ଟିମ୍‌ ଇଣ୍ଡିଆର ନୂଆ ଜର୍ସି: କଂଗ୍ରେସ ସମର୍ଥକ କ୍ଷୁବ୍ଧ

ବର୍ମିଂହାମ,୨୯।୬- ଭାରତୀୟ ଦଳ ତା’ର ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କମଳା ରଙ୍ଗର ଜର୍ସି ପିନ୍ଧିବ। ଜର୍ସିର ନୂଆ ଲୁକ୍‌ ସାମ୍ନାକୁ ଆସିବା ପରେ କେତେଜଣ ପ୍ରଶଂସକ ଏହାକୁ ପସନ୍ଦ କରିଥିବାବେଳେ ଆଉ କିଛି ନା ପସନ୍ଦ କରିବା ସହ କ୍ରୀଡ଼ାରେ ମୋଦି ସରକାରଙ୍କ ପ୍ରଭାବ ବୋଲି କହିଛନ୍ତି। ଜଣେ ପ୍ରଶଂସକ ଟୁଇଟ୍‌ କରିଛନ୍ତି, ଆମ ଦେଶ ଆଉ ଧର୍ମ ନିରପେକ୍ଷ ହୋଇ ରହିଲା ନାହିଁ। କମଳା ରଙ୍ଗ ପରିବର୍ତ୍ତେ ହଳଦିଆ କିମ୍ବା ସବୁଜ କିମ୍ବା ଅନ୍ୟ କିଛି ରଙ୍ଗର ଜର୍ସି ବ୍ୟବହାର କରାଯାଇପାରିଥାନ୍ତା। ଆଉ ଜଣେ ପ୍ରଶଂସକ ଭାରତୀୟ ଦଳର ନୂଆ ଜର୍ସିର ପଛ ଭାଗରେ ଜୟ ଶ୍ରୀରାମ ନ ହେଲେ ମନ୍ଦିର ଲେଖା ରହିବା ଉଚିତ ବୋଲି ଟୁଇଟ୍‌ କରିଛନ୍ତି। ନିକଟରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ଏମ୍‌.ଏ. ଖାନ କହିଥିଲେ, ଜାତୀୟ ଦଳର ଜର୍ସିରେ କମଳା ରଙ୍ଗର ବ୍ୟବହାର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ସବୁକିଛି ବଦଳାଇ ଦେଉଛି। ଏଥିନେଇ ଉଦ୍ୟମ ଗତ ୫ ବର୍ଷ ହେଲା ଚାଲିଛି। ଉଲ୍ଲେଖଥାଉ କି, କମଳା ରଙ୍ଗ ଭାଜପାର ପାରମ୍ପରିକ ରଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ହାରିବାର ମୁଖ୍ୟ ଦୋଷୀ’

ନୂଆଦିଲ୍ଲୀ,୯।୧୧: ମହେନ୍ଦ୍ର ସିଂ ଧୋନୀ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ। ସେ ପ୍ରାୟ ଏକ ଦଶନ୍ଧି ଧରି ଟିମ ଇଣ୍ଡିଆର ଅଧିନାୟକ ହୋଇଥିଲେ।...

ପାକିସ୍ତାନର ପରାଜୟ ପରେ ଅଖତରଙ୍କୁ କଡ଼ା ଜବାବ ଦେଲେ ଶାମି

ନୂଆଦିଲ୍ଲୀ,୧୩।୧୧: ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି। ଭାରତ ସେମିଫାଇନାଲରୁ ବାଦ୍‌ ପଡିବା ପରେ ପାକିସ୍ତାନର ପୂର୍ବତନ...

ଭାବୁକ ହେଲେ ନଟରାଜନ୍‌; ସର୍ଜରୀକୁ ନେଇ କହିଲେ…

ଚେନ୍ନାଇ,୨୪।୪: ସନରାଇଜର୍ସ ହାଇଦ୍ରାବାର ଦ୍ରୁତ ବୋଲର ଟି ନଟରାଜନ ଆହତ ସମସ୍ୟା ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ବାହାର ହୋଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କର...

ମୋହାଲି ଷ୍ଟାଡିୟମ ବଲବୀରଙ୍କ ନାମରେ ହେବ

ଚଣ୍ଡିଗଡ଼, ୨୬।୫(ପି.ଟି.)- ସୋମବାର ୯୬ ବର୍ଷରେ ମୃତ୍ୟୁବରଣ କରିଥିବା ହକି ଆଇକନ୍‌ ବଲବୀର ସିଂ ସିନିୟରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୋହାଲି ଷ୍ଟାଡିୟମକୁ ଉକ୍ତ କିମ୍ବଦନ୍ତୀ...

ବିରାଟ କୋହଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଦୁବାଇ,୩୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିର ମ୍ୟାଚ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ...

ହକି ପ୍ରୋ ଲିଗ୍‌: ଭାରତର ଜର୍ମାନୀ, ବ୍ରିଟେନ ବିପକ୍ଷ ମ୍ୟାଚ ସ୍ଥଗିତ

ଲାଉସାନେ, ୨୦। ୩ – କୋଭିଡ-୧୯ ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସକୁ ମୋନାଲିସାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୧୨- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’କୁ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାର ବିଜୟିନୀ...

ରୋମାଞ୍ଚକ ଆଶେସ୍‌

ଦୀର୍ଘ ୪୭ ବର୍ଷ ପରେ ହାଇପ୍ରୋଫାଇଲ ଆଶେସ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥର ଆଶେସ ଅସାଧାରଣ ପ୍ରଦର୍ଶନ ପାଇଁ ନୁହଁ ବରଂ ରୋମାଞ୍ଚ...

Advertisement
Archives

Model This Week