Posted inଜାତୀୟ

ଟିକ୍‌ଟକ୍‌ ଆପ୍‌ ଭାରତରେ ହେଲା ବ୍ଲକ୍‌: ଗୁଗଲ ନେଲା ପଦକ୍ଷେପ

ନୂଆଦିଲ୍ଲୀ,୧୭।୪: ଏଣିକି ଭାରତରେ ଟିକ୍‌ଟକ୍‌ ଆପ୍‌ ଆଉ ଡାଉନଲୋଡ୍‌ ହେବନାହିଁ। ଗୁଗଲ୍‌ ପକ୍ଷରୁ ଟିକ୍‌ଟକ୍‌ ଭିଡିଓ ଆପକୁ ଭାରତରେ ବ୍ଲକ୍‌ କରାଯାଇଛି। ଏହି ଆପ୍‌ ଦ୍ୱାରା କିଶୋରୀ କିଶୋରଙ୍କ ମଧ୍ୟରେ ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ବ୍ୟାପୁଥିବା ଅଭିଯୋଗ ହେବାପରେ ଏପ୍ରିଲ ୩ ରେ ମାଡ୍ରାସ ହାଇକୋର୍ଟ ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ପରେ ଗୁଗୁଲ ଏବଂ ଆପଲ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିପରେ ଏହାକୁ ହଟାଇ ଦିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଟିକ୍‌ଟକ୍‌ ଆପ୍‌କୁ ଚାଇନାର ବାଇଟ୍‌ ଡ୍ୟାନ୍ସ୍‌ ଟୋକ୍ନୋଲୋଜି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ଏହାଦ୍ୱାରା ଲିପ୍‌ ସିକିଙ୍ଗ୍‌ କରି ଶର୍ଟ ଭିଡ଼ିଓ ତିଆରି କରିବା ଯୁବବର୍ଗଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

ବୋହୂ-ପୁଅ ସାବଧାନ! ବୃଦ୍ଧ ମା’-ବାପାଙ୍କୁ ହଇରାଣ କଲେ ହେବେ ସମ୍ପତ୍ତିରୁ ବେଦଖଲ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ, ୧୯।୮: ବରିଷ୍ଠ ନାଗରିକଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବୃଦ୍ଧଙ୍କ ଭରଣପୋଷଣ, ସୁରକ୍ଷା ଓ ସମ୍ମାନ ପାଇଁ…

ଛାତ୍ର ଆନ୍ଦୋଳନ ୨ ମାସ ପାଇଁ ସ୍ଥଗିତ, ସରକାରଙ୍କୁ ଦେଲେ ଅଲ୍ଟିମେଟମ୍‌

ନୂଆଦିଲ୍ଲୀ, ୧୯।୮: ରାଞ୍ଚିର ଜେପିଏସ୍‌ସି ଷ୍ଟାଡିୟମରେ ଜୁଲାଇ ୨୫ରୁ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ଦୁଇ ମାସ ସ୍ଥଗିତ ରଖାଯାଇଛି। ଆନ୍ଦୋଳନକାରୀ ଛାତ୍ରମାନେ ଝାଡ଼ଖଣ୍ଡ ସରକାରଙ୍କୁ…

ପ୍ରଥମେ ଦେଲେ ଆଦେଶ, ଏବେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ ବିଜୟ: ଛାତ୍ରଙ୍କୁ ନେଇ…

ଚେନ୍ନାଇ, ୧୯।୮: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ସରକାର ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କୁ ରାଜନୈତିକ ପ୍ରଦର୍ଶନରୁ ଦୂରେଇ ରଖିବା ନେଇ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri