Posted inଖେଳ

ଟାଇଟଲ ସହ କୋର୍ଟକୁ ଫେରିଲେ ମୁରେ

ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ ଡବଲ୍ସ ବର୍ଗର ଟାଇଟଲ ହାତେଇଛନ୍ତି। ୩୨ ବର୍ଷୀୟ ଖେଳାଳି ସ୍ପାନିଶ୍‌ ପାର୍ଟନର ଫେଲିସିଆନୋ ଲୋପେଜଙ୍କ ସହ ମିଶି ଏହି ସଫଳତା ପାଇଛନ୍ତି। ମୁରେ ଓ ଲୋପେଜଙ୍କ ଯୋଡ଼ି ଫାଇନାଲରେ ୭-୬(୮/୬), ୫-୭, ୧୦-୫ ସେଟ୍‌ରେ ଜୋ ସାଲିସବରି-ରଜୀବ ରାମଙ୍କୁ ହରାଇ ଦେଇଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଗତବର୍ଷ ଅଣ୍ଟାରେ ଅସ୍ତ୍ରୋପଚାର କରାଇବା ପରେ ପ୍ରଥମ ଥର ପାଇଁ କୌଣସି ଟାଇଟଲ ଜିତିଛନ୍ତି। ୩୭ ବର୍ଷୀୟ ଲୋପେଜଙ୍କ ସହ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଓପନରେ ଭାଗନେଉ ନ ଥିବାରୁ ମୁରେ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୮ ବର୍ଷ ପରେ ଘରୋଇ ହିଂସା ମାମଲାରେ ଲିଆଣ୍ଡର ପେସ୍‌ଙ୍କୁ ଝଟ୍‌କା, ପୂର୍ବ ପାର୍ଟନରଙ୍କ ସପକ୍ଷରେ ରାୟ

ନୂଆଦିଲ୍ଲୀ,୨୫।୨: କିମ୍ବଦନ୍ତୀ ଟେନିସ ଷ୍ଟାର୍‌ ଲିଆଣ୍ଡର୍‌ ପେସଙ୍କୁ ଲାଗିଛି ଝଟ୍‌କା। ୨୦୧୪ରେ ତାଙ୍କ ବିରୋଧରେ ପୂର୍ବତନ ପାର୍ଟନର୍‌ ତଥା ଅଭିନେତ୍ରୀ ରିୟା ପିଲ୍ଲାଇ ଘରୋଇ ହିଂସା...

ଜରିନ୍‌ଙ୍କୁ ହରାଇଲେ ମେରୀକମ୍‌: ମ୍ୟାଚ୍‌ ପରେ ଫୁଲ ଡ୍ରାମା

ନୂଆଦିଲ୍ଲୀ, ୨୮।୧୨- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ (୫୧ କିଲୋ କାଟେଗୋରି) ଟ୍ରାଏଲରେ ନିଖତ ଜରିନଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ଆସନ୍ତା...

ନିଜକୁ ପ୍ରମାଣ କଲେ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ,୧୮।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ପୁଣି ଥରେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ଏମ୍‌ସିସି ୟଙ୍ଗ କ୍ରିକେଟର୍ସ ଦଳ...

କୋହଲି, ରାହାନେଙ୍କ ଅର୍ଦ୍ଧଶତକ: ଭାରତ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଅଧିନାୟକ ବିରାଟ କୋହଲି ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅପରାଜିତ...

ଧୋନୀ ଆଉ କ୍ରିକେଟ ଖେଳନ୍ତୁ, ଚାହୁଁନାହାନ୍ତି ମାତାପିତା

ରାଞ୍ଚି, ୧୮।୭: ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ...

ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟ୍‌କା

ଚେନ୍ନାଇ, ୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଲାଗିଛି ବଡ଼ ଝଟ୍‌କା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଚଳିତ ଆଇପିଏଲର ଉଦ୍‌ଘାଟନୀ...

ଅଭ୍ୟାସ ବେଳେ କୋହଲିଙ୍କ ଆଙ୍ଗୁଠିରେ ବାଜିଲା ବଲ୍‌

ଗୁଆହାଟୀ,୪ା୧ (ପି.ଟି.): ଏଠାରେ ରବିବାର ଖେଳାଯିବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ପାଇଁ ଶନିବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଅଭ୍ୟାସ କରିଛନ୍ତି। ଏହି ସମୟରେ ଅଧିନାୟକ...

ଗୋଟିଏ ପଟରେ ଆରସିବିର ଦୁଇ ବ୍ୟାଟ୍ସମ୍ୟାନ୍‌, ତଥାପି ହେଲେନି ରନ୍‌ଆଉଟ୍‌: ଦେଖନ୍ତୁ ଚମତ୍କାର ଭିଡିଓ

ମୁମ୍ବାଇ,୩୧।୩: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।...

Advertisement
Archives

Model This Week