Posted inଖେଳ

ଟି୨୦ ବିଶ୍ୱକପ୍‌ : ଅନ୍ତିମ ଦୁଇ ଦଳ ଭାବେ ଓମାନ, ସ୍କଟ୍‌ଲାଣ୍ଡର ଯୋଗ୍ୟତା

ଦୁବାଇ, ୩୧।୧୦ (ଏଏଫ୍‌ପି)- ଓମାନ ଓ ସ୍କଟ୍‌ଲାଣ୍ଡ ଅନ୍ତିମ ଦୁଇ ଦଳ ଭାବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଓମାନ ୧୨ ରନରେ ହଂକଂକୁ ଏବଂ ସ୍କଟ୍‌ଲାଣ୍ଡ ୯୦ ରନରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଏହି ସଫଳତା ପାଇଛନ୍ତି। ଓମାନ ଓ ସ୍କଟ୍‌ଲାଣ୍ଡ ପୂର୍ବରୁ ନାମ୍ବିଆ, ନେଦରଲାଣ୍ଡ୍ସ, ପପୁଆ ନ୍ୟୁ ଗିନି ଓ ଆୟର୍ଲାଣ୍ଡ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିସାରିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ।
ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ହଂକଂ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଓମାନ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ ଓପନର୍‌ ଜିତେନ୍ଦ୍ର ସିଂ ୬୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ୧୮ ରନରେ ୫ ଉଇକେଟ୍‌ ହରାଇଥିବା ହଂକଂ ଉଇକେଟ୍‌କିପର ସ୍କଟ୍‌ ମ୍ୟାକେଚିନ (୪୪)ଙ୍କ ଉପଯୋଗୀ ବ୍ୟାଟିଂ ସତ୍ତ୍ୱେ ୯ ଉଇକେଟ୍‌ ହରାଇ ୧୨୨ ରନ କରିବାକୁ ସମର୍ଥ ହୋଇଥିଲା। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସ୍କଟ୍‌ଲାଣ୍ଡ ଓପନର୍‌ ଜର୍ଜ ମୁନ୍‌ସୀ ୬୫, ଅଧିନାୟକ କେଲୀ କୋଏଟଜର ୩୪, ରିଚି ବ୍ରିଙ୍ଗଟନ ୪୮ ରନ ବଳରେ ୬ ଉଇକେଟ୍‌ ହରାଇ ୧୯୮ ରନ କରିଥିଲା। ଜବାବରେ ୟୁଏଇ ୧୮.୩ ଓଭରରେ ୧୦୮ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି।...

ପନ୍ତ କଲେ ଏମିତି କାମ, ଡରିଗଲେ ବିରାଟ କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାରଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର...

ଯିଏ ଆମ ସର୍ତ୍ତ ମାନିନେବେ ଆମେ ତାଙ୍କୁ ସହଯୋଗ କରିବୁ: ଜେଜେପି

ଚଣ୍ଡିଗଡ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍‌ରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଏକ...

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭...

ସ୍ବର୍ଣ୍ଣ ଜିତିବା ସହ ରେକର୍ଡ କଲେ ସୁନାଝିଅ ମୀରାବାଈ: ପ୍ରଧାନମନ୍ତ୍ରୀ କହିଲେ ‘ଅସାଧାରଣ’

ବର୍ମିଂହାମ, ୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ନିଜ ନାମରେ କରୁଛି। ବିଶେଷକରି ଭାରତ୍ତୋଳନରେ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ...

ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ

ବ୍ୟାଙ୍କକ୍‌,୧୩।୧: ବ୍ୟାଙ୍କକ୍‌ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ।...

ଶରୀରରେ ୭ ଷ୍ଟିଚ୍‌ ପଡିବା ସତ୍ତ୍ୱେ ରିଙ୍ଗ୍‌ରେ ସିଂହ ପରି ଲଢିଲେ ଏହି ଖେଳାଳି

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସର ବକ୍ସିଂରେ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ୯୧ କିଲୋଗ୍ରାମ ବର୍ଗରେ ବକ୍ସର ସତୀଶ କୁମାର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କଠାରୁ ପରାସ୍ତ...

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ...

Advertisement
Archives

Model This Week