ଟିଏମ୍‌ସି ତଥ୍ୟ ଇ-ଅଫିସ ମାଧ୍ୟମରେ ଦିଅ  

ଜଗତ୍‌ସିଂହପୁର ଅଫିସ,୨୪ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରତ୍ୟହ ଜିଲାକୁ ପ୍ରବାସୀଙ୍କ ଆଗମନ ହେଉଛି। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ରଖାଯାଉଛି। କିନ୍ତୁ ଟିଏମ୍‌ସିରେ ପ୍ରବାସୀଙ୍କ ରହିବା ପାଇଁ ପୂର୍ବରୁ ଥିବା ଅବଧିରେ ସଂଶୋଧନ ହୋଇଛି। ଏଣିକି ପ୍ରବାସୀ କ୍ବାରାଣ୍ଟାଇନ କେନ୍ଦ୍ରରେ ୭ ଦିନ ଓ ଘରେ ଅର୍ଥାତ୍‌ ହୋମ କ୍ବାରାଣ୍ଟାଇନ୍‌ରେ ୭ ଦିନ ରହିବାକୁ ନିଷ୍ପତ୍ତି ନିଆଯାଇଛି। ଟିଏମ୍‌ସିରେ ପ୍ରବାସୀଙ୍କ ଖାଦ୍ୟ ଆଦି ବାବଦ ପ୍ରାପ୍ୟ ପାଇବା ପାଇଁ ହେଲେ ବିଡିଓମାନେ ନିର୍ଭୁଲ ତଥ୍ୟ ଇ-ଅଫିସ ମାଧ୍ୟମରେ ପଠାଇବାକୁ ପଡିବ। ତାହା ନ ହେଲେ ଅର୍ଥ ବରାଦ କରାଯାଇ ପାରିବ ନାହିଁ। ସେହିପରି ପ୍ରତ୍ୟହ ପ୍ରବାସୀ ଜିଲାକୁ ଫେରିବାଠାରୁ ଟିଏମ୍‌ସିରେ ରହିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ କୋଭିଡ୍‌ ପୋର୍ଟାଲରେ ଅପଡେଟ୍‌ ହେବା ଜରୁରୀ। ରବିବାର ଜିଲାରେ ବାତ୍ୟା ପରର ସ୍ଥିତି ଓ କୋଭିଡ୍‌-୧୯ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଓସୱାନ ଭିସି ରୁମ୍‌ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲାର ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ସହ ଅନୁଷ୍ଠିତ ସମୀକ୍ଷାରେ ଜିଲାପାଳ ଏକଥା ମଧ୍ୟ କହିଥିଲେ ବାତ୍ୟା ଅମ୍ଫନ୍‌ରେ ପାଖାପାଖି ୧୭ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ତହସିଲଦାର ମେ’ ୨୬ ତାରିଖ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ସହିତ ଯୁଗ୍ମ ରିପୋର୍ଟ ପଠାଇବାକୁ ପଡିବ। ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଓ ପୌର ପରିଷଦ ୱାର୍ଡ ନୋଡାଲ ଅଧିକାରୀମାନେ ସେମାନଙ୍କ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ଓ ପ୍ରବାସୀଙ୍କ ତଥ୍ୟ କୋଭିଡ୍‌ ପୋର୍ଟାଲରେ ଅପଲୋଡ୍‌ କରିବାକୁ ହେବ। ସମସ୍ତ ବ୍ଲକର ବିଡିଓ, ସେମାନଙ୍କ ପଞ୍ଚାୟତ ନୋଡାଲ ଅଧିକାରୀ, କମ୍ପ୍ୟୁଟର ପ୍ରୋଗ୍ରାମର ଓ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ପ୍ରତ୍ୟେକ ଦିନ ଟିଏମ୍‌ସି ଓ ପ୍ରବାସୀଙ୍କ ତଥ୍ୟ କୋଭିଡ୍‌ ପୋର୍ଟାଲରେ ଅପଲୋଡ୍‌କୁ ସୁନିଶ୍ଚିତ କରାଇବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ବାରାଣ୍ଟାଇନ୍‌ ଅବଧି ୧୪ ଦିନକୁ କମାଇ ଦିଆଯାଇଥିଲେ ସୁଦ୍ଧା ଲକ୍ଷଣ ନ ଥିବା ଲୋକଙ୍କୁ ହୋମ୍‌ କ୍ବାରଣ୍ଟୋଇନ୍‌କୁ ପଠାଇ ଦିଆଯିବ। ବିଡିଓମାନେ ସରପଞ୍ଚଙ୍କ ସହିତ ପ୍ରବାସୀଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ଆଦି ତଦାରଖ କରିବେ ବୋଲି ଜିଲାପାଳ କହିଥିଲେ। ରବିବାର ଛତିଶଗଡ଼ର ୨୫୮ ଜଣ ଶ୍ରମିକଙ୍କୁ ୪ଟି ବସ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜରୁରୀ ବିଭାଗ ସହକାରୀ ଜିଲାପାଳ ଶାଶ୍ୱତ ଦାସ, ଜିଲାପାଳଙ୍କ ଓଏସ୍‌ଡି ଶଶାଙ୍କ ଶେଖର ଲେଙ୍କାଙ୍କ ସମେତ ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?