ଟେକ୍ନୋଲୋଜି,ମହିଳା ଫ୍ରେଣ୍ଡ୍‌ଲି ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଡିଜିପି

କଟକ ଅଫିସ, ୩୧।୧୨: ୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି ଓ ମହିଳା ଫ୍ରେଣ୍ଡ୍‌ଲି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଡିଜିପି ଅଭୟ ମଙ୍ଗଳବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭୟ ଓଡିଶାବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ୨୦୨୦ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ନିରାପତ୍ତା ଓ ସମୃଦ୍ଧିର ବର୍ଷ ହେଉ ବୋଲି ଶୁଭକାମନା କରିଥିଲେ। ଓଡ଼ିିଶାବାସୀ ପୋଲିସକୁ ସହଯୋଗ କରିଥିବାରୁ ଏହି ଅବସରରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବ ବର୍ଷ ଭଳି ୨୦୨୦ରେ ମଧ୍ୟ ରାଜ୍ୟ ସରକାରଙ୍କ ୫-ଟି ଏବଂ ମୋ’ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପୋଲିସ ପ୍ରତିବଦ୍ଧ ବୋଲି ସେ କହିଥିଲେ। ନୂତନ ବର୍ଷ ପାଳନ ଅବସରରେ ଆଇନଶୃଙ୍ଖଳାକୁ ଆଖିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ିି କରାଯାଇଛି। ମୁଖ୍ୟତଃ ନୂତନ ବର୍ଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀରେ ପ୍ରବଳ ଭିଡ଼ ହୋଇଥାଏ। ଏଥିପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସଶସ୍ତ୍ର ବାହିନୀ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ବଡ ବଡ ସହରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ଡିଜିପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନଚାଷୀଙ୍କ ଦୁର୍ଦ୍ଦଶା ବଢିଲା: ଫନୀ ପରେ ଅମ୍ଫନ ଦେଲା ଦୁଃଖ

ପୁରୀ ଅଫିସ,୨୨ା୫-ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି...

ବୌଦ୍ଧ ପ୍ରଶାସନ ଜାରି କଲା ନୂତନ ନିର୍ଦ୍ଦେଶନାମା

ବୌଦ୍ଧ,୫ା୫(ସ୍ବ.ପ୍ର.)-ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ସାରା ଦେଶକୁ ତିନିଗୋଟି ଜାନରେ ବିଭକ୍ତ କରାଯାଇଛି। ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଭିନ୍ନ ଭିନ୍ନ ଭାବେ ନିୟମ...

ଆତ୍ମଜୀବନୀ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୧୯।୮: କଟକ ବାଣିଜି୍ୟକ ଅଦାଲତରେ ମଙ୍ଗଳବାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପାଣ୍ଡୁଲିପି ଛପା ମାମଲାର ଶୁଣାଣି ହୋଇଥିଲା। ଅଦାଲତର ସିନିୟର ସିଭିଲ ଜଜ୍‌...

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’, ଭାଇଙ୍କୁ ଜିଆର୍‌ପି ପୋଲିସର ଜେରା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶନିବାର ଜିଆର୍‌ପି ପୋଲିସ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ମା’ ଏବଂ...

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କଟକ ଅଫିସ,୧୪।୩: ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ଏକ ହଷ୍ଟେଲରୁ ଶୁକ୍ରବାର ପୋଲିସ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ କନ୍ଧମାଳ ଜିଲା ବ୍ରାହ୍ମଣିଗଁ।...

ଫନୀ ମୁକାବିଲା: ରାଜ୍ୟ ଦାବି କଲା ୫୨୦୦ କୋଟି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ବାତ୍ୟା ଫନୀ ମୁକାବିଲା କରିବାରେ ଓଡ଼ିଶାର ପ୍ରସ୍ତୁତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଣାଳୀ ବିଶ୍ୱସ୍ତରୀୟ ଥିଲା ବୋଲି ଜାତୀୟ ବିପର୍ଯ୍ୟୟ...

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ...

ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଲାଠୋରବାସୀ

ଲାଠୋର, ୨୩ା୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ପାସେ ଥିବାର ଜଲଯୋଗାଣ ପ୍ରକଳ୍ପ ଉପରେ ଲାଠୋର ଗଁ।ର ୬ଟା...

Advertisement


Archives

Model This Week