ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା ସିସି ଟିଭି ଫୁଟେଜ ପୋଲିସ ସଂଗ୍ରହ କରିଥିଲା। ହେଲେ ଏବେସୁଦ୍ଧା ଅଭିଯୁକ୍ତଙ୍କୁ ଧରିପାରିନାହିଁ। ଅନ୍ୟପଟେ ଅଞ୍ଚଳରେ ବଢି ଚାଲିଥିବା ଲୁଟ ଓ ଚୋରି ଭଳି ଘଟଣା ପୋଲିସ ପାଇଁ ଚାଲେଞ୍ଜ ହୋଇପଡିଛି।
ପ୍ରକାଶ ଯେ, ଅଗଷ୍ଟ ୧୪ ତାରିଖ ଅପରାହ୍ନ ୪ଟା ବେଳେ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଜଣେ ବରିଷ୍ଠ ନାଗରିକଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଆଙ୍କୁଲି ଶିଳ୍ପାଞ୍ଚଳର ଜି.ରାଧାକୃଷ୍ଣ ପାତ୍ର ଉକ୍ତ ବ୍ୟାଙ୍କରୁ କୌଣସି କାମ ପାଇଁ ୫୦ ହଜାର ଟଙ୍କା ଉଠାଇ ଗାଡି ନିକଟକୁ ଚାଲି ଚାଲି ଆସୁଥିଲେ। ହେଲେ ବ୍ୟାଙ୍କ ଭିତରେ ରାଧାକୃଷ୍ଣଙ୍କୁ ପିଛା କରୁଥିବା ଦୁର୍ବୃତ୍ତ ଜଣକ ସୁଯୋଗ ଦେଖି ବରିଷ୍ଠ ନାଗରିକଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଯାଇଥିଲା। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୋଗ ପରେ ନଂ.୧୫୫/୧୯ରେ ଏକ ମାମଲା ରୁଜୁ କରି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜଣେ ନାବାଳକ ଏହା ଘଟାଇଥିବା ପୋଲିସ ସନ୍ଦେହ କରିଥିଲା। ଫୁଟେଜରୁ ମିଳିଥିବା ସୂଚନାକୁ ଆଧାର କରି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ କହିଥିଲା। କିନ୍ତୁ ଅଦ୍ୟାବଧି କାହାକୁ ଧରିପାରି ନାହିଁ ।
ଡା.ସୁନୀଲ କୋଟାଙ୍କୁ ସମ୍ବର୍ଦ୍ଧନା


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ...

ସିଂହଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଦେଖିଲେ ମୁଖ୍ୟ ପ୍ରଶାସକ; ନୂଆ ପାଦ ପ୍ରକ୍ଷାଳନ କାମ ଆରମ୍ଭ

ପୁରୀ ଅଫିସ,୩୦।୧୨:  ସିଂହଦ୍ୱାରରେ ସୌନ୍ଦର୍ଯ୍ୟକରଣ କାମ ଦ୍ରୁତଗତିରେ ଚାଲିଛି। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୌନ୍ଦର୍ଯ୍ୟକରଣ କାମ ବୁଲି ଦେଖିଛନ୍ତି।...

ଚୋରି ବୋଲେରୋ ଖୋଜିବାରେ ପୋଲିସର ଅବହେଳା : ପ୍ରତିବାଦରେ ରାସ୍ତା ଅବରୋଧ

ବାଲେଶ୍ୱର ଅଫିସ,୨୨।୮: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ପରଖି ଗ୍ରାମ ମୁଖ୍ୟ ରାସ୍ତାକୁ ଗୁରୁବାର ପୂର୍ବାହ୍ନରେ ଗ୍ରାମବାସୀ ଅବରୋଧ କରିଛନ୍ତି। ସୂଚନା ଯେ, ଗତ ୧୯...

ଗ୍ରାମୀଣ ଆବାସ ଯୋଜନା ବାଟବଣା :  ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଯୋଜନା

ରଣପୁର,୭।୮(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ପରି ଗ୍ରାମୀଣ ଆବାସ ଯୋଜନା ବାଟବଣା ହୋଇପଡିଛି । ବିଭିନ୍ନ ପଞ୍ଚାୟତରେ...

୨୨ରେ ସୁରଟରେ ଓଡ଼ିଶା ମହୋତ୍ସବ: ଛତ୍ରପୁର ବିଧାୟକ ସମ୍ବର୍ଦ୍ଧିତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୨୧ା୧- ଗୁଜରାଟ ରାଜ୍ୟ ସୁରଟର ଆମରୋଲିରେ ୨୨ ତାରିଖରେ ଓଡିଶା ମହୋତ୍ସବ ଅନୁଷ୍ଠିତ ହେବ ା ଏହାକୁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ...

ବରଗଡ଼ରେ ଡାକ୍ତର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରେ କାର୍ଯ୍ୟରତ ୩ ଡାକ୍ତରଙ୍କୁ ଜିଲା ବାହାରକୁ ବଦଳି ଆଦେଶ ନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଡେପୁଟେଶନରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ

ବନ୍ତଳା, ୬ା୩(ଡି.ଏନ.ଏ.) – ରୁଗ୍‌ଣ ହୋଇପଡିଛି ଅନୁଗୋଳ ଜିଲା ବନ୍ତଳା ସରକାରୀ ପ୍ରାଣୀ ଚିକିତ୍ସାଳୟ। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଚାଷୀମାନେ ସେମାନଙ୍କ...

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ...

Advertisement
Archives

Model This Week