Posted inଖେଳ

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ ବେଟିଂ ସ୍କାଣ୍ଡାଲରେ ଜଡ଼ିତ ରହିଛନ୍ତି ବୋଲି ଜର୍ମାନ ମିଡିଆ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଦୈନିକ ଖବରକାଗଜ ‘ଡାଇ ଓ୍ବେଲ୍ଟ’ ଓ ବ୍ରଡ୍‌କାଷ୍ଟର ଜେଡିଏଫ୍‌ ପକ୍ଷରୁ ପ୍ରକାଶିତ ମିଳିତ ରିପୋର୍ଟ ଅନୁଯାୟୀ ବିଶ୍ୱ ପୁରୁଷ ସିଙ୍ଗଲ୍ସର ଶ୍ରେଷ୍ଠ-୩୦ରେ ରହିଥିବା ଜଣେ ଖେଳାଳି ଏଥିରେ ସଂପୃକ୍ତ ରହିଛନ୍ତି। ଏହି ଖେଳାଳି ଜଣଙ୍କ ମଧ୍ୟ ୩ଟି ଏଟିପି ଟାଇଟଲ୍‌ ଜିତିଛନ୍ତି। ‘ଆମେ ଆର୍ମେନିଆର ଏକ ବେଟିଂ ମାଫିଆ ନେଟ୍‌ଓ୍ବର୍କ ବିଷୟରେ କହୁଛୁ, ଯାହାକି ୟୁରୋପର ୭ଟି ଦେଶକୁ ବିସ୍ତାରିତ ହୋଇଛି ଏବଂ ବଡ଼ ଧରଣର ହେରଫେର୍‌ କରୁଛି’ ବୋଲି ବେଲଜିୟମର ଷ୍ଟେଟ୍‌ ପ୍ରୋସିକ୍ୟୁଟର ଏରିକ୍‌ ବିସ୍‌ଚପ୍‌ କହିଛନ୍ତି। ଏହି ସ୍କାଣ୍ଡାଲ ମ୍ୟାଚ୍‌ ଫିକ୍ସ ଭଳି ଶହ ଶହ ଛୋଟ ବେଟ୍‌ରେ ଜଡ଼ିତ ରହି ପ୍ରତି କେସ୍‌ରେ ୧୦ ଲକ୍ଷ ୟୁରୋ ଲାଭ କରିଥାନ୍ତି। ଆର୍ଜେଣ୍ଟିନାର ପୂର୍ବତନ ଖେଳାଳି ମାର୍କୋ ତ୍ରୁଙ୍ଗେଲିଟି ଜେଡିଏଫ୍‌ ଓ ଡାଏ ଓ୍ବେଲ୍ଟକୁ ସାକ୍ଷାତକାର ଅବସରରେ କହିଛନ୍ତି, ତାଙ୍କୁ ମଧ୍ୟ ମ୍ୟାଚ୍‌ ଫିକ୍ସର ପକ୍ଷରୁ ଯୋଗଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଣ୍ଟେଗ୍ରୋ ବକ୍ସିଂ ମିଟ୍‌: ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଲେ ପଠାନ୍‌

ନୂଆଦିଲ୍ଲୀ, ୨୧ା୨(ପି.ଟି.)- ମଣ୍ଟେନିଗ୍ରୋସ୍ଥିତ ବଡ୍‌ଭାଠାରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍‌ ପର୍ଲ ଟୁର୍ନାମେଣ୍ଟରେ ଭାରତର ମହିଳା ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଅଲ୍‌ଫିୟା ପଠାନ (୮୧+କେଜି)...

ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା...

ଫିଞ୍ଚ୍‌ଙ୍କ ଶତକ: ଇଂଲଣ୍ଡକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୨୬।୬(ପି.ଟି.)- ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ଓ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡକୁ ୬୪...

କ୍ୱାଲିଫାଏଡ୍‌ ଆଥଲେଟ ସ୍ଥାନ ବଜାୟ ରଖିବେ

ଲାଉସାନେ, ୯।୪(ଏପି)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ ସେମାନଙ୍କ ସ୍ଥାନ ବଜାୟ ରଖିବେ। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ...

ହାମିଲଟନଙ୍କୁ ରେକର୍ଡ ଟାଇଟଲ

ସିଲ୍‌ଭରଷ୍ଟୋନ୍‌, ୧୫ା୭-ମର୍ସିଡିଜର ଲୁଇସ୍‌ ହାମିଲଟନ ରେକର୍ଡ ୬ଷ୍ଠ ଥର ବ୍ରିଟିଶ ଫର୍ମୁଲଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏଠାରେ ଜିମ୍‌ କ୍ଲାର୍କ ଏବଂ...

ଆଇପିଏଲ୍‌-୨୦୨୦: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ଆବୁଧାବି :ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

ବିରାଟ କୋହଲିଙ୍କ ଟେନସନ୍‌ ହେଲା ଦୂର

ଲଣ୍ଡନ,୨୨।୭: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଡରହମ୍‌ରେ କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷରେ ତିନି ଦିନିଆ ୱାର୍ମ ଅପ ମ୍ୟାଚ ଖେଳୁଛି। ଦ୍ୱିତୀୟ...

ଆଇସିସି ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ,୧୩।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କୁପର ଆସୋସିଏଟ କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର...

Advertisement
Archives

Model This Week