବରୁ ଚଳିତ ବର୍ଷ ଆଇସିସି ଟେଷ୍ଟ ଖେଳୁଥିବା ଦେଶଗୁଡିକୁ ସେମାନଙ୍କ ଖେଳାଳିଙ୍କ ଜର୍ସିରେ ନମ୍ବର ଓ ନାମ ଲେଖିବାକୁ ଅନୁମତି ଦେଇଥିଲା। ଏହି ପଦକ୍ଷେପକୁ କେତେକ ସ୍ବାଗତ କରିଥିବା ବେଳେ ଆଉ କେତେକ ସମାଲୋଚନା କରିଥିଲେ। ଏହାକୁ ଦୃଢ଼ ବିରୋଧ କରୁଛି ବୋଲି ଲି ଟୁଇଟ କରି ଜଣାଇଛନ୍ତି। ଟେଷ୍ଟ କ୍ରିକେଟରମାନେ ପୂର୍ବରୁ ପରିଧାନ କରୁଥିବା ଜର୍ସି ଅଧିକ ଗ୍ରହଣ ଯୋଗ୍ୟ ମନେ ହେଉଛି ବୋଲି ଗୀଲକ୍ରିଷ୍ଟ କହିଛନ୍ତି। ଉଲ୍ଲେଖଥାଉ କି, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଦେଶ ଭାବେ ଟେଷ୍ଟରେ ନମ୍ବର ଓ ନାମ ଲିଖିତ ଜର୍ସି ପରିଧାନ କରିଛନ୍ତି। ୧୪୨ ବର୍ଷରେ ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି।
ପୂର୍ବରୁ ଇଂଲିଶ କାଉଣ୍ଟି ଦଳ ଓ ଅଷ୍ଟ୍ରେଲୀୟ ରାଜ୍ୟ ଦଳଗୁଡିକ ସେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟ ଖେଳିବା ଅବସରରେ ଏଭଳି ନାମ ଓ ନମ୍ବର ଚିହ୍ନିତ ଧଳା ଜର୍ସି ପରିଧାନ କରିଥାନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିମାନେ ଏଭଳି ନାମ ଓ ନମ୍ବର ଚିହ୍ନିତ ଧଳା ଜର୍ସି ପରିଧାନ କରିବେ। ଏହା ଖେଳାଳିଙ୍କୁ ଏକ ନୂଆ ଅଭିଜ୍ଞତା ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଘଟଣା ଯୋଗୁ ବଦଳିଯାଇଥିଲା ଏହି ମହାନ କ୍ରିକେଟ୍‌ରଙ୍କ ଜୀବନ:ପାଇଥିଲେ ‘କିଙ୍ଗ ଅଫ ସ୍ପିନ’ ଆଖ୍ୟ

ଦୁନିଆର ମହାନ ସ୍ପିନର ସେନ୍‌ ୱାର୍ନ ଆଜି ଅର୍ଥାତ୍‌ ୧୩ ସେପ୍ଟେମ୍ବର ୨୦୨୧ରେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ରିକେଟରେ ତାଙ୍କର ସଫଳତା ଦୁନିଆର...

ବୁମ୍‌ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..

ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍‌ବେନ୍‌ରେ ଖେଳାଯିବାକୁ ଥିବା...

ଅକ୍ଷର ଆଉଟ୍‌, ଶାର୍ଦ୍ଦୁଳ ଇନ୍‌

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ୧୭ରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ଏହାପୂର୍ବରୁ ଭାରତୀୟ ଟିମ୍‌ରେ ପରିବର୍ତ୍ତନ କରାଯାଇଛି। ବିସିସିଆଇ ୧୫ ଜଣିଆ...

ଟେଷ୍ଟରେ ୫ ନମ୍ବରରେ ଭଲ ବ୍ୟାଟିଂ କରିବେ ରାହାନେ: ମଞ୍ଜରେକର

ମୁମ୍ବାଇ,୧୯।୬(ପି.ଟି.): କ୍ୟାରିୟରର ଆରମ୍ଭ ୨ ବର୍ଷରେ ଅଜିଙ୍କ୍ୟ ରାହାନେ ବେଶ୍‌ ଉଚ୍ଚକୋଟୀର ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରୁଥିଲେ। ଏବେ ମଧ୍ୟ ସେ ୫ ନମ୍ବର...

ଇଣ୍ଡିଆନ ସୁପରଲିଗ୍‌: ଜାମସେଦପୁରକୁ ହରାଇ ତୃତୀୟରେ ଗୋଆ

ଫତୋର୍ଦା, ୧୫।୧: ଜର୍ଜ ଓର୍ଟିଜ୍‌ଙ୍କ ଡବଲ ଗୋଲ ବଳରେ ଗୋଆ ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍‌ସିକୁ ୩-୦ରେ ପରାସ୍ତ...

ଆଇପିଏଲ୍‌ ହେଲେ ଖେଳିବେ ଓ୍ବାର୍ନର

ମେଲବୋର୍ନ, ୨୦।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ନେଇ ଅନିଶ୍ଚିତତା ଜାରି ରହିଛି। ଯଦି ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଅନୁଷ୍ଠିତ...

ଫିଚର ଫର୍ମୁଲା-୩ ରେସ୍‌ ଜିତିଲେ ଦାରୁବାଲା

ଲି କ୍ୟସ୍‌ଲେଟ୍‌ (ଫ୍ରାନ୍ସ), ୨୨ା୬ (ପି.ଟି.): ଭାରତର ଭବିଷ୍ୟତ ଫର୍ମୁଲା-୧ ଡ୍ରାଇଭର ବୋଲି କୁହାଯାଉଥିବା ଜେହାନ ଦାରୁବାଲା ଏଫ୍‌ଆଇଏ ଫର୍ମୁଲା-୩ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଥର ଟାଇଟଲ...

କ୍ରିକେଟ ନିଶା ପାଇଁ ଇଞ୍ଜିନିୟର ଚାକିରି ଛାଡିଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଥିଲେ ଅନିଲ କୁମ୍ବଲେ। ଭାରତୀୟ ଦଳର ଏହି ପୂର୍ବତନ କୋଚ   ଜଣେ ସ୍ପିନର୍‌ ଭାବେ ଭାରତ ପାଇଁ...

Advertisement
Archives

Model This Week