ଟିକସଦାତାଙ୍କୁ ଆଶ୍ୱସ୍ତି, ଫର୍ମ ୧୫ ଜି, ୧୫ ଏଚ ଫାଇଲ କରିବା ଅବଧି ବଢିଲା

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି।

ଫର୍ମ ୧୫ଜି ତଥା ଫର୍ମ ୧୫ ଏଚ ଫାଇଲ କରିବାର ଅବଧିକୁ ଆୟକର ବିଭାଗ ଚଳିତ ବର୍ଷ ଜୁନ ୩୦ ଯାଏ ବଢ଼ାଇ ଦେଇଛି।

ବର୍ତମାନ ଲକଡାଉନ ପାଇଁ ଲୋକ ମାନେ ସମସ୍ୟା ସାମ୍ନା କରୁଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।

ଟିକସ ପରିସରରେ ଆସୁନଥିବା ଲୋକ ମାନେ ଏହି ୨ ଫର୍ମ ପୂରଣ କରିଥାନ୍ତି।
ବିଶେଷକରି ଟିକସ ଯୋଗ୍ୟ ଆୟ ନଥିବା ଲୋକଙ୍କ ଲାଗି ଏହା ଉଦିଷ୍ଟ।

କରୋନା ଯୋଗୁ ବ୍ୟାଙ୍କ ଏବଂ ସାଧାରଣ ଲୋକଙ୍କ କାମକାର୍ଯ୍ୟ ପ୍ରଭାବିତ ହୋଇଛି।

ଏହାକୁ ନଜରରେ ରଖି ଟିକସଦାତାଙ୍କ ସୁବିଧା ଲାଗି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଦର ଆହୁରି ବଢ଼ିବ

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ଯୋଗୁ ସାରା ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ମହାମାରୀ ପାଇଁ ବଜାର ଅବସ୍ଥା ମଧ୍ୟ ଭଲ ନ ଥିବାରୁ ନିବେଶକମାନେ...

୪୬୮ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ

ନୂଆଦିଲ୍ଲୀ, ୧୨।୫ – କରୋନା ସଂକ୍ରମଣର ଭୟ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରୀଛାତ୍ର, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ...

୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି

ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି, ଯାହା କି ଅଦ୍ୟାବଧି...

୧୯ ଶାଖା ଖୋଲିଲା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ଭୁବନେଶ୍ୱର,୨୨-୯: ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ(ୟୁଏସ୍‌ଏଫ୍‌ବି) ଓଡ଼ିଶାରେ ଏହାର ଉପସ୍ଥିତି ଜାହିର ଲାଗି ବିଭିନ୍ନ ଯୋଜନା ଗ୍ରହଣ କରୁଛିି। ଏହି କାର୍ଯ୍ୟକ୍ରମ ମୁତାବକ ବ୍ୟାଙ୍କ ପକ୍ଷରୁ...

କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର

ନୂଆଦିଲ୍ଲୀ, ୫।୪:  ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ...

ରିଏଲ ଇଷ୍ଟେଟ-ଗୃହକ୍ରେତା ପ୍ରତିନିଧିଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ରିଏଲ ଇଷ୍ଟେଟ ଏବଂ ଘର କ୍ରେତା ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହି ବୈଠକରେ ନଗଦ ସଙ୍କଟ, ଚାହିଦା ହ୍ରାସ...

୨ ବର୍ଷ ହେଲା ପ୍ରିଣ୍ଟ ହୋଇନି ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୬ ।୩ କେନ୍ଦ୍ର ସରକାର ନଭେମ୍ବର ୨୦୧୬ ରେ ନୂଆ ବିମୁଦ୍ରୀକରଣ ନିୟମ ଲାଗୁ କରିଥିଲେ। ଫଳରେ ଦେଶରେ ଆଉ ପୁରୁଣା ୫୦୦ ଏବଂ ୧୦୦୦...

ସରକାରୀ କର୍ମଚାରୀଙ୍କୁ ଜିପିଏଫ୍‌ ଝଟକା

ନୂଆଦିଲ୍ଲୀ,୧୭।୭: ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଝଟକା ଦେଇ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଓ ଏଥିସହିତ ଜଡ଼ିତ ଅନ୍ୟ ଫଣ୍ଡ ଉପରେ ମିଳୁଥିବା ସୁଧ ହାରରେ...

Advertisement


Archives

Model This Week