ଟାଙ୍ଗିଆରେ ମା’ଙ୍କୁ ହତ୍ୟା

ଚୌଦ୍ୱାର, ୧୬। ୭(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପରେ ଟାଙ୍ଗିଆ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରପାଇ ସୋମବାର ସକାଳେ ଟିପିଏମ୍‌ ଫାଣ୍ଡି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏ ନେଇ ଚୌଦ୍ୱାର ଥାନାରେ ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା(ନଂ.୨୧୮/୧୯) ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିବା ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି ା ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ପୋଲିସ ସୂତ୍ରରୁ ପ୍ରକାଶ, କଖଡି ବଜାରସାହିରେ ସାବି ପ୍ରଧାନ(୬୮), ପୁଅ ପ୍ରକାଶ ପ୍ରଧାନ(୩୧) ଓ ଝିଆରୀଙ୍କ ସହିତ ରହୁଥିଲେ। ରବିବାର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବା ପାଇଁ ସାବି ଓ ପ୍ରକାଶ ନିକଟସ୍ଥ ଗୋପୀନାଥପଡା ଗ୍ରାମକୁ ଯାଇଥିଲେ। ରାତି ପ୍ରାୟ ୧୦ଟାରେ ଭୋଜି ସରିବା ପରେ ପ୍ରକାଶ ସାବିଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ସାବି ଟଙ୍କା ଦେବାକୁ ମନାକରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ୍ତ ହୋଇଥିଲା। ଫଳରେ ପ୍ରକାଶ ଉତ୍‌କ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଟାଙ୍ଗିଆରେ ସାବିଙ୍କ ମୁଣ୍ଡକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସାବିଙ୍କ ଚିତ୍କାର ଶୁଣି ବନ୍ଧୁଘର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଠଗଡ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ପ୍ରକାଶ କିଛିବର୍ଷ ତଳେ ଜଣେ ଯୁବକଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଏହି ଘଟଣାରେ ଗିରଫ ହୋଇ ଜେଲରେ ସଜା କାଟିବା ପରେ ମୁକୁଳିଥିଲେ। ଅନ୍ୟପକ୍ଷରେ ପ୍ରକାଶଙ୍କ ବଡଭାଇ ହତ୍ୟା ଘଟଣାରେ ସମ୍ପୃକ୍ତି ଥାଇ ୨୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ଫେରାର ଥିବା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ...

ଭିସା କାରଖାନାରେ ଶ୍ରମିକ ଛଟେଇ ନୋଟିସ୍‌

କଳିଙ୍ଗନଗର,୨୪।୮(ଡି.ଏନ.ଏ)- କଳିଙ୍ଗନଗରସ୍ଥିତ ଭିସା କାରଖାରେ ଠିକା ଶ୍ରମିକଙ୍କୁ ଛଟେଇ ପାଇଁ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ କାରଖାନା ମୁଖ୍ୟ ଫାଟକରେ ନୋଟିସ କରିଛନ୍ତି। ଗତ ଦୁଇ ବର୍ଷ...

ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୩ା୯(ଅଶେଷନାଥ ମିଶ୍ର): ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନ ତଥା ଗଞ୍ଜାମ ଜିଲାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା...

ପୁଅ ଆକାଶଙ୍କ ସହ ଜେଲଗଲେ ଅଭୟକାନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ...

ବଡଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ

ପୁରୀ,୨୮।୬(ଅଜିତ୍‌ ମହାନ୍ତି) ଆଜି ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି। ଜନ୍ମବେଦୀରେ ନିଜର ୯ଦିନିଆ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଲେଉଟି ଯିବେ ତିନି ଠାକୁର। ସେଥିଲାଗି ସଅଳ ନୀତିକାନ୍ତି ଶେଷ...

ସ୍ବାଭାବିକ ହୋଇପାରୁନି ଗୃହ

ଭୁବନେଶ୍ୱର,୩ା୧୨(ବ୍ୟୁରୋ):କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ...

କମିଲାନି ବିଦ୍ୟୁତ୍‌ ଯାତନା

ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ।...

ଦୁଇଦିନରେ ୨୮ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୩।୭(ବ୍ୟୁରୋ)/ ଜଟଣୀ/ ଯାଁଳା/ ବାରଙ୍ଗ (ଡି.ଏନ୍‌.ଏ.): ରାଜଧାନୀ ଓ ଉପକଣ୍ଠରେ ନିଶାମାଫିଆ ଆଡ୍ଡା ଜମାଇ ବଡ଼ ବଡ଼ ଅପରାଧ ଘଟାଇଚାଲିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପୋଲିସର...

Advertisement
Archives

Model This Week