Posted inଖେଳ

ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଲାଗି ହୋଇଛି ୨ ହଜାର ଆବେଦନ

ମୁମ୍ବାଇ,୨।୮- ଭାରତୀୟ କ୍ରିକେଟ ଦଳର ବିଭିନ୍ନ କୋଚିଂ ଷ୍ଟାଫ ପଦ ଲାଗି ୨ ହଜାର ଆବେଦନ ଦାଖଲ ହୋଇଛି। ଏ ନେଇ ଇଂଲିଶ ଖବରକାଗଜ ମୁମ୍ବାଇ ମିରରରେ ଏକ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏମାନଙ୍କ ମଧ୍ୟରେ ଖୁବ୍‌କମ ବଡ଼ ନାମ ରହିଛି। ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ କୋଚିଂ ଟିମ୍‌ର କାର୍ଯ୍ୟକାଳ ୨୦୧୯ ଆଇସିସି ବିଶ୍ୱକପ୍‌ରେ ଶେଷ ହେଉଥିଲା। କିନ୍ତୁ ନୂଆ କୋଚ୍‌ ନିଯୁକ୍ତି ପ୍ରକ୍ରିୟା ଲାଗି କିଛି ସମୟ ଦରକାର ଥିବାରୁ ଶାସ୍ତ୍ରୀଙ୍କ ଟିମ୍‌ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭରତ ଅରୁନ ଓ ଫିଲ୍ଡିଂ କୋଚ୍‌ ଏସ୍‌. ଶ୍ରୀଧର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ପଦ ଛାଡ଼ିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜୁଲାଇ ୧୬ ତାରିଖରେ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପଦ ଲାଗି ବିଜ୍ଞାପନ ଦେଇଥିଲା। ଆବେଦନ ପାଇଁ ୩୦ ତାରିଖକୁ ଶେଷ ଦିନ ବୋଲି ଧାର୍ଯ୍ୟ କରାଯାଇଥିଲା। ମୁମ୍ବାଇ ମିରରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବହୁ ଅନ୍ତର୍ଜାତୀୟ ଆବେଦକ ରହିଛନ୍ତି। ଏଣୁ ବିସିସିଆଇକୁ ଆବେଦକଙ୍କ ମୂଲ୍ୟାଙ୍କନ ଲାଗି ଅଧିକ ସମୟ ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ କୋଚ୍‌ ପଦ ପାଇଁ ୨୦୦୫ରେ ଗ୍ରେଗ୍‌ ଚାପେଲଙ୍କଠାରୁ ହାରିଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି, ସର୍ବାଧିକ ସମୟ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଦଳର କୋଚ୍‌ ପଦ ସମ୍ଭାଳିଥିବା ମାଇକ ହାସନ, ପୂର୍ବତନ ଭାରତୀୟ ଓପନର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ରହିଛନ୍ତି। ପୂର୍ବରୁ ଏହି ପଦ ଲାଗି ଇଚ୍ଛା ପ୍ରକାଶ କରିଥିବା ମାହେଲା ଜୟବର୍ଦ୍ଧନେ ଆବେଦନ କରିନାହାନ୍ତି। ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱାଧୀନ ଉପଦେଷ୍ଟା କମିଟି (ସିଏସି) ମୁଖ୍ୟ କୋଚ୍‌ ଚୟନ କରିବ। ସିଏସି ଆବେଦକଙ୍କ ତାଲିକାରୁ ଚିହ୍ନଟ ପ୍ରାର୍ଥୀମାନଙ୍କର ଚଳିତ ୧୪ ଓ ୧୫ ତାରିଖରେ ସାକ୍ଷାତକାର ନେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଜେଣ୍ଟିନା ଡିଫେଣ୍ଡର ବ୍ରାଉନ୍‌ଙ୍କ ପରଲୋକ

ବୁଏନସ ଏରିଜ୍‌, ୧୩ା୮ (ଏଏଫ୍‌ପି)-ଆର୍ଜେଣ୍ଟିନାର ୧୯୮୬ ଫୁଟ୍‌ବଲ ବିଶ୍ୱକପ୍‌ ବିଜୟୀ ଡିଫେଣ୍ଡର ଜୋସ୍‌ ଲୁଇସ୍‌ ବ୍ରାଉନ୍‌ଙ୍କର ପରଲୋକ ଘଟିଛି। ତାଙ୍କୁ ୬୨ବର୍ଷ ହୋଇଥିଲା। ସେ ଅଲ୍‌ଝିମର୍ସ...

ଦଳରେ କରାଯାଇଥିଲା ଅଣଦେଖା: ଗୋଟିଏ ଓଭରରେ ୨ ଆଇପିଏଲ୍‌ ଅଧିନାୟକଙ୍କ ଉଇକେଟ ନେଇ ଚର୍ଚ୍ଚାରେ ହେଜଲଉଡ୍‌

ସିଡନୀ,୨୭।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଏକଦିବସୀୟ ସିିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ଏଥିରେ କଙ୍ଗାରୁ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରି ଭାରତ ସମ୍ମୁଖରେ ୩୭୫ ରନ୍‌ର...

୧୩୫ ମିଟର ଉଚ୍ଚ ସ୍ଥାନରେ ଗର୍ଲଫ୍ରେଣ୍ଡ୍‌ଙ୍କୁ କରିଥିଲେ ପ୍ରପୋଜ୍‌: ଆଜି ଟିମ୍‌ ଇଣ୍ଡିଆ ପାଇଁ ରଚିଲେ ଇତିହାସ

ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର...

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ...

ବୋଲରଙ୍କୁ ଥକେଇ ଦେଲେ ପୂଜାରା, କୋହଲି

ଲିଡ୍ସ,୨୭।୮: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟକୁ ୩ୟ ଦିନରେ ଜିତି ନେବାକୁ ଆଶା ରଖିଥିଲା ଇଂଲଣ୍ଡ। କିନ୍ତୁ ଘରୋଇ ବୋଲରଙ୍କୁ ଥକେଇ ଦେଇଛନ୍ତି...

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ 

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ହେବ। ପ୍ରଶାସକ କମିଟି (ସିଓଏ) ମଙ୍ଗଳବାର ଏହା...

ଆର୍‌ଆର୍‌ଆର୍‌ କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍‌

ଅହମ୍ମଦାବାଦ,୧୧।୩: ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବରେ ବିବେଚିତ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦେଖିବାକୁ ମିଳିଛି। ଏଠାରେ ଖେଳାଯାଉଥିବା...

Advertisement
Archives

Model This Week