Posted inଖେଳ

ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକ୍ଲିଂ: ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ ପାଇଁ ୪ର୍ଥ ଷ୍ଟେଜ୍‌ ରେସ୍‌ ବାତିଲ

ଓ୍ବାରସ, ୬ା୮ (ଏଏଫ୍‌ପି)- ବେଲଜିୟମର ରାଇଡର ବ୍ୟର୍ଗ ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ କାରଣରୁ ଚଳିତ ଆୟୋଜକମାନେ ଚଳିତ ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକେଲ ରେସ୍‌ର ଚତୁର୍ଥ ଷ୍ଟେଜ୍‌କୁ ବାତିଲ କରିଦେଇଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଟିମ୍‌ଗୁଡ଼ିକର ସହମତି କ୍ରମେ ବ୍ୟର୍ଗଙ୍କୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଛି। ସୋମବାର ବର୍ଷାରେ ତୃତୀୟ ଷ୍ଟେଜ ଚାଲିଥିବାବେଳେ ୨୨ବର୍ଷୀୟ ବ୍ୟର୍ଗଙ୍କ ସାଇକେଲଟି ସଡ଼କ ପାର୍ଶ୍ୱରେ ଏକ କଙ୍କ୍ରିଟ୍‌ ଷ୍ଟ୍ରକ୍ଚର ସହିତ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ରିବ୍‌ନିକ୍‌ ସହରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆସ୍ତ୍ରୋପଚାର ଅବସ୍ଥାରେ ତାଙ୍କର ପ୍ରାଣହାନୀ ଘଟିଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ଜଣେ ପ୍ରଫେସନାଲ ସାଇକ୍ଲିଷ୍ଟ ଭାବେ ଲୋଟୋ ସୋଡାଲ ଟିମ୍‌ରେ ଯୋଗ ଦେବା ପୂର୍ବରୁ ଲାମ୍ବ୍ରେଚ୍‌ ୨୩ ବର୍ଷରୁ କମ୍‌ ଲିଗ୍‌-ବାଷ୍ଟୋନେ-ଲିଗ୍‌ ଜିତିଥିଲେ। ପରେ ସେ ୨୦୧୭ରେ ଟୁର୍‌ ଡେଲ୍‌’ ଆଭେନିରରେ ଟୁର୍‌ ଡି’ ଫ୍ରାନ୍ସ ବିଜେତା ଏଗାନ ବର୍ନାଲଙ୍କ ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା

ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭...

ନଜରରେ ଭାରତୀୟ ଆଥ୍‌ଲେଟ

ପ୍ରତି ବର୍ଷ ମେ’ ୭ ତାରିଖକୁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ଭାବରେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ...

ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪/୧୫୬

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ କଙ୍ଗାରୁ ଦଳର ନାଁରେ ରହିଛି। ବୋଲିଂରେ ଚମତ୍କାର...

ଅବସର ପରେ ଆଶେସକୁ ଫେରିଲେ ଏହି ଅଲ୍‌ରାଉଣ୍ଡର

ଲଣ୍ଡନ,୮ା୬: ଜୁନ୍‌ ୧୬ରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଆଶେସ ଟେଷ୍ଟ ସିରିଜ ଲାଗି ଅବସରରୁ ପୁଣି ମଇଦାନମକୁ ଫେରିଛନ୍ତି...

ଜାସନ ରୟଙ୍କୁ ୨.୮ କୋଟି ଟଙ୍କାରେ କିଣିଲା କେକେଆର୍‌

କୋଲକାତା,୫ା୪: ଅଧିନାୟକ ଶ୍ରେୟସ ଆୟରଙ୍କ ଆଘାତ ଏବଂ ଶାକିଲ ଅଲ୍‌ ହାସନ ହଠାତ୍‌ ଟୁର୍ନାମେଣ୍ଟରୁ ଓହରିଯିବା ପରେ ଅସୁବିଧାଜନକ ସ୍ଥିତିରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ...

ରାଜ୍ୟଗୋଷ୍ଠୀ ଟିଟି:୧୫ରେ ପହଞ୍ଚିବ ଦଳ, ୧୬ରେ ଅଭ୍ୟାସ; ଜର୍ସି, ପାକିସ୍ତାନ ଯୋଗଦେବା ନେଇ ସନ୍ଦେହ

କଟକ ଅଫିସ,୧୦ା୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣ କ୍ରମେ ପାଖେଇ ଆସିଛି। ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହାରଲାଲ ନେହେରୁ ଇନଡୋର...

୩୦ ବଲ୍‌ରେ ଲୋଡା ଥିଲା ୩୧ ରନ୍‌: ଘଟିଲା କିଛି ଅପ୍ରତ୍ୟାଶିତ; ଚମକି ଯାଇଥିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଖେଳାଯାଇଛି। ଏଥିରେ କୋଲକାତା ଟିମ୍‌ ଟସ୍‌...

ଜାଣନ୍ତୁ କେଉଁ ଖେଳାଳିଙ୍କ କେତେ ଦାମ୍‌

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର୍‌ ଡେଭିଡ୍‌ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ...

Advertisement
Archives

Model This Week