Posted inଖେଳ

ଟି୨୦ କ୍ରିକେଟରେ ଇତିହାସ ରଚିଲେ ନେପାଳ ଝିଅ

ପୋଖାରା,୨।୧୨- ନେପାଳର ମହିଳା କ୍ରିକେଟର ଅଞ୍ଜଳୀ ଚାନ୍ଦ ସୋମବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ମାଳଦ୍ୱୀପ ବିପକ୍ଷ ମ୍ୟାଚ୍‌ରେ ସେ ବିନା କୌଣସି ରନ୍‌ ଦେଇ ୬ ଉଇକେଟ ହାତେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଏପରି କି ପୁରୁଷମାନଙ୍କ ମଧ୍ୟରେ ଏହା ପ୍ରଥମ ଘଟଣା। ପ୍ରଥମେ ବ୍ୟାଟିଂ କରିଥିବା ମାଲଦ୍ୱୀପ ମାତ୍ର ୧୬ ରନ୍‌ରେ ହିଁ ଅଲଆଉଟ୍‌ ହୋଇଯାଇଥିଲା। ଆୟୋଜକ ନେପାଳ ବିଜୟ ଲକ୍ଷ୍ୟକୁ ମାତ୍ର ୦.୫ ଓଭରରେ ହାସିଲ କରି ନେଇଛି। ନେପାଳ ୧୦ ଉଇକେଟ ଓ ୧୧୫ ବଲ ପୂର୍ବରୁ ମ୍ୟାଚ୍‌ ଜିତିଥିଲା। ଏହା ମଧ୍ୟ ଏକ ରେକର୍ଡ। ଅଞ୍ଜଳୀ ୭ମ ଓଭରରେ ୩ ଉଇକେଟ ନେଇଥିଲେ। କିନ୍ତୁ କୌଣସି ରନ୍‌ ଦେଇ ନ ଥିଲେ। ସେହିଭଳି ୯ମ ଓ ୧୧ତମ ଓଭରରେ ଯଥାକ୍ରମେ ୨ଟି ଓ ଗୋଟିଏ ଉଇକେଟ ହାସଲ କରିଥିଲେ। ମୋଟ ୧୩ ବଲରେ ୬ ଉଇକେଟ ଅଧିକାର କରିଥିଲେ। ଏଭଳି ପ୍ରଦର୍ଶନ ବଳରେ ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ମାଳଦ୍ୱୀପର ମାସ ଇଲିସାଙ୍କ ନାମରେ ଥିଲା। ସେ ଚିଳତବର୍ଷ ଚାଇନା ବିପକ୍ଷରେ ୩ ରନ୍‌ ବ୍ୟୟରେ ୬ ଉଇକେଟ ନେଇଥିଲେ। ପୁରୁଷ ବିଭାଗରେ ଭାରତୀୟ ପେସର ଦୀପକ ଚହରଙ୍କ ନାମରେ ରେକର୍ଡ ରହିଛି। ସେ ଗତମାସରେ ବାଂଲାଦେଶ ବିପକ୍ଷ ଟି୨୦ରେ ମାତ୍ର ୭ ରନ୍‌ ଦେଇ ୬ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?